No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ନୂଆଦିଲ୍ଲୀ :- ୨୫ରୁ ୫୦ ହଜାର ଟଙ୍କା ବିକ୍ରି ହେଉଛି ବେଡ୍। କେଇଟା ଟଙ୍କା ପାଇଁ ଗୁରୁତର ରୋଗୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି ଦଲାଲ୍। କରୋନା କାଳରେ ହସ୍ପିଟାଲରେ ବେଡ୍ ଅଭାବ ବେଳେ ବ୍ୟାକ୍ ହ୍ୟାଣ୍ଡରେ ଟଙ୍କା ନେଇ ବେଡ୍ ବିକି ଦେଉଛନ୍ତି ମେଡିକାଲ ଦଲାଲ୍। କେତେଜଣ ସ୍ୱାସ୍ଥ୍ୟକର୍ମୀ ଓ ମ୍ୟୁନିସିପାଲିଟି ଅଫିସ କର୍ମଚାରୀଙ୍କ ହାତବାରିସି ସାଜିଥିବା ଦଲାଲମାନେ ହସ୍ପିଟାଲରେ ଚଳାଇଛନ୍ତି ଦାଦାଗିରି।
ଏଭଳି ଘଟଣା ନଜରକୁ ଆସିଛି ବାଙ୍ଗାଲୋର ସହରରୁ। ହସ୍ପିଟାଲରେ ବେଡ୍ ଯୋଗାଣ ନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନେକ ଗରିବ ଲୋକଙ୍କ ଜୀବନ ନେଉଛି ବୋଲି କହିଛନ୍ତି ବାଙ୍ଗାଲୋରର ସାଉଥ୍ ସାଂସଦ ତଥା ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟ। ତାଙ୍କ ଅଭିଯୋଗ ପରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସୂର୍ଯ୍ୟଙ୍କ ଅଭିଯୋଗ ଯେ, ମ୍ୟୁନିସିପାଲିଟି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏଜେଣ୍ଟମାନେ ଅତି ଗୁରୁତର ରୋଗୀଙ୍କଠାରୁ ବେଡ୍ ଛଡ଼ାଇ ବିକ୍ରି କରୁଛନ୍ତି।
ଗୋଟିଏ ବେଡ୍ ପାଇଁ ୨୫ରୁ ୫୦ ହଜାର ପର୍ଯ୍ୟନ୍ତ ଚାର୍ଜ କରାଯାଉଛି। ହସ୍ପିଟାଲରେ ଶଯ୍ୟା ସଂରକ୍ଷଣ ପାଇଁ କର୍ଣ୍ଣାଟକ ସରକାର ଦେଇଥିବା ନିର୍ଦ୍ଦେଶ ଯୋଗୁ ସ୍ଥିତି ଏଭଳି ହୋଇଛି ବୋଲି ବିଜେପି ସାଂସଦ ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ଓ୍ୱେବସାଇଟରେ ସବୁ ବେଡ୍ ଫୁଲ୍ ଥିବା ଦର୍ଶାଯାଉଛି। ମାତ୍ର ମହାନଗର ନିଗମର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏଜେଣ୍ଟମାନେ ଟଙ୍କା ନେଇ ବେଡ୍ ବିକ୍ରି କରିଦେଉଛନ୍ତି। ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ନିର୍ଦ୍ଧିଷ୍ଠ କେତେକ ଶଯ୍ୟା ସଂରକ୍ଷିତ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବାରୁ ହଜାର ହଜାର ରୋଗୀଙ୍କ ସମ୍ପର୍କୀୟ ଏହି ସମସ୍ୟା ଭୋଗୁଛନ୍ତି। ମହାମାରୀ ସମୟରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ସାଂସଦ ସୂର୍ଯ୍ୟ କହିଛନ୍ତି।
No Result
View All Result