• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
March 23, 2021
in ଓଡ଼ିଶା, ଦେଶ, ହୋମ୍
0
ବେଦାନ୍ତ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ
Share on FacebookShare on TwitterWhatsapp

 ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ୨୮୨.୬୫ ନିୟୁତ କ୍ୟୁବିକ୍ ମିଟର ଜଳର ପୁନଃ ପ୍ରକ୍ରିୟାକରଣ କରିପାରିଛି ।

 ଜଳକୁ ଗଚ୍ଛିତ ରଖିବା ପାଇଁ କମ୍ପାନୀ ପକ୍ଷରୁ ୧୯ଟି ଜଳ ସଂରକ୍ଷଣ ପ୍ରକଳ୍ପ ଜାରି ରହିଛି ।

 ନୂତନ ଜ୍ଞାନକୌଶଳ ବ୍ୟବବହାର ଦ୍ୱାରା ଜଳ ସମ୍ପଦର ସୁରକ୍ଷା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି ।

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳବାର ) ମୁମ୍ବାଇ :- ଦୀର୍ଘସ୍ଥାୟୀ ଜୀବନଜୀବିକା ଏବଂ ଦାୟିତ୍ୱବୋଧ ବିକାଶ କ୍ଷେତ୍ରରେ ବେଦାନ୍ତ କାର୍ଯ୍ୟ ଜାରି ରଖିଛି । ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ୨୮୨.୬୫ ନିୟୁତ କ୍ୟୁବିକ୍ ମିଟର ଜଳର ପୁନଃ ପ୍ରକ୍ରିୟାକରଣ କରିପାରିଛି । ଏହା ବେଦାନ୍ତର ଜଳ ସମ୍ପଦର ସୁରକ୍ଷା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି । ଜଳର ବ୍ୟବହାର କମ୍ କରାଇବା ପାଇଁ କମ୍ପାନୀ ପକ୍ଷରୁ ୧୯ଟି ଜଳ ସଂରକ୍ଷଣ ପ୍ରକଳ୍ପ ଜାରି ରହିଛି । ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ ଅବସରରେ ବେଦାନ୍ତ ପକ୍ଷରୁ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ନୂତନ ଜ୍ଞାନକୌଶଳ ଏବଂ ପ୍ରଣାଳୀର ଉପଯୋଗ ଦ୍ୱାରା ଜଳର ବ୍ୟବହାରକୁ ଉପଯୁକ୍ତ ଭାବେ କରାଯିବାକୁ ପ୍ରାଧାନ୍ୟ ଦିଆଯାଉଛି । ପୁନଃ ପ୍ରକ୍ରିୟାକରଣ ଏବଂ ଶିଳ୍ପର ବର୍ଜ୍ୟଜଳ ଟ୍ରିଟ୍‌ମେଂଟ୍ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଯାହାଦ୍ୱାରା ଜିରୋ ଲିକ୍ୟୁଇଡ୍ ଡିସଚାର୍ଜ ଲକ୍ଷ୍ୟ ପୂରଣ ହୋଇପାରିବ । କମ୍ପାନୀ ପକ୍ଷରୁ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ବର୍ଜ୍ୟଜଳ ଟ୍ରିଟ୍‌ମେଂଟ୍ ପ୍ଲାଂଟ୍ ସ୍ଥାପନା କରାଯାଇଛି । ସେହିପରି ବର୍ଷାଜଳ ସଂରକ୍ଷଣ କରାଯିବା ସହିତ ରିଡ୍ୟୁସ୍‌, ରିୟୁଜ୍‌,ରିସାଇକ୍ଲି ଆଦି ୩-ଆର୍‌କୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି ।

କମ୍ପାନୀର ପାନୀୟ ଜଳ ଏବଂ ପରିମଳ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ପାଇଁ ଉପଯୋଗୀ ହୋଇପାରୁଛି । ସେହିପରି ୱାସ୍ ପ୍ରୟାସ ଦ୍ୱାରା ସୁରକ୍ଷା ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ବୃଦ୍ଧି କରାଯାଇ ପାରିଛି । ବେଦାନ୍ତ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଡ୍ରିପ୍ ଇରିଗେଶନ, ଟ୍ରେଡଲ ପମ୍ପ୍‌, ସୋଲାର ପାୱାର ୱାଟର ପମ୍ପ୍ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଇ ଚାଷ ଜମିରେ ଜଳସେଚନ ଲାଗି ମୌସୁମୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ପାରିଛି । ଏହା ସହିତ କମ୍ପାନୀ ପକ୍ଷରୁ ଟ୍ୟୁବ୍ ୱେଲ୍‌, ବୋର୍ ୱେଲ୍‌, ପୋଖରୀ, ଛିଦ୍ରଯୁକ୍ତ ଟ୍ୟାଙ୍କ ଆଦି ନିର୍ମାଣ କରାଯାଇ ସ୍ଥାନୀୟ ଲୋକଙ୍କ ଘରୋଇ ତଥା ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇପାରିଛି । ଏହି ଅବସରରେ ବେଦାନ୍ତ ଗ୍ରୁପ୍ ସିଇଓ ଏବଂ ମୁଖ୍ୟ ସୁରକ୍ଷା ଅଧିକାରୀ ସୁନୀଲ ଦୁଗଲ କହିଲେ, ବେଦାନ୍ତ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜଳ ପରିଚାଳନା କ୍ଷେତ୍ରରେ କମ୍ପାନୀ ବହୁବିଧ ପଦକ୍ଷେପ ଗ୍ରହଣ କରି ଉପଲବ୍ଧ ଜଳର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ସମସ୍ତ ଅଂଶୀଦାରଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିଛି ।

ଆମେ ଦୀର୍ଘମିଆଦି ଜଳ ପରିଚାଳନାକୁ ପ୍ରାଧାନ୍ୟ ଦେଇଥାଉ । ଏନେଇ ଉନ୍ନତ ଜ୍ଞାନକୌଶଳ ପ୍ରଣାଳୀର ଉପଯୋଗ ଆମେ ଆମର ସମସ୍ତ ଅପରେଶନ ରେ କରୁଛୁ । ଏହା ଦ୍ୱାରା ଜଳ ବ୍ୟବହାରକୁ ଅପ୍ଟିମାଇଜ୍‌ କରାଯାଇ ପାରିଛି । ସେହିପରି ଶକ୍ତି ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିଛି । ଏହା ସହିତ ବାୟୋଡାଇଭରସିଟିକୁ ମଧ୍ୟ ସୁରକ୍ଷିତ କରାଯାଇ ପାରିଛି । ବେଦାନ୍ତ ଉଭୟ ଜଳ ପରିଚାଳନା ନୀତି ଏବଂ ଜଳ ପରିଚାଳନା ମାନକକୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ସମସ୍ତ ନୂତନ ପ୍ରକଳ୍ପ ପାଇଁ ଏହା ଲାଗୁ ହୋଇଛି । ଏହାଦ୍ୱାରା ସମସ୍ତ ପ୍ରକଳ୍ପରେ ଜଳ ବ୍ୟବହାରକୁ ହ୍ରାସ କରାଯାଇ ପାରିଛି । ଏହା ସହିତ ଆମେ ଜିରୋ ଲିକ୍ୟୁଇଡ୍‌ ଡିସ୍‌ଚାର୍ଜ ନୀତି ପାଳନ କରି ଭୂଗର୍ଭ ଜଳକୁ ଆମର ସମସ୍ତ ଅପରେଶନ୍‌ରେ ପ୍ରଦୂଷିତ କରୁନାହୁଁ । ହିନ୍ଦୁସ୍ଥାନ ଜିଙ୍କ୍‌ରେ ୱାଟର ପ୍ରବନ୍ଧନ ମାଧ୍ୟମରେ ପରିବେଶ ସଂରକ୍ଷଣ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇ ଶୁଦ୍ଧ ଜଳର ବ୍ୟବହାର ହ୍ରାସ କରାଯିବା ସହିତ ଜଳର ଗୁଣବତା ବଜାୟ ରଖିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ନିୟୋଜିତ କରାଯାଇଛି । ଯାହାଦ୍ୱାରା ଜଳ ସମ୍ପଦର ସୁବିନିଯୋଗ ହୋଇ ପାରୁଛି । ହିନ୍ଦୁସ୍ଥାନ ଜିଙ୍କ୍ ଏକ ୱାଟର ପଜିଟିଭ୍ କମ୍ପାନୀ ଭାବେ ଘୋଷିତ ହୋଇଛି । ୨.୪୧ ଅନୁପାତରେ ହିନ୍ଦୁସ୍ଥାନ ଜିଙ୍କ୍ ଶ୍ରେଷ୍ଠ ଜଳ ସଂରକ୍ଷଣ କମ୍ପାନୀ ଭାବେ ପ୍ରମାଣିତ ହୋଇଛି । ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜ୍‌ନେସ୍ ପକ୍ଷରୁ ନବୀନତମ ପ୍ରୟାସ, ଶ୍ରେଷ୍ଠ ଜ୍ଞାନକୌଶଳ, ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟପ୍ରଣାଳୀ ଦ୍ୱାରା ଭବିଷ୍ୟତ ପାଇଁ ଜଳ ସୁରକ୍ଷାକୁ ରୁଦ୍ଧିମନ୍ତ କରାଯାଇ ପାରୁଛି । ୨୦୨୦ ଆର୍ଥିକ ବର୍ଷରେ କମ୍ପାନୀର ଶୁଦ୍ଧଜଳ ବ୍ୟବହାରରେ ୩.୬ ନିୟୁତ କ୍ୟୁବିକ୍ ମିଟର ହ୍ରାସ ହୋଇପାରିଛି । ଗତ ଆର୍ଥିକ ବର୍ଷରେ ଶୁଦ୍ଧଜଳ ବ୍ୟବହାର ୪ପ୍ରତିଶତ କମିବା ସହିତ ଜଳ ପୁନଃପ୍ରକ୍ରିୟାକରଣ ୧୬ ପ୍ରତିଶତ ବୃଦ୍ଧି ପାଇଛି ।

କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସ୍ ପକ୍ଷରୁ ମଧ୍ୟ ଗ୍ରାମୀଣ ବାସିନ୍ଦାଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଘର ପାଖରେ ପାନୀୟଜଳ ଜଳ ପହଂଚାଇବା ପାଇଁ ଏହା ପକ୍ଷରୁ ଜୀବନ ଅମୃତ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାସହିତ ଗ୍ରାମୀଣ ଅଂଚଳର ଜଳ ଉତ୍ସର ପୁନର୍ରୁଦ୍ଧାର, ଜଳକୁଣ୍ଡ ନିର୍ମାଣ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଆବଶ୍ୟକତାକୁ ପୂରଣ କରାଯାଇପାରୁଛି । ଇଏସ୍‌ଏଲ୍‌ରେ ଇଟିପି ଦ୍ୱାରା ଜଳ ପ୍ରକ୍ରିୟା କରଣ ପ୍ରତିଶତ ୨୦୧୭-୧୮ରେ ୧୨ ପ୍ରତିଶତରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬ ପ୍ରତିଶତକୁ ବୃଦ୍ଧି ହୋଇପାରିଛି । ଏହା ସହିତ ୧୦୦ପ୍ରତିଶତ ବର୍ଜ୍ୟଜଳର ପୁନଃପ୍ରକ୍ରିୟାକରଣ କରାଯାଉଛି । ସ୍ୱଜଳ ପ୍ରକଳ୍ପ ଅନ୍ତର୍ଗତ ସୁରକ୍ଷିତ ପାନୀୟ ଜଳ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯାଉଛି । ବେଦାନ୍ତର ଫ୍ଲାଗ୍‌ଶିପ୍ ଗୋଷ୍ଠୀ ଉନ୍ନୟନ ପ୍ରୟାସ ନନ୍ଦଘର ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଏହା ସହିତ ଜଳ ଅଭାବ ଥିବା ଅଂଚଳରେ ସ୍ୱଚ୍ଛ ଜଳ ହଜାର ହଜାର ଶିଶୁ, ମା’ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ସହିତ ଜଳ ଉପଲବ୍ଧ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟକର ସୁବିଧା ଦେଶରେ ଯୋଗାଇ ଦେବା ଲାଗି ଗୁରୁତ୍ୱାରୋପ କରାଯାଉଛି । ନନ୍ଦଘର ପକ୍ଷରୁ ଏହାର ହିତାଧିକାରୀଙ୍କୁ ସ୍ୱଚ୍ଛ ଜଳ ଏବଂ ପରିମଳ ସୁବିଧା ଯୋଗାଣରେ ମୁଖ୍ୟ ଭୂମିକା ଗ୍ରହଣ କରାଯାଇଛି । ଏହା ସହିତ ଜଳର ସୁବିନିଯୋଗକୁ ପ୍ରଧାନ୍ୟ ପ୍ରଦାନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version