No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ମେ,ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଜାକେଡ଼ା ଜଙ୍ଗଲରୁ ଦୁର୍ବୃତ୍ତ ମାନଙ୍କ ଦ୍ଵାରା ଚୋରୀ ହୋଇଥିବା କାର କୁ ନୂଆଗାଁ ପୁଲିସ୍ ଉଦ୍ଧାର କରିଛି।ସୂଚନା ଅନୁଯାୟୀ ଦୁର୍ବୃତ୍ତ ମାନେ ମିଛ ପରିଚୟ ଦେଇ ନରସିଂହପୁର ଗ୍ରାମ ର ଫଣୀ ବେହେରା ଙ୍କ ଗାଡ଼ି ଭଡ଼ା କରି ନୂଆଗାଁ ଆଣିଥିଲେ।ନୂଆଗାଁ ରୁ କନ୍ଧ ଖାଲମଡ଼ା ଯିବା ରାସ୍ତା ଜଙ୍ଗଲରେ ଦୁର୍ବୃତ୍ତ ମାନେ ଫଣି କୁ ଆକ୍ରମଣ କରି କାର ନେଇଯାଇଥିଲେ। ଫଣି ଏ ନେଇ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ କୁ ଆଧାର କରି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ପରିଶେଷରେ ନୂଆଗାଁ ଥାନା ଅଧିକାରୀ ଜାକେଡ଼ା ଜଙ୍ଗଲରୁ କାର ଗାଡ଼ି ନଂ ( ଓଡ଼ି ୦୨ ଏଏ ୮୭୭୧) କୁ ଉଦ୍ଧାର କରି ପ୍ରକୃତ ଆସାମୀ କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result