No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ନୂଆଦିଲ୍ଲୀ :- ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ । ଏଥର ସେ ଖେଳ ପାଇଁ ନୁହେଁ ବରଂ ୧୨ ବର୍ଷ ତଳର ଏକ ଖବର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ୨୦୦୯ରେ ରୋନାଲ୍ଡୋଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୂର୍ବତନ ମଡେଲ କ୍ୟାଥରିନ୍ ମାୟୋର୍ଗା ଏବେ ପୁଣି ଥରେ କ୍ଷତିପୂରଣ ଦାବି କରିଛନ୍ତି। କ୍ଷତିପୂରଣ ବାବଦକୁ ରୋନାଲ୍ଡୋଙ୍କ ପାଖରୁ କ୍ୟାଥରିନ୍ ୫୬ ମିଲିୟନ୍ ପାଉଣ୍ଡସ୍ (୫୭୯ କୋଟି ଟଙ୍କା) ଦାବି କରିଛନ୍ତି।
ଅତୀତର କଷ୍ଟ ପାଇଁ ୧୮ ମିଲିୟନ ପାଉଣ୍ଡ, ଭବିଷ୍ୟତରେ ପାଇବାକୁ ଥିବା ଦୁଃଖ ପାଇଁ ୧୮ ମିଲିୟନ ପାଉଣ୍ଡ ଏବଂ ଦଣ୍ଡମୂଳକ କ୍ଷତି ପାଇଁ ୧୮ ମିଲିୟନ ପାଉଣ୍ଡ ପାଇବାକୁ ଦାବି କରିଛନ୍ତି କ୍ୟାଥ୍ରିନ୍ । ୩୭ ବର୍ଷୀୟା ପୂର୍ବତନ ମଡେଲ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ୧.୧ ମିଲିୟନ ପାଉଣ୍ଡ ଏବଂ ଆଇନଗତ ଖର୍ଚ୍ଚ ବାବଦକୁ ୧.୪ ମିଲିୟନ୍ ପାଉଣ୍ଡ ସହ ମୋଟ ୫୬.୫ ମିଲିୟନ୍ ପାଉଣ୍ଡ ରୋନାଲ୍ଡୋଙ୍କଠୁ ଦାବି କରିଛନ୍ତି। ଯାହାକି ରୋନାଲ୍ଡୋଙ୍କ ୨ ବର୍ଷର ରୋଜଗାର ସହ ସମାନ। ଏନେଇ ମିରର ଡଟ୍ କୋ ଡଟ୍ ୟୁକେରେ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି।
ପୂର୍ବତନ ମଡେଲ ପର୍ତ୍ତୁଗୀଜ୍ ଫୁଟବଲରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏକ ନାଇଟକ୍ଲବରେ ଭେଟ୍ ହୋଇଥଲା ପରେ ୨୦୦୯ରେ ଲସ୍ଭେଗାସ୍ର ଏକ ହୋଟେଲରେ ରୋନାଲ୍ଡୋ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ କ୍ୟାଥରିନ୍। କିନ୍ତୁ ରୋନାଲ୍ଡୋ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ୨୦୧୦ରେ ଆଉଟ ଅଫ୍ କୋର୍ଟ ସେଟଲମେଣ୍ଟ ଜରିଆରେ ୨୭୦,୦୦୦ ପାଉଣ୍ଡସ୍ ଗ୍ରହଣ କରିଥିଲେ କ୍ୟାଥରିନ ।
ସେ ଯାହା ହେଉ ୩ ବର୍ଷ ପୂର୍ବେ ପୁଣି ସେ ମାମଲାକୁ ଉଠାଇଥିଲେ। କହିଥିଲେ ସେଟଲମେଣ୍ଟ ବେଳେ ‘ମୁଁ ମାନସିକ ସ୍ତରରେ ଅକ୍ଷମ’ ହୋଇଯାଇଥିଲି। ରିପୋର୍ଟରୁ ଆହୁରି ଜଣାପଡ଼ିଛି, କ୍ୟାଥରିନ୍ଙ୍କ ଲିଗାଲ୍ ଟିମ୍ ୬୦ରୁ ଅଧିକ ସାକ୍ଷୀଙ୍କ ସୂଚୀ ଜାରି କରିଛି ଯେଉଁମାନେ ସାକ୍ଷ ଦେବାକୁ ଚାହୁଁଛନ୍ତି। ସେମାନଙ୍କ ମଧ୍ୟରେ ଜସମିନ୍ ଲେନାର୍ଡ ମଧ୍ୟ ଅଛନ୍ତି। ୧୦ ବର୍ଷ ପୂର୍ବେ ରୋନାଲ୍ହୋ କ୍ୟାଥରିନଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜସମିନ୍ ଦାବି କରିଛନ୍ତି । (ଲାଲା ଅନନ୍ତ କୁମାର ସିଂହ )
No Result
View All Result