No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ନୟାଗଡ଼ :- ନୟାଗଡ ଶାକ ଦ୍ଵୀପ ସୌର ବ୍ରାହ୍ମଣ ସମାଜ ତରଫରୁ ଶରଣକୁଳ ନିକଟସ୍ଥ ଶିଖରପୁର ଗ୍ରାମର ଶ୍ରୀ ଶନିଶ୍ଚର ଏବଂ ମା ଡୁମଣେଇଁଙ୍କ ପୀଠରେ ବିଶ୍ଵରୁ କରୋନା ମହାମାରୀ କବଳରୁ ସଂସାରକୁ ରକ୍ଷାକରିବା ନିମନ୍ତେ ସୌର ବ୍ରାହ୍ମଣ ସମାଜର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ରନାୟକଙ୍କ ପୌରହିତ୍ୟରେ ଏକ ପୂଜାର୍ଚ୍ଚନା ଏବଂ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପରିଷଦ ସଭ୍ୟ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକାରୀ ସଭାପତି କୁମୁଦ କୁମାର ନାୟକ, ଗଜେନ୍ଦ୍ର ନାୟକ, ଅଜୟ କୁମାର ନାୟକ, ଅଶୋକ କୁମାର ନାୟକ,ପ୍ରଶାନ୍ତ କୁମାର ନାୟକ, ସତ୍ୟବାଦୀ ନାୟକ, ମନ୍ଦିର ମୂଖ୍ୟ ପରିଚାଳକ ପ୍ରସନ୍ନ କୁମାର ପ୍ରଧାନ,ସୁଦର୍ଶନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result