• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିକା ଉତ୍ସବ – ପ୍ରଧାନ ମନ୍ତ୍ରୀଙ୍କ ଅରଣ୍ୟ ଉଲ୍ଲାସ

Proprietor Abhimanyu Maharana by Proprietor Abhimanyu Maharana
April 13, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଟିକା ଉତ୍ସବ – ପ୍ରଧାନ ମନ୍ତ୍ରୀଙ୍କ ଅରଣ୍ୟ ଉଲ୍ଲାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଭୁବନେଶ୍ୱର  – ଏପ୍ରିଲ ୧୧ ତାରିଖ ଠାରୁ ୧୫ ତାରିଖ ୪ଦିନ ବ୍ୟାପି ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଟୀକା ଉତ୍ସବ ପାଳନ ନିମିତ ଘୋଷଣା କରିଛନ୍ତି । ଗତ ଏପ୍ରିଲ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନାରେ ସେ ଏହି ସୂଚନା ଦେଇଥିଲେ । ଆଜି ହେଉଛି ଟୀକା ଉତ୍ସବର ଦ୍ୱିତୀୟ ଦିନ । କିନ୍ତୁ କାହିଁକି ଏ ଉତ୍ସବ? କେତେଦୂର ବାସ୍ତବ ଏପରି ଘୋଷଣାର ଏହାର ବିସ୍ତୃତ ବିବରଣୀ ରଖି ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଆମ ସମ୍ବିଧାନର ଧାରା ୧ କହେ :   ଅର୍ଥାତ ରାଜ୍ୟମାନଙ୍କୁ ନେଇ ଭାରତ ବର୍ଷ । ଯେତେବେଳେ ୮ଟି ରାଜ୍ୟ ଯଥା: ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଆମ ରାଜ୍ୟ ଓଡ଼ିଶାରେ ଟୀକା ସଂକଟ ସୃଷ୍ଟି ହୋଇଛି ସେତେବେଳ ଉତ୍ସବ ସଂପୂଣ୍ଣ ନିରର୍ଥକ ହୋଇପଡ଼ିଛି । ଉପରୋକ୍ତ ସମସ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇ ସାରିଛନ୍ତି ଯେ ସେମାଙ୍କର ଗଚ୍ଛିତ ଟୀକା ରବିବାର/ ସୋମବାର ଅର୍ଥାତ ଆଜି ସୁଦ୍ଧା ସରିଯିବ ଓ ତୁରନ୍ତ ଟୀକାଦାନ ଅବ୍ୟାହତ ରଖିବାକୁ ଅଧିକ ପରିମାଣର ଟୀକା ଯୋଗାଇ ଦିଆଯାଉ ।

କିନ୍ତୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ, ଟୀକା କେନ୍ଦ୍ର ସଂଖ୍ୟା ହ୍ରାସ ପାଇଛି ଓ ଖୁବ ଶୀଘ୍ର ଟୀକା କେନ୍ଦ୍ର ବନ୍ଦ ହୋଇଯିବ । ସେତେବେଳେ ଉତ୍ସବ ଏକ ପ୍ରହସନ ନୁହେଁ ତ ଆଉ କ’ଣ? ି । ଦ୍ୱିତୀୟତଃ ରାଜନୈତିକ ବାଛ ବିଚାର ଟୀକା କରଣ କ୍ଷେତ୍ରରେ ଆଦୌ ବାଂଛନିୟ ନୁହେଁ । ଦୁର୍ଭାଗ୍ୟକୁ ତାହାହିଁ ଦେଖିବାକୁ ମିଳୁଛି । ଅଣ ଏନଡିଏ ଶାସିତ ରାଜ୍ୟ ପ୍ରତି ଟାଳଟୁଳ ନୀତି ଗ୍ରହଣ କରାଯାଉଛି । ଓଡ଼ିଶା କ୍ଷେତ୍ରରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଦୈନିକ ୨.୫ଲକ୍ଷ ଡୋଜ ହିସାବରେ ୧୦ଦିନ ପାଇଁ ୨୫ଲକ୍ଷ ଡୋଜ ମଗାଯାଇଥିଲା, ତାହା ସମ୍ଭବ ହୋଇନାହିଁ । ଆଜି ପର୍ଯ୍ୟନ୍ତ ରାଜ୍ୟକୁ ମିଳିଛ : (କ) କୋଭିସିଲ୍‌ଡ୍ – ୪୨ଲକ୍ଷ ୭୧ ହଜାର ୮୭୦ ଡୋଜ । ଏଥି ମଧ୍ୟରୁ ଦିଆସରିଛି – ୪୧ଲକ୍ଷ ୧୨ ହଜାର ୪୩୧ଡୋଜ । ବଳକା ଅଛି ମାତ୍ର- ୧ଲକ୍ଷ ୫୯ ହଜାର ୫୩୯ ଡୋଜ । (ଖ) କୋଭାକ୍‌ସିନ – ୩ଲକ୍ଷ ୩୬ହଜାର ୮୦ ଡୋଜ । ଦିଆସରିଛି ୨ଲକ୍ଷ ୬୫ ହଜାର ୭୭୦ ଡୋଜ ।

ବଳକା ଅଛି ମାତ୍ର ୭୧ ହଜାର ୧୦ ଡୋଜ । ଏପ୍ରିଲ- ୧୧ ତାରିଖରେ ଧାର୍ଯ୍ୟ ଲକ୍ଷର ୩୫ ପ୍ରତିଶତ । ଦ୍ୱିତୀୟତଃ ୯୦୦ ଟି କେନ୍ଦ୍ର ବନ୍ଦ ହୋଇାଯାଇଛି । ଖୁବ୍ ବେଶିରେ ଆସନ୍ତା କାଲି ସଂପୂର୍ଣ୍ଣ ଶେଷ ହୋଇଯିବ । ଅନ୍ୟପକ୍ଷରେ ଦ୍ୱିତୀୟ ଲହର ଆତଙ୍କ ଦେଶରେ ଆତଙ୍କ ସୃଷ୍ଟି କରିଛି । ଗତ ୨୪ ଘଂଟା ମଧ୍ୟରେ ୧ଲକ୍ଷ ୬୮ ହଜାର ୯୧୨ ଆକ୍ରାନ୍ତ ହୋଇଛନ୍ତି । ଏପରି ସମୟରେ ବ୍ୟାପକ ଟୀକାକରଣ ଅପରିହାର୍ଯ୍ୟ । ଅନୁରୂପ ଭାବରେ ଆମ ରାଜ୍ୟରେ ମଧ୍ୟ ବଢ଼ିଚାଲିଛି ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଏହି ସଂକ୍ରମଣ ସଂଖ୍ୟା ୧୭୪୧ ହୋଇଛି । (ଗ) ଭାରତରେ ଟୀକା କରଣ ମାତ୍ର ୫.୫ ପ୍ରତିଶତ । ୟୁଏସ୍‌ଏ ରେ ୩୦ ଓ ୟୁକେ ରେ ୪୭ ପ୍ରତିଶତ । ଏ କ୍ଷେତ୍ରରେ ଆମେ ବହୁତ ପଛରେ । ସାରା ବିଶ୍ୱର ହାରାହାରି ୮.୮ ପ୍ରତିଶତ । ଏହା ସଂକଟ ନୁହେଁ ତ ଆଉ କ’ଣ ? ସୁତରାଂ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ସରକାର ବିବୃତି ବିଳାଶ ଛାଡ଼ନ୍ତୁ ।

 ଦିନକୁ ଟୀକା କରଣକ ୩ ନିୟୁତ ପରିବର୍ତେ ୧୦ ନିୟୁତକୁ ବଢ଼ାନ୍ତୁ ।  ଜୁଲାଇ ସୁଦ୍ଧା ୨୫୦ ନିୟୁତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଟୀକା ଉତ୍ପାଦନ ବଢ଼ାନ୍ତୁ । ବିଦେଶ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉନ୍ନତ ମାନର ଟୀକା ନିମନ୍ତେ ଅନୁମୋଦନ ଦିଅନ୍ତୁ ଅଥବା ବେସରକାରୀ ଉଦ୍ୟୋଗର ସହାୟତା ନିଅନ୍ତୁ ।  ସିରମ ଇନଷ୍ଟିଚ୍ୟୁଟକୁ ଆବଶ୍ୟକତା ଅନୁଯାୟୀ ଅର୍ଥ ସହାୟତା ତୁରନ୍ତ ଦିଅନ୍ତୁ । ଓଡ଼ିଶା ସରକାର କେବଳ ଚିଠି ଲେଖି ହାତ ଟେକି ଦେବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଟୀକା ନମିଳିଲେ ରାଜ୍ୟ ପ୍ରତିବାଦ କରିବାର ଚେତାବନୀ ଦିଅନ୍ତୁ । ଓଡ଼ିଶାବାସୀଙ୍କୁ ଟୀକାକରଣରେ ସଂପୂର୍ଣ୍ଣ ଅନ୍ତର୍ଭୁକ୍ତ କରନ୍ତୁ । ପ୍ରଧାନମନ୍ତ୍ରୀ ଅରଣ୍ୟ ଉଲ୍ଲାସରୁ ବିରତ ରହି ଟୀକା ସଂକଟ ଜନିତ ପରିସ୍ଥିତିରେ ଦେଶବାସୀଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଅଣଦେଖା କରନ୍ତୁ ନାହିଁ । ରାଜ୍ୟ ସରକାର କ’ଣ କରିଛନ୍ତି ତାର ବିସ୍ତୃତ ବିବରଣୀ ରଖନ୍ତୁ ମୁଖ୍ୟମନ୍ତ୍ରୀ ।

ଦୁଇ କେନ୍ଦ୍ର ମନ୍ତ୍ରୀ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଏହି ଗୁରୁତ୍ୱର ସଂକଟର ସମାଧାନ ପାଇଁ କ’ଣ ଭୂମିକା ନିର୍ବାହ କରିଛନ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ । ମାଟିକୁ ବଡ଼ କରନ୍ତୁ ମାଟି ପାଇଁ ପାଟି ଖୋଲନ୍ତୁ । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ନ୍ତୁ ବୋଲି କଂଗ୍ରେସ ଆହ୍ୱାନ ଦେଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version