No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ରଣପୁର :- ରଣପୁର ଅଞ୍ଚଳରୁ ଏକ ସ୍କୁଟି ଚୋରି କରି ନେବା ଅଭିଯୋଗରେ ରଣପୁର ପୋଲିସ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ଘଟଣାରୁ ପ୍ରକାଶ ଗତ ଶନିବାର ସକାଳୁ ରଣପୁର ହୋଟେଲ ସମ୍ମୁଖରେ ଏକ ସ୍କୁଟି ଥୁଆ ହୋଇଥିବା ବେଳେ କେରେଣ୍ଡାଟାଙ୍ଗୀ ପଞ୍ଚାୟତର ବୃନ୍ଦାବନ ବିହାରୀପୁର ର ତୃପ୍ତିମୟୀ ମହାପାତ୍ର ସ୍କୁଟିଟିକୁ ନେଇ ଯାଇଥିଲେ l ହୋଟେଲର ମାଲିକ ପ୍ରଶାନ୍ତ ଦାସ ହୋଟେଲରେ କାର୍ଯ୍ୟ ବ୍ୟସ୍ତ ଥିବା ବେଳେ ସ୍କୁଟିଟି ଚୋରି ହୋଇ ଯାଇଥିଲା l
ଏହାପରେ ସେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିର୍ଦ୍ଦେଶରେ ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ପୋଲିସ ମହାନ୍ତି ଏହି ଘଟଣାର ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଆରିକମା ଗ୍ରାମରୁ ସ୍କୁଟିଟିକୁ ଜବତ କରିଥିଲା l ପରେ ଗାଡ଼ି ଚୋରି ଅଭିଯୋଗରେ ତୃପ୍ତିମୟୀ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି l
No Result
View All Result