• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାଲଡେନ୍‍ଉଡ୍‍ର ପୁରୁଷାର୍ଥ ମହାଯଜ୍ଞ ଉଦ୍‍ଯାପିତ

Proprietor Abhimanyu Maharana by Proprietor Abhimanyu Maharana
March 31, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ୱାଲଡେନ୍‍ଉଡ୍‍ର ପୁରୁଷାର୍ଥ ମହାଯଜ୍ଞ ଉଦ୍‍ଯାପିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର ) ଭୁବନେଶ୍ୱର  :- ଇତିହାସ ପ୍ରସିଦ୍ଧ କପିଳାସ ପାହାଡ଼ର ପାଦଦେଶରେ ଅବସ୍ଥିତ ୱାଲ୍‍ଡେନ୍‍ଉଡ୍‍ ପରିବେଶ ଗ୍ରାମରେ ତିନି ଦିନ ଧରି ଅନୁଷ୍ଠିତ ପୁରୁଷାର୍ଥ ମହାଯଜ୍ଞ ଏହାମଧ୍ୟରେ ପୂର୍ଣ୍ଣାହୂତି ସହିତ ମହାସମାରୋହରେ ସମ୍ପନ୍ନ ହୋଇଯାଇଥିବା ଜଣାଯାଇଛି । ବିଶ୍ୱ ଶାନ୍ତି ପ୍ରତିଷ୍ଠା, ପରିବେଶ ସୁରକ୍ଷା, ଜଙ୍ଗଲ-ଜନ୍ତୁ ରକ୍ଷା, ବାତାବରଣରେ ସନ୍ତୁଳନ ସ୍ଥାପନ, ଜଳବାୟୁର ଦୂଷିତକରଣକୁ ରୋକାଯିବା, ସାରା ଦୁନିଆକୁ କରୋନା ମହାମାରୀରୁ ମୁକ୍ତି ଦେବା ଏବଂ ସମଗ୍ର ମାନବ ସମାଜର ପୁରୁଷାର୍ଥକୁ ଉଜ୍ଜୀବିତ କରି ସାକାରତ୍ମକ ସେବାରେ ନିୟୋଜିତ କରିବା ସହିତ ସେମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ସାଧନ କରିବା ଉଦ୍ଦେଶ୍ୟରେ ୱାଲ୍‍ଡେନଉଡ୍‍ ତରଫରୁ ଏହି ମହାଯଜ୍ଞ ଆୟୋଜନ କରାଯାଇଥିଲା । ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ନୂତନ ଧର୍ମୀ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହୋତ୍ସବରେ ଦେଶର ବହୁ ମାନ୍ୟଗଣ୍ୟ ଅତିଥି, ପର୍ଯ୍ୟଟକ, ଧର୍ମ ଗୁରୁ ଏବଂ ସ୍ଥାନୀୟ ବାସୀନ୍ଦା ସହସ୍ରାଧୀକ ସଂଖ୍ୟାରେ ଯୋଗଦେଇଥିବା ଦେଖାଯାଇଥିଲା ।

ଭୁବନେଶ୍ୱରଠାରୁ ୬୦ କି.ମି. ଦୂରରେ ଢେଙ୍କାନାଳ ଜିଲ୍ଲାର କଣ୍ଟାମଳିଆ ଗ୍ରାମରେ ୩୦୦ ଏକର ପରିମିତ ଜମିକୁ ନେଇ ୱାଲ୍‍ଡେନ୍‍ଉଡ୍‍ ଇକୋ ଭିଲେଜ (ୱେଭ) ନାମରେ ଲୋକପ୍ରିୟ ଏହି ପ୍ରାକୃତିକ ରିସର୍ଟ୍ଟକୁ ଯୁବ ଉଦ୍ୟୋଗପତି ଆର.କେ. ଇଣ୍ଡିଆନ୍‍ ୨୦୦୪ ମସିହାରେ ପ୍ରତିଷ୍ଠା କରିଛନ୍ତି । ସହରର ଗହଳଚହଳଠାରୁ ଦୂରରେ, ପ୍ରକୃତି ମା’ର ପୁରା କୋଳରେ, କପିଳାସ ପାହାଡ଼ମାଳାର ଛତ୍ରଛାୟା ତଳେ ଅବସ୍ଥିତ ଏଡି ଅନନ୍ୟ ଓ ଭିନ୍ନଧର୍ମୀ ପର୍ଯ୍ୟଟନ ଗ୍ରାମରେ ମହାଦ୍ରୁମରାଜିର ପ୍ରାଚୀର, ପ୍ରାକୃତିକ ଝରଣା, ପଶୁପକ୍ଷୀଙ୍କର ଚଲା ରାସ୍ତା, ନାନା କିସମର ଔଷଧୀୟ ବୃକ୍ଷମାନ, ସୁରମ୍ୟ ଉଦ୍ୟାନ, ଅତ୍ୟାଧୁନିକ ସୁବ୍ୟବସ୍ଥା ଥିବା ମାଟି ଓ ଡୋମ୍‍ ଘର, ଖେଳ ପଡ଼ିଆ, ପୋଖରୀ ଏବଂ ଚଉପାଠୀ ଆଦି ସ୍ୱତନ୍ତ୍ର ଆକର୍ଷଣ ମହଯୁଦ ରହିଛି । ଏଠାକାର ପାକଶାଳାରେ ଦେଶୀ ଖାସି ଓ କୁକୁଡ଼ା ତଥା ଗାଁ ଗହଳର ବିନା ସାରଦିଆ ପନିପରିବାକୁ ବ୍ୟବହାର କରାଯାଇ ଓଡ଼ିଶାର ପାରମ୍ପରିକ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ସ୍ୱାଦିଷ୍ଟ ଆମିଷ ଏବଂ ନିରାମିଷ ଭୋଜନ ଅତିଥିମାନଙ୍କୁ ପରଷା ଯାଇଥାଏ । ୱେଭ୍‍ର ଚର୍ତୁପାଶ୍ୱର୍ରେ ମନୋରମ ଦିଗବଳୟର ଅପୂର୍ବ ଶୋଭା, ସୁଲୁସୁଲୁ ସୁଆଦିଆ ପବନର ନିଆରା ସ୍ପର୍ଶ, ଝର ଝରଣାର କଳକଳ ମତୁଆଲା ନାଦ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ହଳଦୀ-ନାଲି ରଙ୍ଗ ଭରା ଆକାଶର ଅଭୂଲା ଦୃଶ୍ୟ, ନାନା କିସମର ବଣ ଫୁଲର ମିଶ୍ରିତ ଅଦ୍ଭୂତ ବାସ୍ନା, ଗୋଧୁଳୀ ବେଳରେ କୋଇଲି ଓ ଅନ୍ୟାନ୍ୟ ପକ୍ଷୀ ମାନଙ୍କର ଅଜବ କୁହୁତାନ,

ଗାଈ-ବାଛୁରୀ, ଛେଳି ପଲ୍ଲଙ୍କର ଗୁହାଳ ଅଭିମୁଖୀ ଭବ୍ୟ ଶୋଭାଯାତ୍ରା, ସକାଳ ଓ ସନ୍ଧ୍ୟାରେ ନିକଟସ୍ଥ ଗାଁ ମନ୍ଦିରରୁ ଶଙ୍ଖ, ମୃଦଙ୍ଗ, ଘଣ୍ଟ, ଘର୍ଘର, କରତାଳ ଓ ଆଳତିର ମଙ୍ଗଳ ଧ୍ୱନୀ ଏବଂ ସର୍ବୋପରି ଏହାର ନିପଟ ଗାଉଁଲୀ ପରିବେଷ୍ଟନୀ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ଧରାଯାଉଛି । ବିଶେଷ କରି ଏହାର ହୃଦୟସ୍ୱର୍ଶୀ ଅନାବିସ୍କୃତ ସୌନ୍ଦର୍ଯ୍ୟ, ମନମୁଗ୍ଧକର ପ୍ରାକୃତିକ ପରିବେଶ, ସଦା ରୋମାଞ୍ଚକର ଅନୁଭୂତି, ଅତିଥି ଅଭ୍ୟାଗତଙ୍କୁ ଦେବୋଭବ ଚର୍ଚ୍ଚା ଏବଂ ବାହାର ହେଲେ ମଧ୍ୟ ପୁରାପୁରି ଘରୋଇ ବାତାବରଣ, ମର୍ତ୍ତ୍ୟମଣ୍ଡଳରେ ଆଗନ୍ତୁକମାନଙ୍କୁ ସ୍ୱର୍ଗ ସୁଖ, ଆତ୍ମଭରି ସନ୍ତୁଷ୍ଟି ଏବଂ ମହାନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ୱେଭ୍‍ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି । ଖୁବ୍‍ ଶୀଘ୍ର ୱେଭ୍‍ଠାରେ ଡ୍ରାଗନ ଫ୍ରୁଟ୍‍ସ ଏବଂ ପରମା କଲଚର ଆଦି ଉପଲବ୍ଧ ହେବ ବୋଲି ଏହାର ପ୍ରତିଷ୍ଠାତା ଆର.କେ. ଇଣ୍ଡିଆନ୍‍ ପ୍ରକାଶ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ସମର୍ପିତ ୱାଲ୍‍ଡେନ୍‍ଉଡ୍‍ ସେଣ୍ଟର ଫର୍‍ ଏକସେଲେନ୍‍ସଠାରେ ଅନୁଷ୍ଠିତ ପୁରୁଷାର୍ଥ ମହାଯଜ୍ଞର ମୁଖ୍ୟ କର୍ତ୍ତା ଓ ସଂକଳ୍ପକାରୀ ଆର.କେ. ଏବଂ ତାଙ୍କର ଧର୍ମପତ୍ନୀ ସୁଜାତା ଦାସ ଥିଲେ । ଆର.କେ.ଙ୍କର ପିତା ରଘୁନାଥ ଦାସ ଏବଂ ମାତା ସାଇବାଣୀ ଦାସ ମଧ୍ୟ ସମ୍ପୂର୍ଣ୍ଣ ତିନିଦିନ କାଳ ଯଜ୍ଞସ୍ଥଳରେ ଉପସ୍ଥିତ ଥିଲେ ।

ମୁଖ୍ୟ ପୂଜାରୀ ଡକ୍ଟର ଧର୍ମପଦ ମହାନ୍ତି ଏବଂ ତାଙ୍କର ସାଥୀମାନେ କଳସ ସ୍ଥାପନ, ଆଳତି, ହୋମ, ପ୍ରବଚନ ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କରିଥିଲେ । ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଆର୍ଯ୍ୟଭଟ୍ଟ ଟ୍ରଷ୍ଟର ପ୍ରତିଷ୍ଠାତା ଚିଦାତ୍ମିକା ଖଟ୍ଟୁଆ, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ଭକ୍ତବଲ୍ଲଭ ଦାସ, ଜାଭିୟର ଗ୍ରୁପ୍‍ର ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି, ବରିଷ୍ଠ ଆଇନଜୀବୀ ସିତାଂଶୁ ମୋହନ ଦ୍ୱ ିବେଦୀ ଓ ନିର୍ମଳ ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ଏନ୍‍ଜିଓ ଫେଡେରେସନର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାରାୟଣ ବେହେରା, ସମାଜସେବୀ ଅଜୟ ମିଶ୍ର ଓ ଆଇଟି ବିଶେଷଜ୍ଞ ସୁଦୀପ୍ତ ପଟ୍ଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ବାଜିରାଉତ ସ୍ମୃତି ପରିଷଦର ସଂସ୍ଥାପକ ସଭାପତି କୃଷ୍ଣଚନ୍ଦ୍ର ଆଇଚ, କୋଦଣ୍ଡଧର ସାହୁ, ବସନ୍ତ କୁମାର ଖୁଣ୍ଟିଆ, ନନ୍ଦିନୀ ଦାସ, ୱେଭ୍‍ର ଜନସମ୍ପର୍କ ଅଧିକାରୀ ଜାଗି ଦାସ ଏବଂ ମୋନାଲୀ ଡୋଙ୍ଗ୍ରେ ପ୍ରମୁଖ ସମଗ୍ର ଆୟୋଜନର ସୁପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version