No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଭୁବନେଶ୍ୱର :- ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ୮ କରୋନା ସଂକ୍ରମିତ – ରାଜଭବନ। ୨ୟ ଲହରରେ ଏବେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହିପରି ରାଜଭବନରେ କାର୍ଯ୍ୟରତ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।
ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରେ ଶ୍ରୀ ମିଶ୍ରଙ୍କ ସହିତ ରାଜ୍ୟପାଳଙ୍କ ସ୍ବତନ୍ତ୍ର ଅଧିକାରୀ (ଓଏସଡି) ଇନ୍ଦ୍ରଜିତ୍ ଖୁରାନା, ସହଅଧିକାରୀ କାଳୀଦାସ ପାତ୍ର, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ସହ ଲେଖା ନିୟନ୍ତ୍ରକ ମାନସ ମହାରଣା, ଉପ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ସହଉପ ଅଧିକାରୀ ରବିନାରାୟଣ ମହାନ୍ତି, ଜମାଦାର ନବୀନ ଚନ୍ଦ୍ର ମାଝି ପ୍ରମୁଖ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେବେ ରାଜଭବନ କିଭଳି କରୋନା ଦାଉରୁ ମୁକ୍ତ ରହିବ ସେନେଇ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
No Result
View All Result