No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ଚିକାଗୋ :- ଚିକାଗୋରେ ଅବସ୍ଥାପିତ ଆଇ.ଟି. ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ ‘ଓଡ଼ିଶା ସୋସାଇଟି ଅଫ୍ ଆମେରରିକାଜ’ (ଓସା)ର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି । ଅନ୍ଲାଇନ୍ ଯୋଗେ ଅନୁଷ୍ଠିତ ଏହି ବହୁଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ଟ୍ଟନାୟକ ନିଉ ଇଂଲଣ୍ଡସ୍ଥିତ ତାଙ୍କର ନିକଟତମ ପ୍ରତିଦ୍ୱିନ୍ଦ୍ୱୀ ସଉର୍ୟ ମହ।।ତ୍ରଙ୍କୁ ପରାସ୍ତ କରି ବିଜୟୀ ଘୋଷିତ ହୋଇଛନ୍ତି । ମିଚ୍ଚିଗାନ ନିବାସୀ ଅକ୍ଷୟ ରାୟ କାଲିଫର୍ଣ୍ଣିଆର ସୁନିଲ ସାବତଙ୍କୁ ରାଜିତ କରି ‘ଓସା’ର ଉ-ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି । ଟେନ୍ନେସେରେ ବସବାସ କରୁଥିବା ପ୍ରମୋଦ ମହ।।ତ୍ର ‘ଓସା’ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ଶ୍ରୀ ମହାପାତ୍ର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସାଉଥ୍ୱେଷ୍ଟର ସ୍ମରଣିକା ରାଉତଙ୍କୁ ପରାଜିତ କରିଛନ୍ତି । ସାଉଥ୍ୱେଷ୍ଟର ପ୍ରାଚୀ ବେହେରା, ୱାସିଂଟନ ଡିସିର ଅଞ୍ଜନା ଚୌଧୁରୀଙ୍କୁ ପରାସ୍ତ କରି ‘ଓସା’ର କୋଷାଧ୍ୟକ୍ଷ ପଦବୀକୁ ଅକ୍ତିଆର କରିଛନ୍ତି । ‘ଓସା’ର ନୂଆ ପଦାଧିକାରୀମାନଙ୍କର ର୍କ୍ୟାକାଳ ୨୦୨୧ରୁ ୨୦୨୩ ମସିହା ର୍ପ୍ୟନ୍ତ ଦୁଇ ବର୍ଷ ଅବଧି ପାଇଁ ହେବ । ଚଳିତ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ହେବାକୁ ପାଉଥିବା ‘ଓସା’ର ବାର୍ଷିକ ଅଧିବେଶନରେ ଏହି ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ ଦାୟିତ୍ୱଭାର ଗ୍ରହଣ କରିବାର ର୍କ୍ୟାକ୍ରମ ରହିଛି । ୧୯୫୯ ମସିହାରେ ପ୍ରତିଷ୍ଠିତ ‘ଓସା’ ଏବେ ଆମେରିକାର ସର୍ବପୁରାତନ ଓ ସର୍ବବୃହତ ଓଡ଼ିଆ ସଂଗଠନର ମାନ୍ୟତା ଲାଭ କରିଛି ।
କାନାଡ଼ା ସମେତ ଏହାର ୧୯ଟି ପ୍ରାଦେଶିକ ଶାଖା ରହିଛି । ‘ଓସା’ର ନୂତନ କର୍ମକର୍ତ୍ତାମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଇ ‘ବିଶ୍ୱ ଓଡ଼ିଶା ସମାଜ’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଜ୍ଞାନ ପଟ୍ଟନାୟକଙ୍କର ସକ୍ରୀୟ ଏବଂ ସୁଦକ୍ଷ ନେତୃତ୍ୱ ଅଧୀନରେ ‘ଓସା’ ସମଗ୍ର ଆମେରିକାର ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ହୀତ ସାଧନ ପାଇଁ ଉଦ୍ୟମ ଜାରି ରଖିବା ସାଙ୍ଗକୁ ମାତ୍ରୃଦେଶ ଓଡ଼ିଶାର ମଙ୍ଗଳ ପାଇଁ ମଧ୍ୟ ସହଯୋଗର ହାତ ପୂର୍ବବତ ବଢ଼ାଇ ଚାଲିବେ ବୋଲି ଆଶା ପ୍ରକଟ କରିଛନ୍ତି ।
No Result
View All Result