No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ମେ , ବୁଧବାର ) ଭୁବନେଶ୍ୱର :- ଅସହ୍ୟ ଗରମ ସହ ଚାଲିଛି ଲକ୍ ଡାଉନ୍ । ଏହି ସମୟରେ ପୁରୁଣା ଭୁବନେଶ୍ୱର ବିଭିନ୍ନ ସାହିରେ ଦେଖା ଦେଇଛି ପିଇବା ପାଣି ସମସ୍ୟା । ସ୍ଥାନୀୟ ଅଂଚଳର ସମାଜସେବୀ ଶିବ ପ୍ରସାଦ ବେହେରା ଏଥି ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଖର୍ଚରେ ଏକ ପାଣି ଟ୍ୟାଙ୍କର କିଣି ପାଣି ଆଣି ଲୋକଙ୍କୁ ଯୋଗାଉଛନ୍ତି । ପୁରୁଣା ଭୁବନେଶ୍ୱରର ବିଭିନ୍ନ ପୁରୁଣା ସାହିରେ ପାଣି ପାଇଁ ଏଠି ଲୋକ ହେଉଛନ୍ତି ଢ଼ହଳ ବିକଳ ।

ଗାଧୋଇବା ପାଇଁ ବିଭିନ୍ନ ପୋଖରିକୁ ଯାଇ ହେବ କିନ୍ତୁ ଲକ୍ ଡାଉନ୍ ଯୋଗୁଁ କେହି ବାହାରକୁ ଯିବା ସମସ୍ୟା । ସବୁଠାରୁ ବଡ଼ ସମସ୍ୟା ହେଉଛି ଘରର ରୋଷେଇ, ଛୋଟ ପିଲାଙ୍କୁ ଗାଧୋଇବା, ବାସନ, ଲୁଗା ଧୋଇବା ଓ ପିଇବା ପାଇଁ ପାଣି । ତେବେ ଏଠି ପାଣି ସମସ୍ୟା ଲାଗି ରହିଥିବା ବେଳେ ସରକାରୀ ବାବୁ ଦିନେ ଶୁଣିଲେ ଆଉ ୬ଦିନ ଦେଖା ନାହିଁ ।

ଏହି ସମୟରେ ଜାଗେଶ୍ୱରୀ କ୍ଲବର ସମ୍ପାଦକ ନିଜ ହାତରୁ ପାଣି ଟାଙ୍କି କିଣି ପାଣି ଯୋଗାଇବା ଅଭିଯାନ ଆରମ୍ଭ କରିଛନ୍ତି । ଓଲଡ଼୍ ଟାଉନ୍ର ୨୦ରୁ ଉଧ୍ୱର୍ ସାହିରେ ସେ ପାଣି ଯୋଗାଇ ଏହାର ଶୁଭାରମ୍ଭ କରିଛନ୍ତି । ଯେଉଁଥି ପାଇଁ ଶିବଙ୍କ ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ପଂଶସାର ପାତ୍ର ପାଲଟିଛି । (ରିପୋର୍ଟ ରଶ୍ମିତା ମହାପାତ୍ର)
No Result
View All Result