No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଗୁଆ ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। ଗଞ୍ଜାମ ଜିଲ୍ଲାରେ ଡେଡିକେଟେଡ୍ କୋଭିଡ୍ ହେଲ୍ଥ ସେଣ୍ଟର (DCHC)କୁ କାର୍ଯ୍ୟକ୍ଷମ କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ଜଲ୍ଲାପାଳ । ଏହାସହ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ୍ ୨୫୦ ଶଯ୍ୟାର ବ୍ୟବସ୍ଥା କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୦୦ ବେଡ୍, ହିଞ୍ଜିଳିକାଟୁ ଏସ୍ଡିଏଚ୍ ନିଉ ବିଲ୍ଡିଂରେ ୫୦ ଶଯ୍ୟା, ଆସିକା ବାବନପୁର ସ୍ଥିତ ଲେପ୍ରୋସୀ ହସ୍ପିଟାଲ ବିଲ୍ଡିଂରେ ୫୦ ଶଯ୍ୟା ଓ ଭଞ୍ଜନଗରରେ ୫୦ ଶଯ୍ୟା କରିବା ପାଇଁ ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେପଟେ ବ୍ରହ୍ମପୁରରେ ୨ଟି ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ ହେଲ୍ଥ ସେଣ୍ଟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରର ନିଉ ଓ ଆଣ୍ଡ ଜି କମ୍ପ୍ଲେକ୍ସ ବିଲ୍ଡିଂ ସିଟି ହସ୍ପିଟାଲ ହେଲା ଡେଡିକେଟେଡ୍ କୋଭିଡ୍ ହେଲ୍ଥ ସେଣ୍ଟର। ସେହିପରି ବ୍ରହ୍ମପୁର ବିଜୁ ହୋମିଓପାଥି ମେଡିକାଲ କଲେଜ ବାଳିକା ହଷ୍ଟେଲ ହେଲା ଡେଡିକେଟେଡ୍ କୋଭିଡ୍ ହେଲ୍ଥ ସେଣ୍ଟର। ସୁଚନାନୁସାରେ , ବର୍ତ୍ତମାନ ସୁଦ୍ଧାଗଞ୍ଜାମ ଜିଲ୍ଲାରେ ୨୨୦୧୨ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୭୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୨ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ( ରିପୋର୍ଟ: ଶେଷଦେବ ସାହୁ )
No Result
View All Result