No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ରେ ଥିବା ୮ ଟି ବ୍ଲକ୍ ମଧ୍ୟରୁ ନୂଆଗାଁ ବ୍ଲକ୍ ରେ ବଢ଼ି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା।ଯାହାକି ନୂଆଗାଁ ବ୍ଲକ୍ ରେ କରୋନା ସଂକ୍ରମଣ ସଂଖ୍ୟା ୫ ଶହ ଅତିକ୍ରମ କରିଛି । କିଛି ଅମାନିଆ ବ୍ୟକ୍ତି ମାନଙ୍କ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଯାହାକି ନିକଟ ରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ଲାଗିରହିଛି । ଗ୍ରାମ ଗୁଡିକରେ କରୋନା ନୀତି ନିୟମ ପାଳନ
ଲୋକମାନେ କରୁନଥିବା ଯୋଗୁଁ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବା ଆଶଙ୍କା ରହିଛି । ଏଭଳି ପରିସ୍ଥିତି ରେ ସୋରଡ଼ା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ରହିଛି । ତେଣୁ ଗୋଷ୍ଠୀ ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଜଗନ୍ନାଥ ପ୍ରସାଦ ଗ୍ରାମ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result