No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର ) ନୂଆଦିଲ୍ଲୀ :- ଟି ରବିଶଙ୍କର ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (RBI)ର ପରବର୍ତ୍ତୀ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଆରବିଆଇର କାର୍ଯ୍ୟକାରୀ ନିର୍ଦେଶକ ଥିବା ଟି ରବିଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ଦାୟିତ୍ବ ଦିଆଯାଇଛି । ଗତ ଏପ୍ରିଲ ୧୨ ତାରିଖରେ ବି ପି କାନୁନ୍ଗୋଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିଥିଲା ।
କ୍ୟାବିନେଟ୍ ନିଯୁକ୍ତି କମିଟିର ସୁପାରିଶ ପରେ ରବିଶଙ୍କରଙ୍କ ନାଁ ଉପରେ ମୋହର ଲଗାଯାଇଥିଲା । ସେ ଏହି ପଦବୀରେ ଆସନ୍ତା ୩ ବର୍ଷ ଯାଏଁ କାର୍ଯ୍ୟ କରିବେ । ତେବେ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ ଅନ୍ୟ ୩ ଜଣ ଡେପୁଟୀ ଗଭର୍ଣ୍ଣର ହେଉଛନ୍ତି ଡି. ପାତ୍ର, ମୁକେଶ କୁମାର ଜୈନ ଏବଂ ରାଜଶ୍ବେର ରାଓ ।
ରିଜର୍ଭ ବ୍ୟାଙ୍କ ଡେପୁଟୀ ଗଭର୍ଣ୍ଣର ଭାବେ ନୂତନ ଦାୟିତ୍ବ ପାଇଥିବା ଟି. ରବିଶଙ୍କର ବନାରସ ହିନ୍ଦୁ ୟୁନିଭରସିଟିରୁ ବିଜ୍ଞାନ ଏବଂ ପରିସଂଖ୍ୟାନରେରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ୧୯୯୦ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କରେ ପ୍ରଥମେ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
No Result
View All Result