• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜୁବାବୁଙ୍କ ପ୍ରେରଣା ସବୁବେଳେ ଆମକୁ ଉଦ୍‌ବୁଦ୍ଧ କରୁଥିବ

Proprietor Abhimanyu Maharana by Proprietor Abhimanyu Maharana
April 17, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ବିଜୁବାବୁଙ୍କ ପ୍ରେରଣା ସବୁବେଳେ ଆମକୁ ଉଦ୍‌ବୁଦ୍ଧ କରୁଥିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର) ଭୁବନେଶ୍ୱର :- ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁ, ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା,

ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗଣମାଧ୍ୟମ ବିବୃତିରେ କହିଛନ୍ତି, ବିଜୁ ବାବୁ ଥିଲେ ଜଣେ ଉତ୍ତୁଙ୍ଗ ନେତୃତ୍ୱ । ଦିନେ ସାରା ବିଶ୍ୱକୁ ତାଙ୍କ ନେତୃତ୍ୱ ପ୍ରସାରିତ ଥିଲା । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି ।

ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ବିଜୁ ବାବୁ ଜୀବନବ୍ୟାପୀ ଓଡ଼ିଆ ଜାତିର ସମୃଦ୍ଧି ଓ ବିକାଶ ଲାଗି କେବଳ ଜଣେ ସମର୍ପିତ ବ୍ୟକ୍ତିତ୍ୱ ନଥିଲେ ବରଂ ସ୍ୱାଧୀନତା ପରବର୍ତ୍ତୀ ନବ ଓଡ଼ିଶା ଗଠନରେ ତାଙ୍କର ଅମ୍ଲାନ ଭୂମିକାକୁ ଓଡ଼ିଆ ଜାତି ସବୁଦିନ ସ୍ମରଣ କରିବ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ବଳିଦାନ, ଅସୀମ ତ୍ୟାଗ, ଚିନ୍ତା ଓ ଚେତନା ସବୁବେଳେ ଆମକୁ ପ୍ରେରଣା ଦେଉଥିବ । ଆଜି ଏହି ପବିତ୍ର ଶ୍ରାଦ୍ଧ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନରେ ପୁଣିଥରେ ନିଜକୁ ସମର୍ପିତ କରିବା । ଏହାସହ ଆମ ବ୍ୟକ୍ତିଗତ ଜୀବନରେ ଓଡ଼ିଆ ଜାତି ଗଠନ ପାଇଁ ପ୍ରବାଦ ପୁରୁଷ ଦେଖିଥିବା ସ୍ୱପ୍ନକୁ ଯଦି ଆମେ କିଛି ପରିମାଣରେ ରୂପାୟିତ କରିପାରିବା, ତାହା ହିଁ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଦଳର ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁ ଓଡ଼ିଆ ଜାତିର ଚିରନମସ୍ୟ । ତାଙ୍କର ପ୍ରେରଣା, ସଂଘର୍ଷ ଆମକୁ ସବୁବେଳେ ଉଦ୍‌ବୁଦ୍ଧ କରୁଥିବ । ସେ ଥିଲେ ଜାତୀୟତାର ପ୍ରତୀକ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ସମଗ୍ର ଜୀବନ ସମର୍ପିତ ଥିଲା । ଆଜି ପବିତ୍ର ଶ୍ରାଦ୍ଧ ଦିବସରେ ତାଙ୍କର ଅମ୍ଲାନ ପ୍ରତିଭା ପ୍ରତି ଶ୍ରଦ୍ଧା ନିବେଦନ କରୁଛୁ । ଏହି ଅବକାଶରେ ରାଜ୍ୟବ୍ୟାପୀ ସମସ୍ତ ନିର୍ବାଚନମଣ୍ଡଳୀ, ଜିଲ୍ଲା ସଦର ମହକୁମାରେ ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

କରୋନା ମହାମାରୀର ଏହି ସଂକଟ ସମୟରେ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ରବାଦ ପୁରୁଷଙ୍କର ୨୪ତମ ଶ୍ରାଦ୍ଧ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ନିରାଡ଼ମ୍ବର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣାକୁ ଅନୁପାଳନ କରି ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରେମୀ ଏବଂ ବିଜୁ ଜନତା ଦଳର କର୍ମୀ ଏହି ମହାର୍ଘ୍ୟ ଉତ୍ସବକୁ ପାଳନ କରିଥିବାରୁ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version