No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର ) ଆସିକା :- ଗୁରୁ ଓ ଶିଷ୍ୟ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଗୁରୁ- ଶିଷ୍ୟ ସମ୍ପର୍କକୁ ନେଇ ଏକ କଳଙ୍କ ସମ୍ପର୍କ ଦେଖିବାକୁ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳରେ ଘଟିଛି । ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରିବା ପରେ ନାବାଳିକା ଜଣଙ୍କର ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଧମକ ଦେବ ଅଭିଯୋଗରେ ଆସିକା ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି । ପ୍ରଦିପ କୁମାର ସାହୁ ନାମକ ଜଣେ ଅଧ୍ୟାପକ ଜଣେ ଛାତ୍ରୀକୁ ଯୌନ ଲାଳସା ରଖି କରିଥିଲା କୋଚିଂ ସେଣ୍ଟର । ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ତାଙ୍କ ଘରେ ଛାଡିବା ବାହାନା କରି ଶିକ୍ଷକ ଝିଅଟିର ସ୍ବର୍ଶ୍ୱ କାତର ଅଙ୍ଗକୁ ଛୁଇଁବା ଚେଷ୍ଟା କରି ସଫଳ ହୋଇଥିଲା ।
ଛାତ୍ରୀ ଜଣକ ଲଜ୍ଜା ଓ ଭୟରେ ଚୁପ ରହିଲା ଓ ଏହାର ସୁଯୋଗ ନେଇ ବାରମ୍ବାର ଯୌନ ଶୋଷଣ କରି ତାର ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରି ବିଭିନ୍ନ ମୋବାଇଲରେ ଗଚ୍ଛିତ କରି ରଖିଛି । ଝିଅର ଅନିଚ୍ଛା ସତ୍ତ୍ୱେ ପୁଣି ଧର୍ଷଣ ପାଇଁ ଉଦ୍ୟମ କରିବାରି ସେହ ନଗ୍ନ ଫଟୋ ଭିଡ଼ିଓ ବିଭିନ୍ନ ସାଇଟ ରେ ଭାଇରାଲ କରିଦେବା ସହ ହତ୍ୟା ଧମକ ଦେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଆସିକା ଥାନା କେଶ ନମ୍ବର ୨୫୮/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏଭଳି ଘଟଣା ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result