• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି

Proprietor Abhimanyu Maharana by Proprietor Abhimanyu Maharana
April 5, 2021
in ଓଡ଼ିଶା, ହୋମ୍
0
ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) ଯାଜପୁର :- ଜନସାଧାରଣ କେବଳ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ଜନିତ ଆର୍ଥିକ ବୋଝକୁ ସହୁନାହାନ୍ତି, ପେଟ୍ରୋଲ ପମ୍ପ୍‌ରେ ମାପ ଠକେଇର ମଧ୍ୟ ଶିକାର ହୋଇ ଆସୁଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଫେବୃୟାରୀ ୨୧ ସୁଦ୍ଧା ମାପ ଏବଂ ଓଜନ ଆଇନ ଖିଲାପ କରୁଥିବା ରାଜ୍ୟର ୧୩୨ ଜଣ ପମ୍ପ୍‌ ମାଲିକଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇ ୯ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ୨୦୧୮-୧୯ରେ ୨୨୫ ଜଣଙ୍କଠାରୁ ୧୧,୭୪,୦୦୦ ଓ ୨୦୧୯-୨୦ରେ ୩୨୩ ପମ୍ପ୍‌ ମାଲିକଙ୍କଠାରୁ ୧୯,୮୩,୦୦୦ ଟଙ୍କା ଅସୁଲି ହୋଇଛି। ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଏଭଳି ଠକେଇ ଯୋଗୁ ଗ୍ରାହକମାନେ ବହୁ କ୍ଷତି ସହିଛନ୍ତି । ଯେଉଁଠି ପମ୍ପ୍‌ ମାଲିକ ଏବଂ ମାପ ଓଜନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଛି, ସେଠାରେ ମାପରେ ଠକିବା ଅଣାୟତ୍ତ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସୁନା ଅଳଙ୍କାର ଦୋକାନରେ ମାପରେ ଠକିବା ଭଳି ସମ୍ବେଦନଶୀଳ କାର୍ଯ୍ୟ ସାମ୍ନାକୁ ଆସିଛି । ୨୦୨୦-୨୧ ଫେବୃୟାରୀ ସୁଦ୍ଧା ୧୯୬ ଜଣ ଗହଣା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ୪,୪୫,୫୦୦ ଟଙ୍କା ଆଦାୟ ହୋଇଛି । ମାପ ଏବଂ ଓଜନ ଠକେଇକୁ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଦାୟିତ୍ୱରେ ଅବହେଳା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଖଣ୍ଡଗିରିରେ କାର୍ଯ୍ୟ କରୁଛି। ଏହି ନିର୍ଦ୍ଦେଶାଳୟ ଅଧୀନରେ ଜିଲାସ୍ତରରେ ୩୦ ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି । ଏହାସହ ଓଡ଼ିଶାରେ ୭୨ଟି ପ୍ରୟୋଗଶାଳା କାର୍ଯ୍ୟ କରୁଛି । ତେବେ ୩୦ ଜିଲା କାର୍ଯ୍ୟାଳୟରୁ ୧୪ ସହକାରୀ ନିୟନ୍ତ୍ରକ ବୈଧ ମାପବିଜ୍ଞାନ(ଏସିଏଲ୍‌ଏମ୍‌), ୮ ବରିଷ୍ଠ ନିରୀକ୍ଷକ, ୨୮ ନିରୀକ୍ଷକ ଓ ୩ କିରାଣି ପଦବୀ ଖାଲି ପଡିଛି । ଏଭଳି ସ୍ଥିତିରେ ଓଜନ ଯନ୍ତ୍ରଗୁଡ଼ିକରେ ଉପଯୁକ୍ତ ଭାବେ ସିଲ୍‌ ଏବଂ କ୍ରମାଙ୍କ କାର୍ଯ୍ୟ ହେଉନାହିଁ ।

ବର୍ଷକ ତଳେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ସ୍କ୍ବାଡ୍‌ର ନିରୀକ୍ଷଣରେ ଏହିସବୁ ଦୃଷ୍ଟିଗୋଚର ହୋଇଥିଲା । ଏଣୁ ଏସିଏଲ୍‌ଏମ୍‌ମାନଙ୍କୁ ଓଜନ ମାପଗୁଡିକର ପୁନଃ ନିରୀକ୍ଷଣ କରି ଆଇନ ଅନୁସାରେ ପଦକ୍ଷେପ ନେବାକୁ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏପର୍ଯ୍ୟନ୍ତ ଏହାର ସୁଧାର ହୋଇ ନ ଥିବାରୁ ଖାଉଟିମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପାଞ୍ଚଳ ଓ ଖଣିରେ ଥିବା ୱେବ୍ରିଜ, ବଜାର, ସୁନା ଦୋକାନ, ପରିବା, ରାଶନ ଦୋକାନ, ପେଟ୍ରୋଲ ଟାଙ୍କି ଇତ୍ୟାଦିରେ ଓଜନ ଓ ମାପରେ ବ୍ୟାପକ ଅନିୟମିତତା ହେଉଛି। ପେଟ୍ରୋଲ ଟାଙ୍କିରେ ମନଇଚ୍ଛା ମାପ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହେଉଛି। ଓଡ଼ିଶାରେ ୧୭୩୨ ପେଟ୍ରୋଲ ପମ୍ପ୍‌ ରହିଛି। ଗତ ୩ ବର୍ଷରେ ସୁନ୍ଦରଗଡ ଜିଲାରେ ସର୍ବାଧିକ ୭୧ ପେଟ୍ରୋଲ ପମ୍ପ୍‌ରେ ମାପରେ ଠକେଇ ହୋଇଥିବା ଧରାପଡିଛି। ସେହିପରି ଅନୁଗୋଳ ଜିଲାରେ ୫୨, ବାଲେଶ୍ୱରରେ ୪୨, ଭଦ୍ରକରେ ୧୯, ବଲାଙ୍ଗୀରରେ ୧୫, ବରଗଡ଼ରେ ୩୧, ବୌଦ୍ଧରେ ୩, କଟକରେ ୩୭, ଦେବଗଡ଼ରେ ୧୩, ଢେଙ୍କାନାଳରେ ୨୮, ଗଜପତିରେ ୮, ଗଞ୍ଜାମରେ ୩୧, ଜଗତ୍‌ସିଂହପୁୁରରେ ୧୧, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୧୬, କଳାହାଣ୍ଡିରେ ୨୭, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୭, ଖୋର୍ଦ୍ଧାରେ ୩୩, କୋରାପୁଟରେ ୯, ମାଲକାନଗିରିରେ ୬, ମୟୂରଭଞ୍ଜରେ ୪୩, ନବରଙ୍ଗପୁରରେ ୫, ନୟାଗଡ଼ରେ ୧୩, ନୂଆପଡ଼ାରେ ୬, ପୁରୀରେ ୧୫, ରାୟଗଡ଼ାରେ ୨୧, ସମ୍ବଲପୁରରେ ୧୭, ସୋନପୁରରେ ୨୪ ପେଟ୍ରୋଲ ପମ୍ପ୍‌ ମାଲିକମାନେ ମାପରେ ଠକି ଧରାପଡିଛନ୍ତି । ଶନିବାର ଶେଷ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରତାପ କେଶରୀ ଦେବ, ଅଙ୍ଗଦ କହଁର ଓ ସୌଭିକ ବିଶ୍ୱାଳଙ୍କ ପୃଥକ୍‌ ପୃଥକ୍‌ ପ୍ରଶ୍ନର ଉତ୍ତରରେ ବୈଧ ମାପବିଜ୍ଞାନ ଉପନିୟନ୍ତ୍ରକ ସନାତନ ବାରୀ ଉପରୋକ୍ତ ତଥ୍ୟ ଦାଖଲ କରିଛନ୍ତି । ସେ ଆହୁରି ଦର୍ଶାଇଛନ୍ତି ଯେ, ବୈଧମାପ ନିରୀକ୍ଷକମାନେ ନିୟମିତ ବ୍ୟବଧାନରେ ପେଟ୍ରୋଲ ପମ୍ପ୍‌ ଓ ଗହଣା ଦୋକାନରେ ଚଢାଉ କରିଥାନ୍ତି । ମାପ ଏବଂ ଓଜନରେ ଖିଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଜରିମାନା ଆଦାୟ କରାଯାଉଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version