No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ବରଗଡ :- ପଶ୍ଚିମ ଓଡିଶାର ମହାନ ନାଟ୍ୟଗୁରୁ କୋସଲି ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଲୋକାର୍ପିତ ହୋଇ ଯାଇଛି।ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ତଥା ଦୈନିକ ସଂବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଭଗବାନ ସାହୁଙ୍କୁ ଏ ମାଟିର ବରପୁତ୍ର ବୋଲି ଅବିହିତ କରିଥିଲେ ।

ସମ୍ମାନୀତ ଅତିଥିରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ ସୁରେନ୍ଦ୍ର ସାଏ ନାଟକର ମହତ୍ତ୍ବ ଓ ଭଗବାନ ସାହୁଙ୍କ କୃତିତ୍ବ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶ୍ରୀ କେଦାର ମିଶ୍ର ଅତିଥିଙ୍କୁ ସ୍ବାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ସଂଯୋଜନାରେ ସୁରେନ୍ଦ୍ରବୀର ଭୁବନ ଭୋଇଙ୍କ ଗୁରୁ ବନ୍ଦନା ପରେ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଦଧିବାବନ ଶତପଥୀ ସୀତାଚୋରୀ ନାଟକର ଗୀତ ଗାନ କରି ଦର୍ଶକଙ୍କ ମନରେ ଅତୀତର ସ୍ମୃତିକୁ ଜାଗୃତ କରିଥିଲେ।

ଶ୍ରୀ ରବିନ୍ ଲୁଲୁ ଦାସ ଙ୍କ ରଚିତ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହାପରେ ସଂପାଦକ ଶ୍ରୀ ପ୍ରଦୀପ ଦେବତା କମିଟୀର ପରବର୍ତି କାର୍ଯ୍ୟପନ୍ଥା ଉପରେ ସମ୍ୟକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବରେ ସୁରେଶ୍ଵର ଶତପଥି ,ପ୍ରୀତମ ସିଂ,ମାମରାଜ ସ୍ବାଇଁ,ତେଜରୁ ବାରିକ,ରୋହିତ ଦାଶ,ଶେଷନ ବିଶି ,ନୀତିଶ ଆଚାର୍ଯ୍ୟ ,ଅଶୋକ ବହିଦାର ,କୁମ୍ଭାରୀ ଗ୍ରାମ ର ଭଗବାନ ସାହୁ ପ୍ରେମୀ ପ୍ରମୂଖଙ୍କ ସହିତ କମିଟୀର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result