No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କାଶୀନଗର ନିକଟସ୍ଥ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ତଥା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରରେ ପ୍ରସିଦ୍ଧଲାଭ କରିଥିବା ଲିହୁରି ଗୋପୀନାଥ ମନ୍ଦିରରୁ କୌଣସି ଦୁର୍ବୃତ୍ତହୁଣ୍ଡି ଭାଙ୍ଗି ଚୋରି କରି ନେଇ ଯାଇଛନ୍ତି ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ହୁଣ୍ଡି ଟିକୁ ଚୋରି କରି ନେଇ ହୁଣ୍ଡି ଭାଙ୍ଗି ସେଥିରୁ ଟଙ୍କା ବାହାର କରି ହୁଣ୍ଡିଟିକୁ ସେଠାରେ ଫୋପାଡି ଚାଲିଯାଇଛି l ବର୍ତ୍ତମାନ ଗୋପୀନାଥ ମହାପ୍ରଭୁଙ୍କ ଦୋଳଯାତ୍ରା ଚାଲିଛି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା

ଅନ୍ତର୍ଗତ ବାତିଲ ଥାନା ଅଞ୍ଚଳରେ ଏହା ଆସୁଥିଲେ ସୁଦ୍ଧା ଓଡ଼ିଶା ସୀମାରୁ ଏହାର ଦୂରତା ୨କିମି ଦୂର ହେବ l ବାତିଲ ପୋଲିସ ଖବର ପାଇଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ଏଠାରେ ସୂଚନା ଯୋଗ୍ୟ ଏହି କି ଯେ, ଏହି ଗୋପୀନାଥ ମନ୍ଦିର ଟି ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନରେ ରହିଛି l ଏହି ପୂରାତନ ଗୋପୀନାଥ ମନ୍ଦିର ଯେଉଁ ଲିହୂରି ଗ୍ରାମରେ ଅବସ୍ଥିତ ସେହି ଗ୍ରାମରେ ଶତକଡା ୯୦ଭାଗ ଓଡିଆ ଲୋକ ବସବାସ କରନ୍ତି ଏବଂ ଏହି ମନ୍ଦିରର ପୂଜାରୀ ମଧ୍ଯ ଓଡ଼ିଆ l (ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result