No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଭୁବନେଶ୍ୱର :- ଅଗ୍ରଣୀ ଡିଜିଟାଲ ଗୋଲ୍ଡ ପ୍ରଦାନକାରୀ-ସେଫଗୋଲ୍ଡର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଡିଜିଗୋଲ୍ଡର ଶୁଭାରମ୍ଭ କରାଯାଇଛି । ସୁନାରେ ନିବେଶ କରିବା ପାଇଁ ଗ୍ରାହକଙ୍କ ପାଇଁ ଏହା ହେଉଛି ଏକ ଡିଜିଟାଲ ପ୍ଲ।।ଟଫର୍ମ । ଡିଜିଗୋଲ୍ଡ ସହିତ ଏୟାରଟେଲ ପେମେଂଟ ବ୍ୟାଙ୍କର ସଂଚୟ ଖାତାଧାରୀ ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କସ୍ ଆପ୍ର ବ୍ୟବହାର କରି ୨୪ କ୍ୟାରେଟ ସୁନାରେ ନିବେଶ କରିପାରିବେ । ଏହାଛଡ଼ା ଗ୍ରାହକମାନେ ଏୟାରଟେଲ ପେମେଂଟ ବ୍ୟାଙ୍କରେ ଏକ ସେଭିଙ୍ଗ ଆକାଉଂଟ ରହିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ବନ୍ଧୁଙ୍କୁ ମଧ୍ୟ ଡିଜିଗୋଲ୍ଡ ଉପହାର ଦେଇପାରିବେ । ଗ୍ରାହକଙ୍କ ଦ୍ୱାରା କିଣାଯାଇଥିବା ସୁନାକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସେଫଗୋଲ୍ଡ ଦ୍ୱାରା ସୁରକ୍ଷିତ ଭାବେ ଗଚ୍ଛିତ କରି ରଖାଯାଇଥାଏ ଏବଂ ଏହାକୁ ଏୟାରଟେଲ ଥ୍ୟାଙ୍କସ୍ ଆପ୍ ଜରିଆରେ ମାତ୍ର କିଛି କ୍ଲିକରେ ଯେକୌଣସି ସମୟରେ ବିକ୍ରୟ କରାଯାଇପାରିବ ।
ଏଥିପାଇଁ କୌଣସି ସର୍ବନିମ୍ନ ବିନିଯୋଗ ମୂଲ୍ୟ ଆବଶ୍ୟକ ହୋଇନଥାଏ ଏବଂ ଏପରିକି ଗ୍ରାହକମାନେ ଏକ ଟଙ୍କା ଭଳି ନିମ୍ନ ମୂଲ୍ୟରେ ମଧ୍ୟ ଆରମ୍ଭ କରିପାରିବେ । ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ଚିଫ ଅପରେଟିଙ୍ଗ ଅଫିସର, ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତି ଯେ, “ସରଳ, ସୁରକ୍ଷିତ ଏବଂ ମୂଲ୍ୟ ପରିଚାଳିତ ଉତ୍ପାଦଗୁଡ଼ିକର ଆମର ନିଓ-ବ୍ୟାଙ୍କିଙ୍ଗ ପ୍ରସ୍ତାବରେ ଡିଜିଗୋଲ୍ଡ ହେଉଛି ଆମର ସଦ୍ୟତମ ସେବା । ଆମର ଗ୍ରାହକମାନେ ବର୍ତମାନ ଆମ ଆପ୍ଲିକେସନରେ ଏକ ଡିଜିଟାଲ ଯାତ୍ରା ମାଧ୍ୟମରେ ସୁନାରେ ବିନିଯୋଗ କରିପାରିବେ । ଗ୍ରାହକମାନେ ଯେଭଳି ନିୟମିତ ବିନିଯୋଗ କରିବାକୁ ସକ୍ଷମ ହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ଆମେ ବ୍ୟବସ୍ଥିତ ବିନିଯୋଗ ଯୋଜନାର ପ୍ରବର୍ତନ କରିବାକୁ ଯୋଜନା ମଧ୍ୟ କରୁଛୁ ।” ସେହିଭଳି ସେଫଗୋଲ୍ଡର ଏମଡି ଶ୍ରୀ ଗୌରବ ମାଥୁର କହିଛନ୍ତି ଯେ, “ବିଗତ ଏକ ବର୍ଷ ମଧ୍ୟରେ ସୁନାକୁ ଏକ ପସନ୍ଦର ସଂଚୟ ସାଧନ ଭାବେ ଦେଖାଯାଇଛି ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର ଉପାୟ ଏବଂ ମୂଲ୍ୟରେ ଡିଜିଟାଲ ଗୋଲ୍ଡ ସମ୍ବନ୍ଧିତ ଉତ୍ପାଦ ଶୃଙ୍ଖଳ ଯୋଗାଇଦେବା ଲାଗି ଏୟାରଟେଲ ପେମେଂଟ ବ୍ୟାଙ୍କ ସହ ଯୋଡ଼ି ହୋଇ ଆମେ ବେଶ ଗର୍ବିତ ।”
No Result
View All Result