No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଅପ୍ରେଲ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଲୁହାଗୁଡି ଛକରେ ଏକ କାରରୁ ୪୭ କେଜି ଗଞ୍ଜେଇ ଜବତ କରିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର କାରଟି ରଖିଦେଇ କେଉଁଆଡେ ଫେରାର ହୋଇଯାଇଛି ।
ବୁଧବାର ଠାରୁ ଏକ ଅଜଣା କାରଟି ଢ଼ାବା ଛକରେ ରଖାଯାଇଥିବା ଦେଖି ପୁଲିସ ସନ୍ଦେହ କରି ୨୪ ଘଣ୍ଟା ପରେ ଗାଡିକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଯାଂଚ କରାଯାଇ ଥିଲା ।
ଯାଂଚ ବେଳେ କାର ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ( ଗଜପତି ଜିଲ୍ଲା ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result