No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ନୂଆଦିଲ୍ଲୀ :- ବର୍ଷିଆନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୩୨ ମସିହା ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିବା ଶଶିକଳା ଡାକୁ, ରାସ୍ତା, କଭି ଖୁସି କଭି ଗମ୍ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ ।
ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି । ସେ ସଲମାନ ଖାନଙ୍କ ମୁଝ୍ସେ ସାଦି କରୋଗିରେ ମଧ୍ୟ ନଜର ଆସିଥିଲେ ।
ଏହା ବ୍ୟତିତ ତିନ୍ ବତ୍ତି ଚାର୍ ରାସ୍ତା ଫିଲ୍ମ ଯାହାକି ୧୯୫୩ ମସିହାରେ ରିଲିଜ୍ ହୋଇଥିଲା ସେଥିରେ ଶଶିକଳା ଅଭିନୟ କରିଛନ୍ତି । ୧୯୬୮ ମସିହାରେ ରିଲିଜ ହୋଇଥିବା ବୋହୂରାନୀୟାରେ ମଧ୍ୟ ନଜର ଆସିଥିଲେ । ଏହା ବାଦ ଆଏ ମିଲନ୍ କି ବେଲା, ଗୁମ୍ରା, ସୁଜାତା ଏବଂ ଆରତୀ ଭଳି ଚଳଚିତ୍ରରେ ଅଭିନୟ କରିଥିଲେ । ନିଖୁଣ ଅଭିନୟ ପାଇଁ ୨୦୦୭ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ଶଶିକଳା । ଏହା ସହିତ ଶ୍ରେଷ୍ଠ ସହ-କଳାକାର ଭାବେ ୨ ଥର ଫିଲ୍ମ ଫେୟାର ଆଓ୍ବାର୍ଡ, ୨୦୦୯ ମସିହାରେ ଜୀବନ ବ୍ୟାପି ସାଧନା ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result