No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଏରସମା :- ମୋ ସ୍କୁଲ ଅଭିଯାନର ଅପୂର୍ବ ସଫଳତା ପରେ ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନ୍ଫରେନ୍ସି ଦ୍ବାରା ଶୁଭାରମ୍ଭ କରାଯାଇଛି ମୋ କଲେଜ ଅଭିଯାନ ।

ଏହି ଅବସରରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ବାଲିକୁଦା ମହାବିଦ୍ୟାଳୟ ରେ ଉପସ୍ଥିତ ରହି ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ମହାବିଦ୍ୟାଳୟ ର ଉନ୍ନତି କ୍ଷେତ୍ରର ସହଯୋଗ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ କମଳାକାନ୍ତ ମହାପାତ୍ର, ଶ୍ରୀକାନ୍ତ ଦାସ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ସୌମ୍ୟଜିତ ମହାପାତ୍ର,ଯୁବ ନେତା ତାପସ ରଂଜନ ନାୟକ, ବୈଦ୍ୟନାଥ ବିଶ୍ବାଳ ପ୍ରୟାସ ମୁଦୁଲି, ପ୍ରକାଶ ଦଲାଇ, ବାବୁ ନାଥ ପ୍ରମୁଖ ଉପସ୍ଥିତ ଥିଲେ । (ଏରସମା ରିପୋର୍ଟ /ରଶ୍ମି ରଂଜନ ଖୁଣ୍ଟିଆ)

No Result
View All Result