No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଠାରେ ଗତ ମାର୍ଚ୍ଚ ୭ତାରିଖରେ ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ଦୀର୍ଘ ଏକ ମାସ ବିତିଲା । ତଥାପି ଏହି ସନ୍ଦେହ ଜନକ ଏବଂ ସ୍ପର୍ଶକାତର ଘଟଣା ଉପରୁ ରହସ୍ୟର ପରଦା ହଟିଲା ନାହିଁ । ଘଟଣାକୁ ନେଇ ମାସେ ପୁରିଲାଣି । ପୋଲିସ ହାତରେ ଲାଗିନି ତଥ୍ୟ । ଏବେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନଉଠିଲାଣି ବିବତ୍ସ ଭାବେ ଉଭୟଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ବେଳେ ଝିଅ ଘରର ବାରିପଟ ଏକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା । ଉଭୟଙ୍କ ମୃତ ଶରୀର । ଯାହାକି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣାରୁ ପ୍ରକାଶ ଯେ, ଉଭୟ ପ୍ରେମୀ ଯୁଗଳ ସେହି ଗ୍ରାମର ଅଟନ୍ତି । ୨୧ବର୍ଷୀୟା ଝିଅ ଶିବାଲା ଦିଲେଶ୍ୱରୀ ଓ ୨୮ବର୍ଷୀୟ ପୁଅ ତାଲୁରୁ ଶ୍ରୀନୁ । ମୃତ ଶ୍ରୀନୁ ଜଣେ ଅଟୋ ଚାଳକ । ପରିବାରର ଅନ୍ୟ ସଦସ୍ୟମାନେ ହାଇଦ୍ରାବାଦ ଠାରେ ରହୁଥିବା ବେଳେ ଏଠାରେ ଘରେ ଏକୁଟିଅ ରହୁଥିଲେ ଶ୍ରୀନୁ । ଉକ୍ତ ଅଟୋରେ କଲେଜ ଯିବା ଆସିବା କରୁଥିଲେ ମୃତ ଦିଲେଶ୍ୱରୀ ।
ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ କିନ୍ତୁ ଝିଅ ଘର ପରିବାର ବିରୋଧ କରି ଝିଅର ବିବାହ ଅନ୍ୟତ୍ର ସ୍ଥିର କରିଥିଲେ । ଝିଅ ଓ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟ ହୋଇଥବା ଚିତ୍ର ଦେଖିଲେ ବାରି ହେଉଛି ଯେ, କୌଣସି ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କ ଗଳାକୁ ନିର୍ମମ ଭାବେ କଟାଯାଇଛି । ଏଥିରେ ଅନ୍ୟ କେହି ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି କିନ୍ତୁ ଝିଅ ଘର ଲୋକଙ୍କ କହିବା ଅନୁସାରେ ଘରେ କେହି ନଥିବା ଜାଣି ଶ୍ରୀନୁ ପ୍ରଥମେ ଝିଅକୁ ହତ୍ୟା କରିଛି ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଉକ୍ତ ଅସ୍ତ୍ର ସାହାଯ୍ୟରେ ନିଜକୁ ଆଘାତ କରି ଆତ୍ମହତ୍ୟା କରିଛି । ତେବେ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଯଥାଶୀଘ୍ର ଚିହ୍ନଟ କରିବାକୁ ଦାବି କରିଛନ୍ତି ମୃତ ଝିଅର ପିତା ଏସ୍. ବାବୁ ରାଓ ଏବଂ ସ୍ଥାନୀୟ ସରପଞ୍ଚ ପି.ସନ୍ନମୁଖ ରାଓ ପ୍ରମୁଖ । ଇତି ମଧ୍ୟରେ ସ୍କ୍ୱାର୍ଡ ଓ ଫରେନସିକ ଟିମ୍ ସହ ବହୁ ଅଭିଜ୍ଞ ପୋଲିସ ଅଧିକାରୀ ଅନୁଧ୍ୟାନ କରି ଫେରିଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମବାସୀ ମୁହଁ ଖୋଲୁ ନଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପୋଷ୍ଟମର୍ଟମ ଏବଂ ଫରେନସିକ ରିପୋର୍ଟକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ । କିନ୍ତୁ ଘଟଣାର ଏକ ମାସ ବିତିଯାଇଥିଲେ ସୁଦ୍ଧା ଘଟଣା କିପରି ଘଟିଛି ତାହା ସ୍ପଷ୍ଟ କରିପାରିନି ପୋଲିସ । ମୃତ୍ୟୁର ସସ୍ପେନ୍ସ ଉପର ପରଦା ଉଠାଇବାରେ ବିଳମ୍ବ ହେଉଥିବାରୁ ଅଞ୍ଚଳରେ ନାନା ପ୍ରଶ୍ନ ଚର୍ଚ୍ଚା ହେଉଛି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result