No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଭୁବନେଶ୍ୱର :- ଏୟାରଟେଲ ପେମେଂଟ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ୧ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ସଂଚୟ ଖାତା ଜମା ଉପରେ ବାର୍ଷିକ ୬%ର ଏକ ବର୍ଦ୍ଧିତ ସୁଧହାର ଯୋଗାଇଦେବା ସମ୍ପର୍କରେ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିର୍ଦ୍ଦେଶାବଳୀ ଅନୁଯାୟୀ ଏୟାରଟେଲ ପେମେଂଟ ବ୍ୟାଙ୍କ, ପ୍ରଥମ ପେମେଂଟ ବ୍ୟାଙ୍କ ଭାବେ ୨ ଲକ୍ଷ ଟଙ୍କାର ବର୍ଦ୍ଧିତ ଡେ-ଏଣ୍ଡ ସଂଚୟ ସୀମା କାର୍ଯ୍ୟକାରୀ କରିଛି । ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କ ସିଇଓ ଶ୍ରୀ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, “ଆରବିଆଇର ବର୍ଦ୍ଧିତ ସଂଚୟ ଜମା ନିଷ୍ପତି ପେମେଂଟ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରମୁଖ ସଫଳତା, କାରଣ ଏହା ଗ୍ରାହକଙ୍କମାନଙ୍କର ଏକ ପ୍ରମୁଖ ଚାହିଦା ଥିଲା ।

ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜମାରାଶି ଉପରେ ବାର୍ଷିକ ୬%ର ଏକ ଆକର୍ଷଣିୟ ସୁଧହାର ସହିତ ଆମେ ଆମର ବ୍ୟାଙ୍କିଙ୍ଗ ପ୍ରସ୍ତାବକୁ ଅଧିକ ଲାଭଦାୟକ କରିଛୁ । ୫ଲକ୍ଷ ବ୍ୟାଙ୍କିଙ୍ଗ ପଏଂଟରେ ଆମର ଉପସ୍ଥିତି ଏବଂ ଡିଜିଟାଲ ଭାବେ ବିଶ୍ୱର ପ୍ରଥମ ସୁରକ୍ଷିତ ଏବଂ ସରଳ ଅଭିଜ୍ଞତା ଯୋଗାଇଦେଇ ଏୟାରଟେଲ ମେମେଂଟ ବ୍ୟାଙ୍କ ଉଭୟ ସହରୀ ଡିଜିଟାଲ ଏବଂ ଗ୍ରାମୀଣ ଅଣ୍ଡରବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଜାର ଅଗ୍ରଣୀ ପ୍ରସ୍ତାବ ଯୋଗାଇଦେଇଥାଏ ।” ଗ୍ରାହକମାନେ ବର୍ତମାନ ଏୟାରଟେଲ ଥ୍ୟାଙ୍କସ ଆପରୁ ଏକ ଭିଡିଓ କଲ କରି ମାତ୍ର କିଛି ସମୟ ମଧ୍ୟରେ ଏକ ଏୟାରଟେଲ ପେମେଂଟ ବ୍ୟାଙ୍କ ଆକାଉଂଟ ଖୋଲିପାରିବେ ା ବ୍ୟାଙ୍କ ଏକ ଡିଜିଟାଲ ସଂଚୟ ଆକାଉଂଟ-ରିୱାର୍ଡ୧୨୩ ପ୍ରଦାନ କରୁଛି, ଯାହାକି ଗ୍ରାହକମାନଙ୍କୁ ଆକାଉଂଟ ମାଧ୍ୟମରେ ଡିଜିଟାଲ ନେଣଦେଣ କରିବା ସମୟରେ ଆହୁରି ଅଧିକ ମୂଲ୍ୟ ପ୍ରଦାନ କରୁଛି ।
No Result
View All Result