• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ବିଭିନ୍ନ ମହଲରୁ ପରାମର୍ଶ ଆହ୍ୱାନ

Proprietor Abhimanyu Maharana by Proprietor Abhimanyu Maharana
May 20, 2021
in ଓଡ଼ିଶା, କଟକ, ହୋମ୍
0
ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ବିଭିନ୍ନ ମହଲରୁ ପରାମର୍ଶ ଆହ୍ୱାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶା ବର୍ତ୍ତମାନ ବିକାଶ ଓ ଅଭିବୃଦ୍ଧିର ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇ ଚିରସ୍ଥାୟୀ ଓ ସମାବେଶୀୟ ବିକାଶ ସାଧନ, ଆଞ୍ଚଳିକ ଅସମତା ଓ ଦାରିଦ୍ର୍ୟ ହ୍ରାସ, ପ୍ରଭାବୀ ପ୍ରଶାସନ, ଭିତ୍ତିଭୂମିରେ ବିକାଶ, ପୁଂଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ରାଜ୍ୟର ଆଭିମୁଖ୍ୟ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଛନ୍ତି । ଆଜି ‘ଓଡ଼ିଶା ଶକ୍ତି କ୍ଷେତ୍ର-ରାଜ୍ୟଠାରୁ ଶିକ୍ଷା’ ଶୀର୍ଷକ େୱବିନାର୍‌ ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ମନ୍ତ୍ରୀ ଏ ଦିଗରେ ସୁଚିନ୍ତିତ ପରାମର୍ଶ ଦେବାକୁ ଆହ୍ୱାନ ଦେଇଛନ୍ତି । କ୍ୟାପ୍‌ଟେନ୍‌ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ଶକ୍ତି କ୍ଷେତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । କୋଭିଡ୍‌-୧୯ କଟକଣା ପାଇଁ ଶକ୍ତି ଉପଯୋଗ ହ୍ରାସ ପାଇଛି । କିନ୍ତୁ ଆଗାମୀ ଦିନରେ ଓଡ଼ିଶା ଅଗ୍ରଣୀ ବିଦୁ୍ୟତ ଉପଯୋଗକାରୀ ରାଜ୍ୟ ଭାବେ ଉଭା ହେବା ନିଶ୍ଚିତ ବୋଲି ଉଲ୍ଲେଖ କରି ଲୋକଙ୍କ ଅର୍ଥନୈତିକ ପରିବର୍ତ୍ତନରେ ଶକ୍ତି ଉପଯୋଗର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଏହା ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ ଓ ସହଜ କରିବାରେ ସାହାଯ୍ୟ କରିବ । ସରକାର ଶସ୍ତା ଓ ଭରସାଯୋଗ୍ୟ ବିଦୁ୍ୟତ ଉପଲବ୍ଧ କରାଇବା ପାଇଁ ସତତ ଚେଷ୍ଟିତ । ଓଡ଼ିଶା ବିକାଶ କୈନ୍ଦି୍ରକ, ଶିଳ୍ପ ଅନୁକୂଳ ଓ ପରିବେଶ ସଚେତନ ରାଜ୍ୟ ହୋଇଥିବାରୁ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେଇଆସିଛି । ସେ ଆଲୋଚନାରେ ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀମାନଙ୍କୁ ସବୁଜ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ଶକ୍ତି କ୍ଷେତ୍ରରେ ସରକାର ଅନେକ ଗୁଡ଼ଏି ସୁଧାର ଆଣିଥିବା ଉଲ୍ଲେଖ କରି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟ କରୁଥିବା କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି କହିଥିଲେ । ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଶତପ୍ରତିଶତ ଗ୍ରାମକୁ ବିଜୁଳି ଯୋଗାଇଅଛି । ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ‘ଓଡ଼ିଶା ଶକ୍ତି ସଂରକ୍ଷଣ ବିଲïିଂ କୋଡ୍‌’ ବିଜ୍ଞାପିତ କରିଛି । ୨୦୧୯-୨୦ରେ ସର୍ବମୋଟ ଶକ୍ତି ଉତ୍ପାଦନ କ୍ଷମତା ୭୬୪୮ ମେଗାୱାଟ୍‌ ଥିଲା । ଓଡ଼ିଶା ରାଜ୍ୟର ଚାହିଦାଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛି ।

ରାଜ୍ୟର ଉଭୟ ଶିଳ୍ପ ଓ ଘରୋଇ ବିଦୁ୍ୟତ ଉପଯୋଗ ପରିମାଣ ୭୨ ପ୍ରତିଶତ । ତା’ମଧ୍ୟରୁ କେବଳ ଘରୋଇ କ୍ଷେତ୍ରରେ ୩୭.୪୧% (୭୩୨୭ ଏମ୍‌ୟୁ) ଉପଯୋଗ ହେଉଥିବା ସେ ଦର୍ଶାଇଥିଲେ । ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଓଡ଼ିଶା ଅକ୍ଷୟ ଶକ୍ତି ଆଇନ-୨୦୧୬ ପ୍ରଣୟନ କରିଛି । ବିଶେଷ ଭାବେ ୨୦୨୨ ବେଳକୁ ରାଜ୍ୟ ୨୨୦୦ ମେଗାୱାଟ୍‌ ସୌରଶକ୍ତି, ୨୦୦ ମେଗାୱାଟ୍‌ ପବନ ଶକ୍ତି, ୧୮୦ ମେଗାୱାଟ ବାୟୋଗ୍ୟାସ, ୧୫୦ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଏବଂ ୨୦ ମେଗାୱାଟ ବର୍ଜ୍ୟରୁ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିବା ସହିତ ରାଜ୍ୟରେ ଶକ୍ତି ଅପଚୟ ରୋକିବା ସହିତ ସଂରକ୍ଷଣ ଦିଗରେ ଗୁରୁତ୍ୱ ଦେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସବୁସ୍ତରରୁ ସମର୍ଥନ ଓ ସହଯୋଗ କାମନା କରିବା ସହ ସରକାର ସ୍ମାର୍ଟ ଗ୍ରୀଡ଼୍‌ ଟେକ୍‌ନୋଲୋଜିର ବ୍ୟବହାର କରିବା ପାଇଁ ପଦକ୍ଷେପ ନେଉଥିବା ସେ ଉଲ୍ଲେଖ କରିଥିଲେ । ଏହି େୱବିନାରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ ଓଡ଼ିଶା ଚାପ୍‌ଟର୍‌ର ଅଧ୍ୟକ୍ଷ ତଥା ଭିସା ଷ୍ଟିଲର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶାଳ ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀ ସବ୍ୟସାଚୀ ସରକାର, ସଂଗଠନର ଶକ୍ତି ଉପପରିବେଶ ଉପାଧ୍ୟକ୍ଷ ଶ୍ରୀ ପାର୍ଥ ଚାଟାର୍ଜୀ, ସିଇଓ ପାୱାର ଏକ୍ସଚେଞ୍ଜ ଇଣ୍ଡିଆ, ଶ୍ରୀ ପ୍ରଭାଜିତ କୁମାର ସରକାର ପ୍ରମୁଖ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version