No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଏପ୍ରିଲ , ସୋମବାର ) କଟକ :- କଟକ ବଡ଼ ମେଡ଼ିକାଲରୁ ୯ ଜଣ ଦଲାଲ ଗିରଫ ହେବାକୁ ଦୁଇ ଦିନ ହୋଇଛି । ସୋମବାର ଦିନ ପୁଣି ଏକ ନର୍ସିଂହୋମ ବିନା କାଗଜ ପତ୍ରରେ ଚାଲିଥିବା ଜଣାପଡିବାରୁ , ସିଲ କରିଛି କଟକ କମିସନରେଟ୍ ପୋଲିସ୍। ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ନର୍ସିଂହୋମ ନାମରେ, ମଙ୍ଗଳାବାଗ ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା ।

ଝାଡଖଣ୍ଡ ଅଞ୍ଚଳର ଗୌରୀ କାରୁଆ ନାମକ ଜଣେ ମହିଳା ଗତ ୩୦ ତାରିଖରେ କଟକ ବଡ଼ ମେଡିକାଲ ର କାଜୁଆଲଟି ରେ ଆଡମିଶନ ହୋଇଥିଲେ। ସେଠାରେ ଜଣେ ଦଲାଲ ଭଲ ଚିକିତ୍ସା ର ପ୍ରଲୋଭନ ଦେଖାଇ ପାଖରେ ଅନ୍ନପୂର୍ଣ୍ଣା ନର୍ସିଂହୋମ କୁ ପଠାଇଥିଲେ। ରୋଗୀ ଜଣଙ୍କର ଦୁଇଦିନ ତଳେ ଆଇ ସି ୟୁରେ ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା , ନର୍ସିଂହୋମ କର୍ତ୍ତୃପକ୍ଷ ରୋଗୀ ବଞ୍ଚିଥିବା କହି ଟଙ୍କା ନେଇ ଚାଲିଥିଲେ ।

ଏହା ଜାଣିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ,ନର୍ସିଂହୋମରେ ପୋଲିସ ପହଞ୍ଚି ତଦନ୍ତ କରି , ଜାଣିବାକୁ ପାଇଥିଲେ କି ରୋଗୀଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ପୋଲିସ ନର୍ସିଂହୋମର ଜଣେ କର୍ମଚାରିକୁ ଅଟକ ରଖି ପଚରାଉଚରା କରିଥିଲା। କଟକ ଏଡିଏମଓ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ନର୍ସିଂହୋମ୍ ର କାଗଜପତ୍ର ଯାଞ୍ଚ କରିଥିଲେ ।

ଯାଞ୍ଚ ବେଳେ ବିନା ଲାଇସେନ୍ସ ଓ ପ୍ରମାଣ ପତ୍ରରେ ବେଆଇନ ଭାବେ ଦୀର୍ଘଦିନ ହେଲା ,ଏହି ନର୍ସିଂହୋମ ଚାଲୁଥିବା ଜଣାପଡିବା ପରେ ,ଏହାକୁ ସିଲ କରିଦିଆଯାଇଛି। ଏହାପରେ ଅଟକ ଥିବା କର୍ମଚାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନର୍ସିଂହୋମ ରେ ଥିବା ରୋଗୀ ମାନଙ୍କୁ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result