No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଓଡ଼ଗାଁ :- ରାଜ୍ୟସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ ଆଜି ଭିସି ମାଧ୍ୟମରେ କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟର ସମୀକ୍ଷା କରିଛନ୍ତି । ଏଥି ନିମନ୍ତେ ଓଡ଼ଗାଁ ବ୍ଲକ ସଭାଗୃହରେ ସ୍ୱତନ୍ତ୍ର ଏଲ.ଇ.ଡି ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା । କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟ ଉଚ୍ଚାକାଂକ୍ଷା ରୂପାନ୍ତରୀକରଣ ନେଇ ଭିସି ମାଧ୍ୟମରେ ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡ଼ିଓ ସ୍ୱାତିଲେଖା ଦାସ ,ବ୍ଲକ ଶିକ୍ଷାଧିକାରୀ ବସନ୍ତ ନାୟକ ,ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,କୁରାଳ ସରପଞ୍ଚ ଝିଲି ପ୍ରଧାନ ,ସମିତି ସଭ୍ୟ ବିଜନ ପାଇକରାୟ ,ବ୍ଲକ ସହକାରୀ ଯନ୍ତ୍ରୀ ଶରତ ମଲ୍ଲିକ,ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ ,

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶେଷଦେବ ସାହୁ ,କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।ସଚିବ ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ ପାଇଁ ଆଲୁମିନି କମିଟି ଏବଂ ବିଦ୍ୟାଳୟ କମିଟି ସହ ଆଲୋଚନା କରିଥିଲେ ।କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟର ଛାତ୍ର ଦ୍ବିତୀକୃଷ୍ଣ ଆଚାର୍ଯ୍ୟ ଏବଂ ଛାତ୍ରୀ ମାନସୀ ବ୍ରହ୍ମାଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।ଆଗାମୀ ଦିନରେ କିପରି ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହିତ ଯୋଡି ହେବ ସେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ଏଥିସହିତ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଆସିଥିବା ୬୦ଲକ୍ଷ ଟଙ୍କାର ସଠିକ ବିନିଯୋଗ କରିବାପାଇଁ ମଧ୍ୟ କହିଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result