No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ଓଡ଼ିଆ ନୂଆବର୍ଷ ଅବସରରେ ସ୍ଥାନୀୟ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ୬ଜଣ ଉଦ୍ୟୋଗୀ ଓ ୧୫ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ (ମୁଖ୍ୟ) ଶ୍ରୀ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର । ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବରିଷ୍ଠ ଆଇ.ପି.ଏସ୍. ଅଫିସର ବି.ଏସ୍.ଏଫ୍.ର ଅତିରିକ୍ତ ଡି.ଜି. ଶ୍ରୀଯୁକ୍ତ ସୁଶାନ୍ତ ନାଥ । ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ବରିଷ୍ଠ ଆଇ.ଆର.ଏସ୍. ଅଫିସର ଅବସରପ୍ରାପ୍ତ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ ଓ ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ କୁଲଦୀପ ରଥ । ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସମଗ୍ର ଓଡ଼ିଆ ଜାତି ଓ ଓଡ଼ିଶା ପ୍ରେମୀଙ୍କ ପାଇଁ ଏକ ସୁଖି ସମୃଦ୍ଧ ଓ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ ।
ବିଶିଷ୍ଟ ହୋଟେଲ୍ ଶିଳ୍ପପତି ସ୍ୱସ୍ଥିକ ଗ୍ରୁପ୍ର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି, ବିଶିଷ୍ଟ ଉଦ୍ୟୋଗପତି ପାର୍ଥଜିତ୍ ପଟ୍ଟନାୟକ, ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶ୍ରୀଯୁକ୍ତ ବ୍ରହ୍ମା ମିଶ୍ର, ବିଶିଷ୍ଟ ପରିବେଶବିତ୍ ଅତିଶ୍ କୁମାର ବେହେରା, ବିଶିଷ୍ଟ ଶିକ୍ଷା ପ୍ରସାରକ, କ୍ରୀଡ଼ା ଉଦ୍ୟୋଗୀ ବିନୋଦ ବିହାରୀ ଦାସ ଓ ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ମଦର୍ସ ପବ୍ଲିକ୍ ସ୍କୁଲ୍ର ସଭାପତି ଶ୍ରୀମତୀ ପଲ୍ଲୀ ପଟ୍ଟନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ‘ଓଡ଼ିଶା ଅସ୍ମିତା ସମ୍ମାନ’ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ରାଜଶ୍ରୀ ଜେନା ଓ ଗୋଷ୍ଠୀ ଦ୍ୱାରା ଦଣ୍ଡନାଚ ଓ ଆଦୃତା ଗ୍ରୁପ୍ ଦ୍ୱାରା ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
ଦେବେନ୍ଦ୍ରନାଥ ଶତପଥି – ଶାସ୍ତ୍ରୀୟ କଣ୍ଠଶିଳ୍ପୀ, ଗୌରାଙ୍ଗ ବାରିକ – ଚିତ୍ରଶିଳ୍ପୀ, ଜୟନ୍ତ ଦାସ -ଭାସ୍କର୍ଯ୍ୟ ଶିଳ୍ପୀ, କେଶୁ ଦାସ – ଜଉ ଚିତ୍ର ଶିଳ୍ପୀ, ଲୋକନାଥ ଦାସ -ଛଉ ନୃତ୍ୟଶିଳ୍ପୀ, ମଧୁସୂଦନ ନାୟକ – ଚଢେୟା ନାଟଶିଳ୍ପୀ, ପ୍ରୀତିରଞ୍ଜନ ପ୍ରଧାନ – ସଂଗୀତକାର ହାସ୍ୟ ଅଭିନେତା, ପ୍ରିୟଦର୍ଶିନୀ ସିଂହ ଚଳଚ୍ଚିତ୍ର ଅଭିନେତ୍ରୀ, ରତିକାନ୍ତ ବେହେରା – ନାଟକ ଓ ଚଳଚ୍ଚିତ୍ର, ରାଜଶ୍ରୀ ଜେନା – ଓଡ଼ିଶୀ ନୃତ୍ୟଶିଳ୍ପୀ, ସଞ୍ଜୀବ ମଲ୍ଲିକ – ଆଦିବାସୀ ଚିତ୍ରଶିଳ୍ପୀ, ସୁହାଗ ନଳିନୀ ଦାସ – ମାହାରୀ ନୃତ୍ୟଶିଳ୍ପୀ, ସୋହିନୀ ମିଶ୍ର – ଜନପ୍ରିୟ କଣ୍ଠଶିଳ୍ପୀ, ଶ୍ରୀକୃଷ୍ଣ ଖଣ୍ଡା – ଟେରାକୋଟା ଶିଳ୍ପୀ, ତାପସ ସରଘରିଆ – ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଅତିଥିମାନେ ବିଶିଷ୍ଟ କଳାକାର ଭାବେ ସମ୍ବର୍ଦ୍ଧନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓଡ଼ିଶା ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର ସଭାପତି ଶ୍ରୀ ପରେଶ ନାୟକ ଓ ଉଦ୍ଘୋଷକ ଶ୍ରୀ ବାସୁଦେବ ନାଥ । ଶ୍ରୀମତୀ ସୁନିତା ମହାପାତ୍ର, ଭାବଗ୍ରାହୀ ଶାନ୍ତି, ଉଦୟ ଶାନ୍ତି, କୁମୁଦିନୀ ପଣ୍ଡା, ଆଦ୍ୟପ୍ରାଣ ସୁବୁଦ୍ଧି, ପ୍ରଭାତ ନାୟକ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା କରି ୪୦ ପ୍ରକାର ଓଡ଼ିଆ ଖାଦ୍ୟ ଅତିଥିମାନଙ୍କୁ ପରିବେଷଣ କରିଥିଲେ ।
No Result
View All Result