No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଭାଗବତ ଗାଦି ପରିସରରେ ରହିଥିବା ଏକ ବଟଗଛ କୋରଡରୁ ରବିବାର ମଧ୍ୟାହ୍ନରେ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଥିବା ବେଳେ ଏହାର ନାମକରଣ ରହିଛି ଭାରତୀୟ ଅଜଗର । ଖବରନୁଯାୟୀ , ବ୍ଲକ ଅଧିନସ୍ଥ ଉକ୍ତ ଗ୍ରାମର ଭାଗବତ ଗାଦି ପରିସରରେ ଥିବା ବଟଗଛ କୋରଡରେ ଦୀର୍ଘଦିନ ଧରି ଅଜଗର ସାପଟି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଗଛ କୋରଡ ଭିତରୁ ବିରାଟକାୟ ସାପକୁ ଧରିବା ପାଇଁ କାହା ପକ୍ଷେ ସାହାସ ଜୁଟୁ ନଥିବା ଗ୍ରାମବାସୀ କହିଛନ୍ତି । ରବିବାର ଦିନ ସାପଟି ଖାଦ୍ୟ
ଅନ୍ୱେଷଣରେ ଗଛ କୋରଡ ବାହାରକୁ ଆସିଥିବା ବେଳେ ଗ୍ରାମର କିଛି ଯୁବକ ଏହାକୁ ଦେଖିବା ପରେ ପିପୁଲ୍ ଫର୍ ଆନିମାଲ୍ସ ସଦସ୍ୟ ଶୁଭମ୍ କୁମାର ସାହୁ ଓ ଶ୍ରୀକାନ୍ତ ସାହୁ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ମିଳିତ ସହଯୋଗରେ କୋରଡ ଭିତରୁ ସାପଟିକୁ ସତର୍କତାର ସହ ଉଦ୍ଧାର କରିଥିବା ଜଣାପଡ଼ିଛି । ତେବେ ସାପଟି ପୁରୁଷ ପ୍ରଜାତିର ରହିଥିବା ବେଳେ ଓଜନ ୩୨ କେଜି ଏବଂ ବୟସ ୬ ବର୍ଷ ବୋଲି ସୂଚନା ମିଳିପାରିଛି । ସାପଟିକୁ ଉଦ୍ଧାର ପରେ ନିକଟସ୍ଥ ରତନେଇ ଜଙ୍ଗଲ ମଧ୍ୟରେ ଛଡାଯାଇଥିଲା ।
ରିପୋର୍ଟ ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ
No Result
View All Result