• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଚାକିରିରେ ୬ବର୍ଷ ପୂରଣ କଲେ ରେଗୁଲାର୍‌ କରିବାକୁ ସରକାର ବାଧ୍ୟ

Proprietor Abhimanyu Maharana by Proprietor Abhimanyu Maharana
April 15, 2021
in ଓଡ଼ିଶା, କଟକ, ହୋମ୍
0
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଚାକିରିରେ ୬ବର୍ଷ ପୂରଣ କଲେ ରେଗୁଲାର୍‌ କରିବାକୁ ସରକାର ବାଧ୍ୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) କଟକ :- ରାଜ୍ୟ ସରକାର ଏକ ଆଦର୍ଶ ନିଯୁକ୍ତିଦାତା ହିସାବରେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା କଥା । ଯଦି ଜଣେ କର୍ମଚାରୀ ତାଙ୍କ ଚାକିରିରେ ୬ବର୍ଷ ପୂରଣ କରୁଛନ୍ତି ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ ବା ରେଗୁଲାର୍‌ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଚାକିରି କାଳ ୧୫ବର୍ଷ ପୂରଣ କରିଥିଲେ ମଧ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ)ଙ୍କୁ ନିୟମିତ ବା ରେଗୁଲାର୍‌ କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ବିରୋଧ କରି ନୟାଗଡର କିଛି ସ୍ୱାସ୍ଥ୍ୟକର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଉକ୍ତ ନିର୍ଦ୍ଦେଶନାମା ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିବା ସହ ତାହାକୁ ରଦ୍ଦ କରି ଦେଇଛନ୍ତି । ଏଥିସହ ଯେଉଁମାନେ ୬ବର୍ଷ ଚାକିରି କାଳ ପୂରଣ କରିଛନ୍ତି ସେମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାନସରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ଙ୍କ ପକ୍ଷରୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟାନ୍ୟ କିଛି ଠିକା ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ୨୦୦୬ରେ ଏହିସବୁ ପଦବି ଲାଗି ଚୟନ କମିଟି ଅନୁମୋଦନ କରିଥିଲା । ନିୟମିତ ପଦବି ସ୍ଥାନରେ ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଇତିମଧ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ ପଦବିରେ ୧୫ବର୍ଷ ପୂରଣ କରି ସାରିଛନ୍ତି । ୨୦୦୮ ଏବଂ ୨୦୧୩ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିଷ୍ପତ୍ତି ନିଆଗଲା ଯେ, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ, ଟେକ୍ନିସିଆନ୍‌, ରେଡିଓଗ୍ରାଫର ଯେଉଁମାନେ କି’ ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ନିୟମିତ କରାଯିବ ।

କିନ୍ତୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ସ୍ୟାଟ୍‌ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍‌ ଏହି ଆବେଦନକୁ ଗ୍ରହଣ କରି ୬ବର୍ଷ ପୂରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ କେତେକ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇଥିଲାବେଳେ ରାଜ୍ୟ ସରକାର ସ୍ୟାଟ୍‌ ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍‌ ଫାଇଲ୍‌ କରିଥିଲେ । ଅପରପକ୍ଷରେ ୨୦୨୦ ନଭେମ୍ବର ୨୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସିଡିଏମ୍‌ଓଙ୍କୁ ଏକ ଚିଠି କରାଯାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ପାଇଁ ଦିଆଯାଇଥିବା ଆଦେଶକୁ ବାତିଲ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ଯଦି ରାଜ୍ୟ ସରକାର ପାରା ମେଡିକାଲ ଷ୍ଟାଫ୍‌ ହିସାବରେ ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ, ଟେକ୍ନିସିଆନ୍‌, ରେଡିଓଗ୍ରାଫରଙ୍କୁ ୬ବର୍ଷ ପୂରଣ ପରେ ନିୟମିତ କରିଛନ୍ତି ତାହେଲେ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାରୁ ବଞ୍ଚିତ କରିବା ଲାଗି ଯେଉଁସବୁ କାରଣ ଦର୍ଶାଯାଇଛି ତାହା କେବେ ବି ଗ୍ରହଣୀୟ ନୁହେଁ । ଏପରିକି ଏହି ସ୍ୱାସ୍ଥ୍ୟକର୍ମୀମାନେ ପାରା ମେଡିକାଲ କର୍ମଚାରୀ ନୁହଁନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରେ କୌଣସି ବଳିଷ୍ଠ ଯଥେଷ୍ଟ ଯୁକ୍ତି ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଏସଂକ୍ରାନ୍ତରେ ଜାରି ନିର୍ଦ୍ଦେଶାବଳୀ ସ୍ୱେଚ୍ଛାଚାରିତା ଏବଂ ମନମୁଖୀ ଭାବେ କରାଯାଇଛି । ଟ୍ରିବ୍ୟୁନାଲଙ୍କ ଆଦେଶ ବିରୋଧରେ ରାଜ୍ୟ ସରକାର କରିଥିବା ମାମଲା ହାଇକୋର୍ଟରେ ଖାରଜ ହେବାପରେ ପୁଣି ରାଜ୍ୟ ସରକାର ୨୦୨୦ ନଭେମ୍ବର ୨୭ ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇ ପାରିବ ନାହିଁ ବୋଲି ଆଉ ଏକ ନିର୍ଦ୍ଦେଶନାମା ଜାରି କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରିବା ସହ ଯେବେଠାରୁ ଆବେଦନକାରୀମାନେ ୬ବର୍ଷ ପୂରଣ କରିଛନ୍ତି ସେବେଠାରୁ ସେମାନଙ୍କୁ ରେଗୁଲାର୍‌ କର୍ମଚାରୀ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ନୟାଗଡ଼ ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026
ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version