No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ , ବୁଧବାର) ନୂଆଦିଲ୍ଲୀ :- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମହାରାଷ୍ଟ୍ର ଏବଂ ଛତିଶଗଡକୁ ଭୁଲ ସୂଚନା ଏବଂ ଭୟ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଛତିଶଗଡର ନେତାଙ୍କ ଦ୍ବାରା ଭୁଲ ମନ୍ତବ୍ୟ ଦିଆଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଟୀକାକରଣ ନେଇ ମିଥ୍ୟା ସୂଚନା ଦେବା ଏବଂ ଭୟ ସୃଷ୍ଟି କରିବା। ଯଦି ରାଜ୍ୟ ସରକାର ରାଜନୀତିରେ ଧ୍ୟାନ ଦେବା ପରିବର୍ତ୍ତେ ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ଜୋର ଦିଅନ୍ତି ତେବେ ଏହା ଭଲ ହେବ । ଏଥି ସହିତ ସେ ମହାରାଷ୍ଟ୍ର ବିଷୟରେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଦାୟିତ୍ବର ସହିତ କାର୍ଯ୍ୟ ନ କରିବା ଚିନ୍ତାର ବିଷୟ। ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବା ମୂର୍ଖାମୀର ପରିଚୟ। ଟିକା ଯୋଗାଣ ଉପରେ ନିରନ୍ତର ଦୃଷ୍ଟି ରଖାଯାଉଛି ଏବଂ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିୟମିତ ଅବଗତ କରାଯାଉଛି।
ସେ କହିଛନ୍ତି ଯେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟସେବା ପ୍ରଣାଳୀ ଚିହ୍ନଟ କରିବା ଆବଶ୍ୟକ। କର୍ଣ୍ଣାଟକ, ରାଜସ୍ଥାନ ଏବଂ ଗୁଜୁରାଟରେ ପରୀକ୍ଷଣର ଗୁଣବତ୍ତାରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ପଞ୍ଜାବର ଗୁରୁତର ଅସୁସ୍ଥ ଲୋକଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରି ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଡିସିଜିଆଇଙ୍କ ଦ୍ବାରା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବା ସତ୍ତ୍ୱେ ଛତିଶଗଡ ସରକାର ଏହାର ବ୍ୟବହାର କରିବାକୁ ମନା କରି ଦେଇଛନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟ ସରକାର କେବଳ ନିଜ କାର୍ଯ୍ୟକଳାପ ଦ୍ୱାରା ଲୋକଙ୍କ ଜୀବନକୁ ସଙ୍କଟରେ ପକାଉନାହାଁନ୍ତି, ବରଂ ଦୁନିଆକୁ ଭୁଲ ବାର୍ତ୍ତା ମଧ୍ୟ ଦେଉଛନ୍ତି। ସେ କହିଛନ୍ତି ଯେ ଗତ ୨-୩ ସପ୍ତାହ ମଧ୍ୟରେ ଛତିଶଗଡରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଛି ଏବଂ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେବଳ ରାପିଡ ଆଣ୍ଟିଜେନ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି, ଯାହା ଠିକ ପଦକ୍ଷେପ ନୁହେଁ ବୋଲି ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result