No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ସାକ୍ଷୀଗୋପାଳ :- ସାକ୍ଷୀଗୋପାଳ ପୁରୀ ଜିଲା ସାକ୍ଷୀଗୋପାଳର ଅନ୍ୟତମ ପ୍ରସିଦ୍ଧ ମେଳା ସାଗରସ୍ନାନ ଯାତ୍ରା ଚଳିତବର୍ଷ କୋଭିଡ୍ କଟକଣା ପାଇଁ ବିନାଭକ୍ତରେ ଅନୁଷ୍ଠିତ ହେବ । ଏ ନେଇ ସ୍ଥାନୀୟ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ଶନିବାର ବସିଥିବା ପ୍ରଶାସନିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । କମ୍ ସଂଖ୍ୟକ ସେବାୟତଙ୍କୁ ନେଇ କେବଳ ଠାକୁରଙ୍କ ଦେବନୀତି କରାଯିବ । ଭାର୍ଗବୀ ନଦୀର ବଳପୁର ଗ୍ରାମର ଭୃଗୁ ଘାଟରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାକୁ ବାରଣ କରାଯାଇଛି । ନଦୀର ଉଭୟ ପାର୍ଶ୍ୱ ବଳପୁର ଓ ସୁଆଣ୍ଡୋ ଘାଟ ମେଳା ପଡ଼ିଆରେ ହେଉଥିବା ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ ରୋକ ଲଗାଇବାକୁ ସେଠାରେ ୧୪୪ ଧାରା ଜାରି କରାଯିବ ।
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଂଯୁକ୍ତ ଗ୍ରାମ ଗୁଡ଼ିକରେ ଜନ ସମାବେଶ ନ ହେବା ଦିଗରେ ପୋଲିସ ପ୍ରଶାସନ ନଜର ରଖିବାକୁ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସାଗରସ୍ନାନ ଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ତହସିଲଦାର ମନୋଜ କୁମାର ନାୟକ, ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିଶ୍ୱଜିତ ମିଶ୍ର, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ନାୟକ, ଜିଲା ପରିଷଦ ସଭ୍ୟ ଧ୍ରୁବଚରଣ ଦାଶ, ବଳପୁର ବାଲୁଙ୍କେଶ୍ୱର ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ନିରଞ୍ଜନ ମହାପାତ୍ର, ମନ୍ଦିର ସେବାୟତ ପ୍ରସନ୍ନ ମହାପାତ୍ର, ବିଦ୍ୟୁତ, ଅଗ୍ନିଶମ ଅଧିକାରୀଙ୍କ ସହିତ ବଳପୁର, ବରାଳ, ସୁଆଣ୍ଡୋ ଗ୍ରାମର ସେବାୟତ ଓ ଗ୍ରାମବାସୀ ଉକ୍ତ ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result