No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଚିକିତ୍ସା ଅବହେଳାରୁ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ରୋଗୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ । ସୂଚନା ଅନୁସାରେ ଶେରଗଡ଼ ଥାନା କାଚଖଣ୍ଡି ଗ୍ରାମ ର ସୁନୀତା ସେଠୀ (୨୩)ଙ୍କ ହଠାତ୍ ଶରୀର ଅସୁସ୍ଥ ହେବାରୁ ପରିବାର ସଦସ୍ୟ ୧୦୮ଆମ୍ବୁଲାନ୍ସ ଯୋଗେ। ହିଞ୍ଜିଳିକାଟୁ ସ୍ଥିତ ଡେଡିକେଟିଭ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ପ୍ରଥମେ କୋଭିଡ ପରୀକ୍ଷା କରିବା ପରେ ଚିକିତ୍ସା ହେଵ ବୋଲି କହିଥିଲେ । ସେଠାରେ ରାତ୍ର ଜଗୁଆଳି ଅକ୍ସିଜେନ ଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ।ଅନ୍ୟପକ୍ଷରେ ପରିବାର ଲୋକେ ସୁନିତାଙ୍କ କରୋନା ନମୁନା ସଂଗ୍ରହ କରି ନେଗେଟିବ ଆସିଥୁବା କହିଥୁଲେ ଓ ସାଲାଇନ ଦେଇ ଚିକିତ୍ସା କରିବା ପାଇଁ ନେହୁରା ହୋଇ ଥୂଲେ । ରୋଗୀଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଲା ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତି କରିଥିଲେ କିନ୍ତୁ ଡାକ୍ତର ରୋଗୀ କୁ ଦେଖିନଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ସେପଟେ ଡାକ୍ତର ଙ୍କ ପ୍ରତିକ୍ରିୟା ନେବାରୁ କହିଛନ୍ତି ରୋଗୀ ଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ରୋଗୀର ଗ୍ୟାସ ଜନିତ ମୃତ୍ୟୁ ବରଣ କରିଥିବା କହିଛନ୍ତି କାର୍ଯ୍ୟରତ ଡାକ୍ତର ।
ତେବେ ଏଠି ପ୍ରଶ୍ନ ଉଠିଛି କି ଯଦି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏହିଭଳି ମହାମାରୀ ସମୟରେ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଅବେହେଳା ତାହାହେଲେ ଅନ୍ୟ ଅଞ୍ଚଳ ରେ ଚିକିତ୍ସା ବ୍ୟବସ୍ଥା କିପରି ଥିବ ଏନେଇ ସାଧାରଣ ରେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ୧୨ ଜଣ ଡାକ୍ତର ନିଯୁକ୍ତି ଥିବାଵେଳେ ଡାକ୍ତର ମାନେ ପାଳିକରି ଚିକିତ୍ସା ସେବା କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଉଚ୍ଚ କତୃପକ୍ଷଙ୍କୁ ବହୁଵାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୁନ। କୋଟି କୋଟି ଟଙ୍କା ବ୍ୟୟରେ ଡାକ୍ତର ଓ କର୍ମଚାରୀ ମାନଙ୍କ ସକାଶେ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ କରାଯାଉଥିଲେ ମଧ୍ୟ ହିଞ୍ଜିଳିକାଟୁ ରୈ ନରହି ବ୍ରହ୍ମପୁରରେ ରହୁଛନ୍ତି ।ସାଧାରଣ ରୋଗୀ ଏ ଅବସ୍ଥା ତାହା ହେଲେ କୋଭିଡ ପରିଚାଳନାରେ ଵାହାଵା ନାମକୁ ମାତ୍ର ଵୋଲି ରୋଗି ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।ଏ ନେଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଗୁରୁତର ଅବସ୍ଥାରେ ମହିଳା ରୋଗୀ ଆସିବା ପରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏ ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result