No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ନୂଆଦିଲ୍ଲୀ :- ଦେଶରେ ଦ୍ବିତୀୟ କରୋନା ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ କରୋନାର ପ୍ରଥମ ଲହରରେ ଦେଶ ଯେତିକି ପ୍ରଭାବିତ ହୋଇ ନଥିଲା ଏବେ କରୋନାର ଦ୍ବିତୀୟ ଲହର ଦ୍ବାରା ସ୍ଥିତି ଅଧିକ ସଂଗୀନ ହେବାରେ ଲାଗିଛି ।
ବର୍ତ୍ତମାନ ଦୈନିକ କରେନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ଟପି ଯାଇଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ଉଗ୍ର ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆଜି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ ଫରେନ୍ ସିଂ ଜରିଆରେ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ବିଭିନ୍ନ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମ କିଭଳି ଚାଲିଛି ତାହା ହିଁ ବୈଠକର ମୁଖ୍ୟ ଏଜେଣ୍ଡା ରହିଛି। ସେହିପରି କରୋନାର ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result