No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ବରଗଡ଼ :- ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆସନ୍ତା ୭ ଏପ୍ରିଲ ରୁ ବିଦ୍ୟୁତ ସତ୍ୟାଗ୍ରହ ଆରମ୍ଭ କରିବ । ଗତ ଛଅ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇଛି ଯାହାକୁ ଆପ୍ ପକ୍ଷରୁ ଵିରୋଧ କରା ଯାଇଛି । ଦିଲ୍ଲୀ ରେ ୨୦୦ ୟୁନିଟ ବିଜୁଳି ଫ୍ରି ସମସ୍ତ ଉପଭୋକ୍ତା ଙ୍କୁ ଅରବିନ୍ଦ କେଜରିୱାଲ ସରକାର ଦେଉଥିବା ବେଳେ ଓଡ଼ିଶା ରେ ବିଜେଡି ସରକାର ବିଦ୍ୟୁତ କ୍ଷେତ୍ର କୁ ସମ୍ପୂର୍ଣ୍ଣ ଘରୋଇକରଣ କରି ଲୋକଙ୍କ ଉପରେ ଆର୍ଥିକ ମାଡ ମାରିଥିବା ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ।
କରୋନା ସମୟରେ ବେଆଇନ ବିଲ ଅସୁଲି ଓ ଲାଇନ କଟ କରୁଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇପଡିଥିବା ବେଳେ ସରକାର କିଛି ଶୁଣୁ ନଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ବିଦ୍ୟୁତ ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ନବୀନ ସରକାର ନିଜର ଦାଇତ୍ୱ ରୁ ଓହରି ଯାଉଛନ୍ତି । ଅନ୍ୟ ପଟେ ଦିଲ୍ଲୀ ଭଳି ଓଡିଶା ରେ ସମସ୍ତଙ୍କୁ ଫ୍ରି ୨୦୦ ୟୁନିଟ ବିଜୁଳି ଦେବାକୁ ଆପ୍ ଦାବି କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଏହି ଆନ୍ଦୋଳନ ରେ ସମସ୍ତ ଜନ ସାଧାରଣ ଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି , ବିଦ୍ୟୁତ ସମ୍ପର୍କିତ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇବା ପାଇଁ ୭୬୦୬୩୪୩୩୫୫ ନମ୍ବର ରେ ମିସ କଲ କରିବା ଅନୁରୋଧ କରିଛନ୍ତି । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result