No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ଏପ୍ରିଲ , ଗୁରୁବାର ) ଓଡ଼ଗାଁ :- କିଛି ନୂତନ କର୍ମଚାରୀ ନିଯୁକ୍ତି ନେଇ ଓଡ଼ଗାଁ ଏନ୍ଏସି ପ୍ରଶାସନ ଏବଂ ସଫେଇ କର୍ମଚାରୀ ମାନଙ୍କ ମଧ୍ୟରେ ବାଦ ବିବାଦ ଦେଖାଦେଇଛି । ଫଳରେ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ନେଇ ୫ ଜଣ ସଫେଇ କର୍ମଚାରୀଙ୍କ ନାମରେ ଓଡ଼ଗାଁ ଥାନାରେ ନିର୍ବାହ ଅଧିକାରୀ ସ୍ବାତୀ ଦାସ ଏତଲା ଦେଇଛନ୍ତି ।
ପୁଲିସ ଘଟଣାର ତଦନ୍ତ ପରେ ଟୁନା ନାୟକ ,ବିଷ୍ଣୁ ନାୟକ , ଚିରଞ୍ଜିବୀ ନାୟକ , ସଞ୍ଜୟ ନାୟକ , ସୁରେଶ ନାୟକକୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result