• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସବୁଠୁ ବଡ଼ ଆଖିଦୃଶିଆ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ

Proprietor Abhimanyu Maharana by Proprietor Abhimanyu Maharana
May 16, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସବୁଠୁ ବଡ଼ ଆଖିଦୃଶିଆ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ସବୁଠୁ ବଡ଼ ଆଖିଦୃଶିଆ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ୫.୮କିମି ରାସ୍ତାକୁ ଏକ ନୂଆ ରୂପ ଦିଆଯାଉଥିବା ବେଳେ ଏମିତି କାମ ହେଉଛି ଯେ ସାଢ଼େ ତିନି ବର୍ଷ‌ ହେଲା ସରୁନି । ଦୁଇ ବର୍ଷରେ ସରିବାକୁ ଥିବା ସ୍ମାର୍ଟ ଜନପଥ ପ୍ରକଳ୍ପର ଅବଧି ବାରମ୍ବାର ବଢ଼ିବା ପରେ ବିଏସ୍‌ସିଏଲ୍‌ର ପୂର୍ବତନ ସିଇଓ ପ୍ରେମଚନ୍ଦ୍ର ଚୌଧରୀ, ପୂର୍ବତନ ମହାପ୍ରବନ୍ଧକ (ଇଞ୍ଜିନିୟରିଂ) ଅଶ୍ବିନୀ ବିଶ୍ବାଳ ସେତେବେଳେ କହିଥିଲେ ଯେ ମେ’ ୨୦୨୧ରେ ସ୍ମାର୍ଟ ଜନପଥ କାର୍ଯ୍ୟ ନିହାତି ସରିବ। ଏପରିକି ଏହି ରାସ୍ତା ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବାରୁ ଦୁଇ ଅଧିକାରୀ ବିଏସ୍‌ସିଏଲ୍‌ର ବୋର୍ଡ ବୈଠକରେ ବୋର୍ଡର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସମୟସୀମା ମଧ୍ୟରେ ସାରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

 ଯେଉଁଥିପାଇଁ ବିଏସ୍‌ସିଏଲ୍‌ ବୋର୍ଡ ବିଭିନ୍ନ ପ୍ରକଳ୍ପର ଅବଧି ଡିସେମ୍ବର ମାସରେ ୬ ମାସ ବଢ଼ାଇଥିଲା। ଏହା ଅନୁଯାୟୀ ସ୍ମାର୍ଟ ଜନପଥ ଏବଂ ରାଜମହଲ, ସହିଦନଗର ବହୁତଳ କାର୍ ପାର୍କିଂ ନିର୍ମାଣ କାମ ଚଳିତ ମାସରେ ସରିବା କଥା। ହେଲେ ଏହି ସବୁ ପ୍ରକଳ୍ପର ସ୍ଥିତି, ଏବେ ସରିବା ଭଲି ଲାଗୁ ନାହିଁ। ଆହୁରି ୬ମାସରୁ ଅଧିକ ସମୟ ଲାଗିପାରେ ବୋଲି ଜଳଜଳ ଦିଶୁଛି। ତେଣୁ ବାବୁମାନେ ଏବେ ପୁଣି କରୋନାକୁ ଢାଲ କରିବାକୁ ସଜବାଜ ହେଲେଣି। କିନ୍ତୁ କରୋନା କାୟା ମେଲାଇବା ପୂର୍ବରୁ ଯେଉଁ କାମ ସରିବାର ଥିଲା, ସେ କାମ କାହିଁକି କରୋନା ପାଇଁ ପ୍ରଭାବିତ ହେବ ବୋଲି କିଏ ପଚାରିବ..?

ଏ ସଂପର୍କରେ ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ (ଇଞ୍ଜିନିୟରିଂ) ସରୋଜ ରଂଜନ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କରୋନା ପାଇଁ ବାହାରକୁ ବା‌ହାରି ହେଉନି । କେଉଁ ପ୍ରକଳ୍ପ କ’ଣ ହେଲା, ଏବେ କହି ହେବନି । ମୁଁ ନୂଆ ଆସିଛି ମୁଁ ଜାଣିନି । ବିଏସ୍‌ସିଏଲ୍‌ର ଇଞ୍ଜିନିୟରିଂ ମୁଖ୍ୟ ଏପରି ଉତ୍ତର ଦେଲେ ଯେ ସେ ପ୍ରକଳ୍ପ ବିଷୟରେ କେତେ ଜାଣିଛନ୍ତି, ତାହା ଜଣାପଡ଼ିଗଲା । ଅକ୍ଟୋବର ୨୦୧୭ରେ ଏହି ସ୍ମାର୍ଟ ଜନପଥ କାମ ଆରମ୍ଭ ହୋଇଥିବା ବେଳେ ଦୁଇ ବର୍ଷରେ ଅର୍ଥାତ୍ ଅକ୍ଟୋବର ୨୦୧୯ରେ ଶେଷ ହେବାର ଥିଲା । କିନ୍ତୁ ସରିଲାନି।

 ଏହାପରେ ପ୍ରକଳ୍ପ ଅବଧି ତିନିଥର ବଢ଼ିବା ପରେ ଏହା ମେ’ ମାସକୁ ଧାର୍ଯ୍ୟ ହୋଇଥିଲା। ହେଲେ ସରିଲାନି, ବରଂ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ବାତ୍ୟା, ସାଧାରଣ ନିର୍ବାଚନ, କରୋନା ଲକ୍‌ଡାଉନ୍, ଶ୍ରମିକ ଧର୍ମଘଟ, ଗେଲ୍‌ ଓ ଓପିଟିସିଏଲ୍‌ର କାମ ବିଳମ୍ବ ଭଳି ବାହନା ଦେଖାଇ ୨ ବର୍ଷର ପ୍ରକଳ୍ପକୁ ସାଢ଼େ ତିନି ବର୍ଷ ଅତିକ୍ରମ କରାଇଦେଲେଣି। ତଥାପି ବି କାମ ସରିଲାନି। ଫଳରେ ନିର୍ମାଣ ଖର୍ଚ୍ଚ ୭୯.୫୬ଲକ୍ଷରୁ ୮୨.୫୬ଲକ୍ଷକୁ ବଢ଼ିଗଲା। ଏବେ ବହୁ ସ୍ଥାନରେ ଫୁଟପାଥ୍‌ରେ ଟାଇଲ୍‌ ପଡ଼ିବା ବାକି ଥିବା ବେଳେ ଡ୍ରେନ୍ କାମ ବି ବାକି ଅଛି। ସୌନ୍ଦର୍ଯ୍ୟୀକରଣ କାମ ବି ହେବ। ଏହାପରେ ରାସ୍ତା ହେବ। ଯେତିକି କାମ ଅଛି, ସେତକ ସରିବାକୁ ଅତି କମ୍‌ରେ ଆଉ ୬ ମାସ ଲାଗିବ। ଅପେକ୍ଷା ଏଥିପାଇଁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ନୂଆ ଡେଟ୍‌ଲାଇନ୍ କ’ଣ ରଖୁଛନ୍ତି।

୧୨ ମାସରେ ସରିବାର ଥିଲା, ୪୨ ମାସରେ ବି ସରିନିସହିଦନଗର, ରୁପାଲି ଆଦି ଅଞ୍ଚଳରେ ଯେପରି ପାର୍କିଂ ସମସ୍ୟା ରହିବନି, ସେଥିପାଇଁ ସହିଦନଗରରେ ଥିବା ନନ୍ଦନକାନନ ଅଫିସ୍‌ ନିକଟରେ ୦.୭୩୪ ଏକର ଜମିରେ ବହୁତଳ ଏକ କାର୍ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ନଭେମ୍ବର, ୨୦୧୭ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ଷକରେ ଅର୍ଥାତ୍‌ ନଭେମ୍ବର, ୨୦୧୮ରେ ଶେଷ ହୋଇଥା’ନ୍ତା। ହେଲେ ଧାର୍ଯ୍ୟ ସମୟ ପରେ ଅ‌‌ଢ଼େଇ ବର୍ଷ ବିତିଗଲାଣି। ୧୨ମାସରେ ସରିବାକୁ ଥିବା ପ୍ରକଳ୍ପ ୪୨ମାସ ଅତିକ୍ରମ କରିସାରିଲାଣି। କିନ୍ତୁ କେବେ ସରିବ, ବିଏସ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ନିକଟ‌ରେ ଉତ୍ତର ନାହିଁ। ୭ ମହଲା ବିଶିଷ୍ଟ ଏହି ବହୁତଳ କାର୍ ପାର୍କିଂସ୍ଥଳୀରେ ବେସ୍‌ମେଣ୍ଟରେ ଅର୍ଥାତ୍ ‌ମାଟି ତଳେ ଦୁଇଟି ମହଲା ରହିବ ଓ ଉପରେ ୫ଟି ମହଲା ରହିବ।

 ବେସ୍‌ମେଣ୍ଟର ଦୁଇ ମହଲା ଏବଂ ଗ୍ରାଉଣ୍ଡଫ୍ଲୋର୍‌ରେ ୨୫୦ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ। ବାକି ୪ ମହଲା ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ। ଏଠାରେ ବିଭିନ୍ନ ଅଫିସ୍‌, ଦୋକାନ ଓ ରେସ୍ତୋରାଁ ପାଇଁ ସ୍ଥାନ ରହିବ। ପ୍ରାୟ ୩୮ ହଜାର ବର୍ଗଫୁଟର ଅଞ୍ଚଳ ଏଥିପାଇଁ ରହିବ। ଏହାକୁ ଭଡ଼ାସୂତ୍ରରେ ଦିଆଯିବ କିମ୍ବା ବିକ୍ରି କରାଯିବ। ସେହିପରି ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ୍ ବିଲଡିଂ ଅଞ୍ଚଳର ପାର୍କିଂ ସମସ୍ୟାର ସମାଧାନ ପାଇଁ ଏଜିରୁ ରାଜମହଲ ଛକ ମଝିରେ ଏହି ବହୁତଳ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ଏଠାରେ ବି ସହିଦନଗର ବହୁତଳ ପାର୍କିଂସ୍ଥଳୀ ବି ସୁବିଧା ରହିବ। କିନ୍ତୁ ୪୫୦ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ। ଏକ ଏକରରୁ ଅଧିକ ଜାଗାରେ ନିର୍ମାଣ ହେଉଥିବା ଏହି ପାର୍କିଂସ୍ଥଳୀ ୭ମହଲା ବିଶିଷ୍ଟ ହେଉଛି। ବେସ୍‌ମେଣ୍ଟର ଦୁଇ ମହଲା ଓ ଗ୍ରାଉଣ୍ଡଫ୍ଲୋର୍‌ରେ ୪୫୦ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ।

 ଏହାବାଦ୍‌ ବିଭିନ୍ନ ବ୍ୟାବସାୟିକ ବ୍ୟବହାର ପାଇଁ ୫୭ ହଜାର ବର୍ଗଫୁଟ୍‌ ଅଞ୍ଚଳ ରହିବ। ଏଠାରେ ଦୋକାନ, ଅଫିସ୍‌, ରେସ୍ତୋରାଁ, କାଫେଟେରିଆ ପାଇଁ ସ୍ବତନ୍ତ୍ର ଜାଗା ରହିବ। ସହିଦନଗରରେ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରୁଥିବା ସଂସ୍ଥା ବି ଏହାକୁ ନିର୍ମାଣ କରୁଛି। ସେଠାରେ ଯେପରି ବିଳମ୍ବ କରୁଛି, ଏଠାରେ ବି ସେମିତି ବିଳମ୍ବ ହୋଇ ଚାଲିଛି। ନଭେମ୍ବର, ୨୦୧୭ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏପ୍ରିଲ, ୨୦୧୯ରେ ସରିବାର ଥିଲା। ହେଲେ ୪୨ ମାସ ପରେ ବି ସରିଲାନି। ଏହି ଦୁଇଟି ବହୁତଳ କାର୍ ପାର୍କିଂ ମେ’ ସୁଦ୍ଧା ସରିବାର ଥିଲା। ଏବେ ତ ସରିଲାନି, ନିକଟ ଭବିଷ୍ୟତରେ ସରିବା ଭଳି ଦେଖାଯାଉନି (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version