No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ମୁମ୍ବାଇ :- ମହାରାଷ୍ଟ୍ରରେ ଲଗାତାର ବଢ଼ିଚାଲିଛ କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିପାରନ୍ତି। ତେବେ ଏପ୍ରିଲ ୧୪ ପରେ ଲକଡାଉନ୍ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଲକଡାଉନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ।
ଗତକାଲି ବସିଥିବା ବୈଠକରେ ଟାସ୍କ ଫୋର୍ସ ଲକଡାଉନ୍ ଛଡ଼ା ବିକଳ୍ପ ନାହିଁ ବୋଲି କୁହାଯାଇଥିଲା। ବୈଠକରେ ୧୪ ଦିନିଆ ଲକଡାଉନ୍ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ, ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ୍ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ସପ୍ତାହାନ୍ତ ଲକ୍ଡାଉନ୍ କରାଯାଇଛି। ମୁମ୍ବାଇ, ପୁନେ, ଔରଙ୍ଗାବାଦ୍ ଏବଂ ନାଗପୁର ସମେତ ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩ ହଜାର ୨୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ହଜାର ୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟାରେ ୭୫ହଜାର ୮୬ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୧ ହଜାର ୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୭୦ହଜାର ୧୭୯ରେ ପହଞ୍ଚିଛି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result