No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଖ୍ରୀଷ୍ଟିୟାନ ସାହି ନିକଟସ୍ଥ ଏକ ଟିଣ କୁଡ଼ିଆ ଘରୁ ତହସିଲ ପିଅନଙ୍କ ମୃତ ଦେହ ଉଦ୍ଧାର କରିଛି ଆର.ଉଦୟଗିରି ପୋଲିସ । ତେବେ ସୂଚନା ପ୍ରକାରେ ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଆସିକା ଅନ୍ତ୍ରଗତ ବାଲିସିରା ନିକଟସ୍ଥ କମାଗଡ଼ ଗ୍ରାମର ହୃଷିକେଶ ମିଶ୍ର । ପୂର୍ବରୁ ସେ ଆର.ଉଦୟଗିରି ନିକଟସ୍ଥ ରାମଗିରି ଏବଂ ମଙ୍ଗରାଜପୁରରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପିଅନ ଥିବାବେଳେ ବର୍ତ୍ତମାନ କିଛିଦିନ ହେଲା ସେ ଆର.ଉଦୟଗିରି ତହସିଲ କାର୍ଯ୍ୟାଳୟରେ ପିଅନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ହଟାତ ଆଜି ମୃତ ବ୍ୟକ୍ତି ଜଣକ କାର୍ଯ୍ୟାଳୟରେ ନିଜର ଦାୟିତ୍ୱ ସାରି କୌଣସି ଏକ କାମରେ ଖ୍ରୀଷ୍ଟିୟାନ ସାହି ଉପରକୁ ଯାଇ ଆଉ ଫେରିନଥିଲେ ।
ତେବେ ଖ୍ରୀଷ୍ଟିୟାନ ସାହି ଉପର ଲାଇନରେ ଏକ ଟିଣ କୁଡ଼ିଆ ଘରୁ ତହସିଲ ପିଅନଙ୍କ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳକୁ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ଓ ଆର.ଉଦୟଗିରି ଥାନା ଏସଆଇ ମୁକେଶ ଲାକ୍ରା ଏବଂ ହେମନ୍ତ ସେଠି ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବେଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଥିଲା । ତେବେ ଦିର୍ଘଦିନ ଧରି ଆର.ଉଦୟଗିରି ଖ୍ରୀଷ୍ଟିୟାନ ସାହି ଉପରେ ଚୋରା ଦେଶି ମଦ କାରବାର ବୃଦ୍ଧି ପାଉଥିବା ହେତୁ ଅକାଳରେ ବହୁ ଲୋକଙ୍କ ଜିବନ ଦିପ ଲିଭି ଯାଉଛି । ଆର.ଉଦୟଗିରିରେ ଥିବା ସରକାରି ଦେଶି ମଦ ଭାଟି ବନ୍ଦ ରହିଥିବାବେଳେ କେଉଁ ଆଡୁ ଆର.ଉଦୟଗିରିରେ ଦେଶି ଚୋରା ମଦ ବିକ୍ରି ହେଉଛି ତାହାକୁ ନେଇ ଏବେ ସାଧରଣରେ ବହୁ ପ୍ରଶ୍ନବାଚି ସୃଷ୍ଟି କରୁଛି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result