No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ରଣପୁର /ରିପୋର୍ଟ ଅଭିମନ୍ୟୁ :- ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ର ତୀବ୍ରତା ଅତି ଭୟଙ୍କର ହୋଇଛି । ରାଜ୍ୟ ରେ ସଂକ୍ରମଣ ସ୍ଥିତି ବୃଦ୍ଧି ପାଉଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନ ପ୍ରଥମ ଦିନ । ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପୁଣି ରାଜ୍ୟକୁ ଫେରିଛି ଲକ ଡାଉନ । କରୋନାର ଅତି ଭୟଙ୍କର ରୁପ ଓ ସଂକ୍ରମଣର ଦୃତ ଗତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ଯାହା ଆଜି ସକାଳ ୫ ଟାରୁ ଲକଡାଉନ ଲାଗି ରହିଛି ।

ତେବେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଠାରୁ ଲକ ଡାଉନ ର ପ୍ରଥମ ଦିନ .. ସମସ୍ତ ରାସ୍ତାଘାଟ ପଡିଛି ଶୂନଶାନ । ଆଜି ସକାଳୁ ଥାନା ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ବଜାର ଘାଟ , ଛକ ସ୍ଥାନ ଗୁଡିକରେ ଜଗି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଲକ ଡାଉନ ସମୟରେ ଜୀବନ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏବଂ ରାଜ୍ୟ ସରକାର ଙ୍କ ଦ୍ଵାରା ଜାରୀ ହୋଇଥିବା ଗାଇଡ଼ଲାଇନ ଅନୁସାରେ ଲକଡାଉନ ର ପ୍ରଥମ ଦିନ ପାଳିତ ହୋଇଛି । ବସ୍ , ଅଟୋରିସ୍କା , ମୋଟର ସାଇକେଲ ଚଳାଚଳ ବନ୍ଦ ଥିବା ବେଳେ ଚାଲି ଚାଲି ଲୋକ ଯାତାୟତ କରୁଥିବା ଜଣା ଯାଇଛି । ଏତଦବ୍ୟତୀତ ଅତ୍ୟନ୍ତ ବ୍ୟବହୃତ ସାମଗ୍ରୀ ପରିବା ଦୋକାନ , ତେଜରାତି ଦୋକାନ ଏବଂ ମେଡ଼ିସିନ ଦୋକାନ ଖୋଲା ରହିଛି ।

ରଣପୁର ରେ ଲକଡାଉନ ର ପ୍ରଥମ ଦିନ ରେ ରଣପୁର ପୋଲିସ କଡା କଡ଼ି ସୁରକ୍ଷା ବ୍ୟବସ୍ଥା କରିବା ସହ ଅମାନିଆ ଙ୍କୁ ତାଗିଦ ଏବଂ କେତେକ ସ୍ଥାନରେ ଲୋକଙ୍କୁ ସଚେତନ କରାଇଛି ପୋଲିସ । ମୁହଁରେ ମାସ୍କ ଏବଂ ଦୂରତା ରକ୍ଷା କୁ ବାଧ୍ୟତାମୂଳକ କରାଯାଇଛି । ଲକଡାଉନ ର ପ୍ରଥମ ଦିନରେ ତତ୍ପର ରହିଛି ପୋଲିସ ପ୍ରଶାସନ ।
No Result
View All Result