• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ସମାଜ ୟୁ.ଏ.ଇର ଏକାଦଶତମ ୱେବ୍‍ ବାର୍ଷିକୋତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
May 4, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଓଡ଼ିଶା ସମାଜ ୟୁ.ଏ.ଇର ଏକାଦଶତମ ୱେବ୍‍ ବାର୍ଷିକୋତ୍ସବ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ଭୁବନେଶ୍ୱର :- ଦୁବାଇ / ଭୁବନେଶ୍ୱର / ନୂଆଦିଲ୍ଲୀ / ତିରୁବନନ୍ତପୁରମ୍‍ / ପୁନେ ; ଓଡ଼ିଶା ସମାଜ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ଓ.ଏସ୍‍.ୟୁ.ଏ.ଇ)ର ଏକାଦଶତମ ବାର୍ଷିକୋତ୍ସବ ଏବଂ ଉତ୍କଳ ଦିବସ ଅନ୍‍ଲାଇନ୍‍ ଯୋଗେ ପାଳନ କରାଯାଇଛି । ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଭବ୍ୟ ସମାରୋହକୁ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ । ଭର୍ଚ୍ଚୁଆଲ୍‍ ସଭାର ପ୍ରାରମ୍ଭରେ କୋଭିଡ୍‍ ମୃତକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ଲାଇଭଷ୍ଟ୍ରିମିଂ ସାମବେଶରେ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବହୁ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାପ୍ରେମୀ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିବା ଦେଖାଯାଇଥିଲା । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ବୈଠକକୁ ସମ୍ବୋଧନ କରି ଡଃ ସୂର୍ଯ୍ୟନାରାୟଣ ପାତ୍ର କରୋନା ମହାମାରୀ କାଳରେ ଓଡ଼ିଶା ସମାଜ ୟୁ.ଏ.ଇ, ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅସହାୟ ଜନସାଧାରଣଙ୍କୁ ଯେଭଳି ଭାବେ ସାହାଯ୍ୟ, ସହଯୋଗ ଓ ସେବା ପ୍ରଦାନ କରିଛି ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ପ୍ରବାସୀ ଓଡ଼ିଆମାନେ ମିଳିମିଶି ଏକଜୁଟ୍‍ ହୋଇ ବର୍ତ୍ତମାନର ମହାବିପତ୍ତି କାଳରେ ମାତୃପ୍ରଦେଶ ଓଡ଼ିଶାକୁ ଆକୁଣ୍ଠରେ ସହାୟତା ପ୍ରଦାନ କରିବାକୁ ଡଃ ପାତ୍ର ନିବେଦନ କରିଥିଲେ ।

ଉତ୍ସବ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ପରସ୍ପରକୁ ଭଲ ପାଇବା ଓ ସାନ୍ତ୍ୱନା ଦେବାକୁ ଶିଖାଉଥିବା ଶକ୍ତିଶାଳୀ ଜଗନ୍ନାଥ ସଂସ୍କୃତିର ପ୍ରାସଙ୍ଗିକତା ଆଜିର ବିପଦ କାଳରେ ଅଧିକ ସମୀଚିନ ହୋଇପଡ଼ିଥିବା ଦର୍ଶାଇଥିଲେ । କରୋନାକୁ ଦୂର କରିବା ପାଇଁ ଜନସମାଜ, ଏହାର ଆତ୍ମଶକ୍ତି, ବିଜ୍ଞାନ ଶକ୍ତି, ରାଜ୍ୟ ଶକ୍ତି ଏବଂ ସର୍ବୋପରି ଆଧ୍ୟାତ୍ମିକ ଶକ୍ତିକୁ ଜାଗ୍ରତ କରିବାକୁ ଗୁରୁଜୀ ଆଶ୍ରିବଚନ ଶୁଣାଇଥିଲେ । ଇଣ୍ଟରନେଟ୍‍ ଅଧିବେଶନରେ ଉଦ୍‍ବୋଧନ ଦେଇ ରାଜ୍ୟ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବିଦେଶରେ ଜୀବନଯାପନ କରୁଥିବା ଓଡ଼ିଶାର କୃତି ସନ୍ତାନ ଓ ସନ୍ତତିମାନେ ନିଜର ମା’ ମାଟି ପ୍ରତି ପ୍ରଦର୍ଶନ କରୁଥିବା ଅହେତୁକ ମୋହ, ଅନାବିଳ ମମତା, ଅନନ୍ୟ ଶ୍ରଦ୍ଧା, ଅଜସ୍ର ସମ୍ମାନ ଏବଂ ଅତୁଟ ସ୍ନେହ, ତାଙ୍କୁ ଅଭିଭୂତ କରିଥିବା ଦର୍ଶାଇଥିଲେ । ସମ୍ବଳ ଓ ସମାର୍ଥ୍ୟରେ ପରିପୃଷ୍ଟ ଏହି ପ୍ରବାସୀ ଓଡ଼ିଆମାନେ ନିଜର ଜନ୍ମ ପ୍ରଦେଶର ଋଣ ସୁଝିବା ପାଇଁ କିଛି କରି ଦେଖାଇବା ସକାଶେ ଇଚ୍ଛାଶକ୍ତି ଓ ନେଇଥିବା ପଣର ଡଃ ସାହୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତା କେରଳର ଡି.ଜି. ପୁଲିସ ଲୋକନାଥ ବେହେରା, ପ୍ରବାସୀ ଓଡ଼ିଆମାନେ ପ୍ରବାସୀ କେରଳୀ ମାନଙ୍କର କେରଳ ପ୍ରତି ଥିବା ବ୍ୟାପକ ଅବଦାନ ସମ୍ପର୍କରେ ଅନୁଶୀଳନ ଓ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଆଦୌ ଅନଗ୍ରସର ନୁହଁ ବୋଲି ଦର୍ଶାଇ ଶ୍ରୀ ବେହେରା, ଓଡ଼ିଶାର ଗାଁ ଗହଳରେ ସ୍କୁଲ, କଲେଜ, ପାଠାଗାର ଓ ବ୍ଲଡ୍‍ ବ୍ୟାଙ୍କ ଆଦି ସ୍ଥାପନ ପାଇଁ ପ୍ରବାସୀ କେରଳୀଙ୍କ ଭଳି ପ୍ରବାସୀ ଓଡ଼ିଆମାନେ ସହଯୋଗ କଲେ ଆମ ରାଜ୍ୟର ଭାଗ୍ୟ ବଦଳି ଯିବା ଅବଶ୍ୟମ୍ଭାବୀ ବୋଲି ଶ୍ରୀ ବେହେରା ଦମ୍ଭ ପ୍ରକାଶ କରିଥିଲେ । ଏହି ଅବସରରେ ଓ.ଏସ୍‍.ୟୁ.ଏ.ଇ ତରଫରୁ ପ୍ରଥମ ଓଡ଼ିଆ ମହିଳା ପାଇଲଟ୍‍ କ୍ୟାପଟେନ୍‍ ମଧୁସ୍ମିତା ପଟ୍ଟନାୟକଙ୍କୁ କୋଭିଡ୍‍ କାଳରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ଦୁବାଇରୁ ଭୁବନେଶ୍ୱର ବିମାନ ଚାଳନା କରି ପ୍ରଦର୍ଶନ କରିଥିବା ଅଦମ୍ୟ ସାହସିକତା ଓ ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କର ଭାଷଣରେ କ୍ୟାପ୍‍ଟେନ୍‍ ପଟ୍ଟନାୟକ, କୋଭିଡ୍‍ କାଳରେ ନିଜର ନୈତିକ ମନୋବଳକୁ ଉଚ୍ଚା ରଖି ପରସ୍ପରକୁ ସହଯୋଗ କରିବା ପାଇଁ ହୃଦୟ ଓ ମନକୁ ଉନ୍ମୁକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଓ.ଏସ୍‍.ୟୁ.ଏ.ଇ ପକ୍ଷରୁ ରାଜ୍ୟର ୧୦ଟି ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରି ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଏହା ସାଙ୍ଗକୁ ସମାଜ ପକ୍ଷରୁ ନିଶୁଳ୍କ ମେଣ୍ଟାଲ ହେଲ୍‍ଥ ସର୍ଭିସ କାଉନ୍‍ସେଲିଂ ଆରମ୍ଭ କରାଯିବାକୁ ସେ ମତ ପ୍ରକାଶ କରିଥିଲେ । ୨୮ ଏପ୍ରିଲ ତାରିଖ ମଧୁବାବୁଙ୍କର ଜନ୍ମଦିନକୁ ପ୍ରବାସୀ ଓଡ଼ିଆ ଦିବସ ଭାବେ ପାଳନ କରାଯିବାକୁ ଶ୍ରୀ ହରିଚନ୍ଦନ ଆଗ୍ରହ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ହୀନମନ୍ୟତାକୁ ଦୂରେଇ ଦେଇ ଆମର ଉପଲବ୍ଧୀ ପାଇଁ ଆମକୁ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ । ଲଗାତର ପ୍ରାକୃତିକ ବିପତ୍ତି ପାଇଁ ପରିଚିତ ଓ ନିନ୍ଦିତ ଓଡ଼ିଶା ଏବେ ଏହି ବିପତ୍ତିର ସଫଳ ନିୟନ୍ତ୍ରଣ ପାଇଁ ବିଶ୍ୱଭରି ପ୍ରଶଂସାର ପାତ୍ର ହୋଇଥିବା ଶ୍ରୀ ପଣ୍ଡା ସୂଚାଇଥିଲେ । ସମ୍ମାନିତ ବକ୍ତା ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର, ସାମ୍ପ୍ରତିକ ଦୁର୍ବିସହ କରୋନା ସଂକଟ କାଳରେ ପ୍ରବାସୀ ଓଡ଼ିଆମାନେ ଆମ ପାଇଁ ପ୍ରାର୍ଥନା ଏବଂ ଆମକୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପ୍ରଳୟଙ୍କରୀ ମହାମାରୀକୁ ତିଳେମାତ୍ର ଭ୍ରୁକ୍ଷେପ ନ କରି ସମଗ୍ର ପୃଥିବୀର ଓଡ଼ିଆ ସମ୍ପ୍ରଦାୟକୁ ପରସ୍ପରର ଦୁଃଖସୁଖରେ ଭାଗୀଦାର ହେବା ପାଇଁ ଗୋଟିଏ ଡିଜିଟାଲ ମଞ୍ଚରେ ଏକଜୁଟ୍‍ କରିପାରିଥିବାରୁ ଓ.ଏସ୍‍.ୟୁ.ଏ.ଇକୁ ସାଧୁବାଦ ଜଣାଇଥିଲେ । ବ୍ୟାଙ୍କ ଅଫ୍‍ ବରୋଦାର ସି.ଇ.ଓ ନିଶାନ୍ତ ରଞ୍ଜନ ଏବଂ ଇଣ୍ଟରନ୍ୟାସନାଲ୍‍ ସିଫି ଏଣ୍ଡ ଲଜିଷ୍ଟିକ୍ସର ସି.ଇ.ଓ କ୍ୟାପ୍‍ଟେନ୍‍ ସୌମ୍ୟରଞ୍ଜନ ପଟ୍ଟନାୟକ ବାର୍ଷିକ ଉତ୍ସବ ପାଇଁ ଆୟୋଜକମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ଓ.ଏସ୍‍.ୟୁ.ଏ.ଇର ସଭାପତି ଅମୀୟ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଅତିଥି ଡଃ ପାତ୍ରଙ୍କ ଜରିଆରେ ଓଡ଼ିଶା ସମାଜ ୟୁ.ଏ.ଇ କୋଭିଡ୍‍ ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଓ.ଏସ୍‍.ୟୁ.ଏ.ଇର ସାଧାରଣ ସମ୍ପାଦକ ପ୍ରିତୀଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀ ବିଦେଶ ଭୂମିରେ ମା’ ଓ ମାଟିର ଟେକ ରଖିବାକୁ ଓ ଓଡ଼ିଶାର ପରିଚୟକୁ ପରିବର୍ଦ୍ଧନ କରିବାକୁ ଓଡ଼ିଶା ସମାଜର ସଦସ୍ୟମାନଙ୍କୁ ନିବେଦନ ଜଣାଇଥିଲେ । ହାସ୍ୟ ସମ୍ରାଟ ଜ୍ଞାନ ହୋତା ତାଙ୍କର ଅନର୍ଗଳ ତୀର୍ଜକ ବାକ୍ୟବାଣରେ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ । ଶାଶ୍ୱତ ଯୋଶୀ ଓ ସାଥୀ କଳାକାରମାନେ ନୃତ୍ୟମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁନ୍ଦର, ସାବଲୀଳ ଓ ସୂଚାରୁ ରୂପରେ ସୁଦକ୍ଷ ସଂଯୋଜକ ଏବଂ ସଂଚାଳକ ସୁଧାଶ୍ରୀ ଦାଶ ଉପସ୍ଥାପନା କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ନଳିନୀ ପତି, ସନ୍ତୋଷ ମିଶ୍ର, ଦେବର୍ଶୀ ମଲ୍ଲିକ, ସୁମନ୍ତ ମାନସିଂହ, ଶିବ ରଞ୍ଜନ ବିଶ୍ୱାଳ, ଆଦ୍ରିଶ ବ୍ରହ୍ମଦତ୍ତ, ପ୍ରଦୀପ ରଥ, ସୁକାନ୍ତ ସାହୁ, ଶାସ୍ୱତ ପାଢ଼ୀ, ସୁବାସ ସାହୁ, ଗୌତମ ଦାସ, ତ୍ରିଲୋଚନ ତ୍ରିପାଠୀ, ମମତା ମିଶ୍ର, ମନୋଜ ମନ୍ମୟ, ପୁଷ୍ପାଞ୍ଜଳି ବାରିକ, ଚିଦାତ୍ମିକା ଖଟୁଆ, ବିଶ୍ୱରଞ୍ଜନ ପାଢ଼ୀ, ହୃଷିକେଶ ପାତ୍ର, ସସ୍ମିତା ପଟ୍ଟନାୟକ, ଲୋପାମୁଦ୍ରା ଦାସ, ଅଂଶୁମାନ ମହାପାତ୍ର, ଜୀତେନ୍ଦ୍ର ପରିଡ଼ା, ବଳରାମ ବଳିଆରସିଂହ, ମାନସ ପ୍ରଧାନ, ବିରଜା ରଥ, ରାଜେଶ ତ୍ରିପାଠୀ ଓ ସୁକାନ୍ତ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ବାର୍ଷିକ ଉତ୍ସବର ସଫଳ ଆୟୋଜନ ଓ ସୁପରିଚାଳନା କରିବାରେ ଓ.ଏସ୍‍.ୟୁ.ଏ.ଇର ସାଂସ୍କୃତିକ ସମ୍ପାଦକ ସ୍ୱୟମ୍‍ ପ୍ରକାଶ ଏବଂ ସଦସ୍ୟ ଚିନ୍ମୟ ଜେନା, ରାଜୀବ ଦାସ, ଅବନୀ ପଟ୍ଟନାୟକ ଏବଂ ତନୁଜ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026
ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

June 27, 2026

Recent News

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026
ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version