No Result
View All Result

ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) କଟକ :- ମହାମାରୀ କରୋନା ଦ୍ୱିତୀୟ ଲହରୀରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଶନିବାର ସକାଳ ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ , ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ -ଭୁବନେଶ୍ୱର ସମେତ ସହରାଞ୍ଚଳରେ ସଟଡାଉନ ଲାଗୁ କରାଯାଇଛି ।

ଏନେଇ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ଅମାନିଆଙ୍କୁ ସାବାଡ଼ କରିବା ଲାଗି ମୁତୟନ କରାଯାଇଛି । ଏନେଇ ଶନିବାର ଦିନ ଦୋକାନ ବଜାର ବନ୍ଦ ରହିଛି ।

ରାସ୍ତା ଘାଟରେ ବୁଲୁଥିବା ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବୁଲା ଗୋରୁ ଗାଈଙ୍କୁ କଟକ ପୋତାପୋଖରୀ ଅଞ୍ଚଳର ଏକ ସେଛାସେବୀ ସଂସ୍ଥାର ସଦସ୍ୟ ଜନାର୍ଦ୍ଦନ ପରିଡ଼ା ଫୁଲନଖରା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା କଡ, ଆଦି ସ୍ଥାନରେ ବୁଲୁଥିବା ଦିବ୍ୟାଙ୍ଗ ଲୋକମାନଙ୍କୁ ଖାଦ୍ୟ ପଡିଆ ,ପାଣି ବୋତଲ ପ୍ରଦାନ କରିଥିଲେ ।

ସେହିପରି ବୁଲା ଗାଈ ଗୋରୁ ,ଷଣ୍ଢଙ୍କୁ ଖାଇବାକୁ ଦେଇଥିବା ଦେବାକୁ ମିଳିଥିଲା । ଯେତେ ଦିନ ଧରି ଏପରି ସଟଡାଉନ ଚାଲିବ ସେତେଦିନ ଧରି , ଏହି ଅଭିଯାନ ଚାଲୁ ରହିବ ଵୋଲି ,ସମାଜସେବୀ ଜନାର୍ଦ୍ଦନ ପରିଡ଼ା ସୂଚନା ଦେଇଛନ୍ତି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

No Result
View All Result