• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ : ମନ୍ତ୍ରୀ ଡ. ସାହୁ

Proprietor Abhimanyu Maharana by Proprietor Abhimanyu Maharana
March 22, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ : ମନ୍ତ୍ରୀ ଡ. ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଭୁବନେଶ୍ଵର :- ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବ । ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଜାତୀୟ ସେବା ଯୋଜନା ସେଲ୍‌ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଲେ ଯେ ମାନବସମ୍ବଳ ହିଁ ଦେଶର ପ୍ରକୃତି ସଂପଦ ଓ ଏହାର ବିକାଶରେ ଦେଶର ବିକାଶ ହୋଇଥାଏ ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ସେ୍ୱଚ୍ଛାକୃତ ସେବାର ଯେଉଁ ଉଦାହରଣ ସୃଷ୍ଟି କରିଥିଲେ ତାି୩୯;ର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ବୋଲି ମନ୍ତ୍ରୀ କହିବା ସହିତ ମନ ଭିତରେ ଗୋଷ୍ଠୀଗତ ଭାବନା ଉଦ୍ରେକ ହୋଇପାରିଲେ ସମାଜରେ ଦେଖା ଦେଉଥିବା ଅନେକ ଅସଂଗତି ଦୂର ହୋଇପାରିବ ବୋଲି କହିଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ ଅବସରରେ ଏପରି ଉତ୍ସବ ଆୟୋଜନ ଅଧିକ ମହତ୍ତ୍ୱ ରଖେ ବୋଲି ସେ କହିଥିଲେ । ଯୁବକ ଅବସ୍ଥାରେ ମନ ମଧ୍ୟରେ ସମାଜସେବା ଭାବନା ସୃଷ୍ଟି କରାଯାଇପାରିଲେ ଭବିଷ୍ୟତରେ ସେମାନେ ଯେକୌଣସି ବୃତ୍ତିରେ ଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ସର୍ବଦା ସମାଜକଲ୍ୟାଣ ଲାଗି ପ୍ରେରିତ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ଶିକ୍ଷାନୁଷ୍ଠାନରେ ଅଧିକରୁ ଅଧିକ ସେ୍ୱଚ୍ଛାସେବୀ ସୃଷ୍ଟି ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସମାଜସେବା କାର୍ଯ୍ୟ ନିଜ ନିଜ ଶିକ୍ଷାନୁଷ୍ଠାନ ପରିସରରୁ ଆରମ୍ଭ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ନିଜର ଶିକ୍ଷାନୁଷ୍ଠାନ, ଛାତ୍ରାବାସ ଆଦିର ପରିସର ସ୍ୱଚ୍ଛ ଓ ନିର୍ମଳ ରଖିବାର ମାନସିକତାର ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟରେ ସୃଷ୍ଟି କରିବାକୁ ପଡ଼ିବ । ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କରାଯାଇ ପରିସରକୁ ସବୁଜସୁନ୍ଦର ରଖାଯାଇପାରିବ । ଏଥି ସହିତ ନିଶା ନିବାରଣ ଆଦି ସଚେତନତା କାର୍ଯ୍ୟକ୍ରମ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀମାନଙ୍କ ଦ୍ୱାରା କରାଯାଇପାରିଲେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ । ସଂପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସେ୍ୱଚ୍ଛାସେବୀମାନେ କୋଭିଡ୍‌ ସ୍ଥିତି ସଂପର୍କରେ ସମସ୍ତଙ୍କୁ ସଚେତନ କରି ଅଧିକ ସତର୍କତା ଅବଲମ୍ବନ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ଉତ୍ସବରେ ଯୋଗଦେଇ ଭାରତ ସରକାରଙ୍କ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ କହିଲେ ଯେ ପୁରସ୍କାର ଓ ସମ୍ବର୍ଦ୍ଧନା ସର୍ବଦା ପ୍ରେରଣାଦାୟୀ । ଏହି ପୁରସ୍କାର ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଅଧିକ ଭଲ କାମ କରିବା ପାଇଁ ନିଶ୍ଚିତ ରୂପେ ଉତ୍ସାହିତ କରିବ ଓ ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ହୋଇପାରିବ । ଜାତୀୟ ସ୍ତରରେ ଓଡ଼ିଶାର ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀମାନେ ପ୍ରଶଂସିତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ସେ କହିଥିଲେ । ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ଅବସରରେ ଏନ୍‌ଏସ୍‌ଏସ୍‌ର ଆଭିମୁଖ୍ୟ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।

ଓଡ଼ିଶାର ୨୧ଟି ବିଶ୍ୱବିଦ୍ୟାଳୟ, ଯୁକ୍ତ-୨ କାଉନ୍‌ସିଲ୍‌ ଏବଂ ନବୋଦୟ ବିଦ୍ୟାଳୟ ଆଦିରେ ୧ ଲକ୍ଷ ୧୫ ହଜାର ୫୦୦ ସେ୍ୱଚ୍ଛାସେବୀ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ସଂପାଦନ କରୁଛନ୍ତି ବୋଲି ସେ କହିଥିଲେ । ଉତ୍ସବରେ ୨୦୧୮-୧୯ ବର୍ଷ ନିମନ୍ତେ ୧୨ ଜଣ ସେ୍ୱଚ୍ଛାସେବୀ ଓ ଆଠ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ୨୦୧୯-୨୦ ବର୍ଷ ନିମନ୍ତେ ୧୨ ଜଣ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ ଓ ୧୦ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା

ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version