No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର ) ହିଞ୍ଜିଳିକାଟୁ :- କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ଶନିବାର ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକ ବିଜେଡ଼ିର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ପୌରାଞ୍ଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ତ୍ତବିଭାଗ ଡ଼ାକବଙ୍ଗଳାରେ ଠାରେ ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହେବା ପରେ ଆୟୋଜିତ ବୈଠକରେ ସ୍ୱର୍ଗତ ବିଜୁବାବୁଙ୍କ ଗୁଣକିର୍ତ୍ତନ କରିବା ସହ ଜୀବନ କାହାଣୀ ସର୍ମ୍ପକରେ ଆଲୋଚନା କରିଥିଲେ । ପରେ ପ୍ରଶାସନର ଭୋଭିଡ଼ କଟକଣା ଅନୁସାରେ ଦଳୀୟ କର୍ମୀ ମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ସ୍ଥାନୀୟ ପୌରାଞ୍ଚଳ ବିଜୁ ପଟ୍ଟନାୟକ ଛକ ଓ ବ୍ଳକ ଛକ ନିକଟରେ ମାସ୍କ ବଣ୍ଟନ କରିଥିଲେ । ସେଠାରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟସ୍ଥ ବିଜୁ ବାବୁଙ୍କ ପ୍ରର୍ତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଜୁ ବାବୁ ଅମର ରହେ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

ସେଠାରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧିନ ରୋଗୀଙ୍କୁ ପାଚିଲା ଫଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ତଥା ପୌରାଞ୍ଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, ଯୁବନେତା ଅଜୟ କୁମାର ମହାରଣା, ଯୁଧିଷ୍ଟିର ସ୍ୱାଇଁ, ସନ୍ତୋଷ କୁମାର ମହାରଣା, କାହ୍ନୁ ଚୌଧୁରୀ, କିରଣ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ମାନସ ରଞ୍ଜନ ବେହେରା, ସୁବାଷ ଚନ୍ଦ୍ର ସାହୁ, ପୁର୍ଣ୍ଣ ଗଉଡ଼, ବସନ୍ତ ବେହେରା, ରାମଚନ୍ଦ୍ର ମହାପାତ୍ର, ରୋହିତ ବିଷୋୟୀ, ଶିବା ପାତ୍ର, ଗୋପବନ୍ଧୁ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result