ଓଡ଼ିଶା ତାଜା ନ୍ୟୁଜ (୧୮ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟରେ ଏବେ ନିରପେକ୍ଷ ଖବର ପ୍ରସାରଣ ନେଇ ଉଠିଛି ପ୍ରଶ୍ନ, ଦଳୀୟ ଭିତିରେ ସୁହାଇଲା ଭଳି ପ୍ରସାରଣ ହେଉଛି ଖବର, ପୈସା ଫେଙ୍କୋ ତାମସା ଦେଖୋ ଭଳି ରାଜ୍ୟର ପ୍ରମୁଖ ମିଡ଼ିଆ ଦଳୀୟ ନେତାଙ୍କ କଣ୍ଢେଇ ସାଜି ଖବର ପ୍ରସାରଣ କରି ଜନସାଧାରଣଙ୍କୁ ଲକ୍ଷ ଚ୍ୟୁତ କରିବାକୁ ପ୍ରାୟୋଜିତ ଖବର ପ୍ରସାରଣ କରୁଛନ୍ତି, ଯଦି ଏବେ ଦେଖିବା ରାଜ୍ୟର ରାଜନୀତିରେ ମାହାଙ୍ଗା ଏବେ ଚର୍ଚାର ବିଷୟ ହୋଇଛି, କେଇଟା ମିଡ଼ିଆ କମ୍ପାନୀ ଟିପ୍ସ ନେଇ ମାହାଙ୍ଗାରେ ଡ଼େରାପକାଇ ତିଳକୁ ତାଳ କରି ଖବର ପ୍ରସାରଣ କରିବାକୁ ଚାମଚାଙ୍କ ଭଳି ଚାତକ ହୋଇ ଜଗିରହିଛନ୍ତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ନାଟକୀୟ ଢଙ୍ଗରେ ମନ୍ତ୍ରୀ ପ୍ରତାପ ଙ୍କୁ ଜି ଯାନ ଲଗାଇ ବିରୋଧୀ ମାନେ ୧୩ ନଂ ମୁଦାଲା ସଜେଇବାରେ ସକ୍ଷମ ହୋଇ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ତଡିବାପାଇଁ କେତେକ ବୋଲକରା ମିଡିଆରେ ଗର୍ଜନ କରୁଛନ୍ତି, ବୋଧେ ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରମାଣ ଅଭାବରୁ ପୋଲିସ ତାଙ୍କଠି ହାତ ମାରିବାକୁ ସାହସ କରୁନି, କିନ୍ତୁ ଆମ ରାଜ୍ୟର କେତେକ କୁହାଳିଆ ନେତାଙ୍କ ଭାଷଣ ବାଜୀଙ୍କୁ ନେଇ ନିର୍ଦ୍ଧିଷ୍ଟ ଖବରକାଗଜ ଓ ଟିଭି ନିଜର ଟିଆରପି ବଢାଇବାକୁ ସେଇଆକୁ ପ୍ରସାରଣ କରି କୁଛିତ କାର୍ଯ୍ୟ କରୁଛନ୍ତି, କିନ୍ତୁ ମାହାଙ୍ଗା ର ବିଜେପି କୁହାଳିଆ ନେତା ମୁଦାଲା ସାରଦା ପ୍ରଧାନ ଏବଂ ନୟାପଲ୍ଲୀ ଘଟଣାର ୪ ନଂ ମୁଦାଲା ଉପାସନାଙ୍କ ପାଇଁ ସେଇ ବୋଲକରା ମିଡ଼ିଆ ଏବେ ଚୁପ ହୋଇ ବସିଛନ୍ତି। ନିଜକୁ ସ୍ୱଚ୍ଛ ଓ ନିରପେକ୍ଷ କହି ସେଇ ନେତାଙ୍କ ବୋଲକରା ସାଜିଥିବା ନିର୍ଦ୍ଦିଷ୍ଟ ୱେବ ମିଡ଼ିଆର ଚାମଚା ନୀତି ଏବେ ପଦାରେ ପଡିଛି । ବିଜେଡିକୁ ଟାର୍ଗେଟ କରିବା ଓ ବିଜେପିକୁ ସୁହାଇବା ଭଳି ନ୍ୟୁଜ ପରିବେଷଣ କରି ଲୋକଙ୍କୁ ବାସ୍ତବ ସତରୁ ଏହି ୱେବ ମିଡ଼ିଆ ଦୂରେଇ ରଖୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଦାଲା ନମ୍ବର ୧୩ ଓ ମୁଦାଲା ନମ୍ବର ୪କୁ ନେଇ ଏହି ୱେବ ମିଡ଼ିଆର ଭିନ୍ନ ଆଭିମୁଖ୍ୟ ପଛରେ ବହୁ ରୋଚକ ସତ୍ୟ ଲୁଚି ରହିଛି, ଜଣେ ସଚେତନ ଦର୍ଶକ ଏବେ ଏହି ୱେବ ମିଡ଼ିଆର ପ୍ରକୃତ ରୂପ ଅନୁଭବ କରିସାରିଛି ।
ମାହାଙ୍ଗା ଡବଲ ମର୍ଡର ଏଫଆଇଆର ଅନୁଯାୟୀ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଦର୍ଶାଇ ଗଳା ଫଟାଇ ପ୍ରତାପଙ୍କୁ ବାରମ୍ବାର ପ୍ରଶ୍ନ ପଚାରିଲେ ସମ୍ପୃକ୍ତ ୱେବ ମିଡିଆର ସାମ୍ବାଦିକ । କାହିଁକି ମନ୍ତ୍ରୀଙ୍କୁ ଜେରା କରାଯିବନି, ଯଦି ସମ୍ପୃକ୍ତି ନାହିଁ କାହିଁକି ବିତର୍କ କରୁନାହାନ୍ତି? ମନ୍ତ୍ରୀଙ୍କୁ କିଏ ଘଣ୍ଟ ଘୋଡାଉଛି? ଏମିତି ଅନେକ ପ୍ରଶ୍ନ, ନିରପେକ୍ଷ ଓ ନିର୍ଭୀକ ଗଣମାଧ୍ୟମ ଭାବେ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି । ସେ ମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ଜନତା । କିନ୍ତୁ ପ୍ରଶ୍ନ ଉଠୁଛି ସମ୍ପୃକ୍ତ ୱେବ ମିଡିଆର ସାମ୍ବାଦିକଙ୍କ ଏଭଳି ପ୍ରଶ୍ନ କଣ କେବଳ ନିର୍ଦ୍ଦିଷ୍ଟ ଦଳର ନେତା ଓ ମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ? ନା ଦଳୀୟ ଭିତ୍ତିରେ ପ୍ରସ୍ତୁତ କରାଯାଉଥିବା ଏଜେଣ୍ଡା । ଏକଥା ଆମେ ଏଥିପାଇଁ ଲେଖୁଛୁ କାରଣ ଉକ୍ତ ୱେବ ମିଡ଼ିଆରେ ଦଳୀୟ ଭିତ୍ତିରେ ଯେଉଁଭଳି ଖବର ପ୍ରସାରଣ କରାଯାଉଛି ତାହାକୁ ନେଇ ଏବେ ରାଜ୍ୟରେ ବିରାଟ ପ୍ରଶ୍ନ ଉଠିଛି । ସେତିକି ନୁହେଁ ପ୍ରମୁଖ ଖବର କାଗଜର ମଳିକ ମାନେ ମଧ୍ୟ ଏହି କୁହାଳିଆ ନେତାଙ୍କ ଆଗରେ ମୁଣ୍ଡ ନୁଆଇଁ ରହିଛନ୍ତି, କେବଳ ପ୍ରତାପ ନୁହଁନ୍ତି ବରଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା ଉକ୍ତ ୱେବ ମିଡ଼ିଆରେ । ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ଧରାପଡିବା ପରେ ମଧ୍ୟ ଅଭିଯୋଗ ଆଧାରରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଉକ୍ତ ୱେବ ମିଡିଆରେ ଯେଉଁଭଳି ଚିତ୍ରଣ କରାଗଲା ଉକ୍ତ ୱେବ ଚ୍ୟାନେଲର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି । ଇଏ ତ ଥିଲା ମାହାଙ୍ଗା ମର୍ଡର ଘଟଣାରେ ମୁଦାଲା ନମ୍ବର ୧୩କୁ ନେଇ ଉକ୍ତ ୱେବ ଚ୍ୟାନେଲର ଆଭିମୁଖ୍ୟ । ଏବେ ନୟାପଲ୍ଲୀ ଘଟଣାର ମୁଦାଲା ନମ୍ବର ୪କୁ ନେଇ ଉକ୍ତ ୱେବ ଚ୍ୟାନେଲ ଲାଞ୍ଜ ଜାକି ଚୁପ ହୋଇ ବସିଛି ।
ଏହି କୁହାଳିଆ ନେତା ଭୁବନେଶ୍ୱରର ଭଡାଟିଆଙ୍କୁ ଗୁଣ୍ଡା ଲଗାଇ ମହିଳାଙ୍କୁ ଆକ୍ରମଣ ଘଟଣାର ମୁଦାଲା ନମ୍ବର ୪ ଙ୍କ ସହଯୋଗୀ । ଆକ୍ରମଣ ଘଟଣାକୁ ଚାରିଦିନ ବିତିଗଲାଣି, କିନ୍ତୁ ଏ ବାବଦରେ ଉକ୍ତ ବୋଲକରା ୱେବ ଚ୍ୟାନେଲ ଖବର ପ୍ରସାରଣ ନ କରିବା ପଛରେ କାରଣ କଣ, କାରଣ ଏଇଆ ଜେ ଏହି ବୋଲକରା ମିଡ଼ିଆ ତାଙ୍କ ପାଖରେ ବନ୍ଧା ପଡିଛି । ଏପରିକି ମନ୍ତ୍ରୀ ପ୍ରତାପଙ୍କୁ ପ୍ରତି ସଭା ସମିତିରେ ଦେଖିଲେମାନେ ଏଇ ମିଡ଼ିଆର ସାମ୍ବାଦିକ ମାନେ ଘନ ଘନ ପ୍ରଶ୍ନ ପଚାରି ବଦନାମ ଭଳି ଉକ୍ତିକୁ ପ୍ରସାରଣ କରନ୍ତି, ଏବେ ଉକ୍ତ ସାମ୍ବାଦିକଙ୍କ ମୁହଁରେ ଯେପରି ତୁଣ୍ଡି ପଡିଛି । ସେମାନେ ସତେ ଯେମିତି କଣ୍ଢେଇ ଯିଏ ଯେମିତି ନଚେଇବ ସିଏ ସେମିତି ନାଚିବେ, ଆଉ ମୁଦାଲା ନମ୍ବର ୪କୁ ନେଇ ଚୁପ ରହିବାର ସବୁଠୁ ବଡ କାରଣ ହେଲା ତାଙ୍କ ପଛରେ ଲାଗିଥିବା ଦଳୀୟ ଛାପା ବୋଲି ଚର୍ଚ୍ଚା ହେଉଛି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ନିରପେକ୍ଷତାର ପରିଚୟ ଦେଉଥିବା ଗଣମାଧ୍ୟମ ଉପାସନାଙ୍କୁ କାହିଁକି ପ୍ରଶ୍ନ ପଚାରିପାରୁନି। ଆଉ ଉକ୍ତ ସଂସ୍ଥାର ଏଭଳି ଦୋମୁହାଁ ନୀତି ପଛରେ କଣ ରହିଛି କାରଣ । ଚର୍ଚ୍ଚା ଅନୁଯାୟୀ, ଉକ୍ତ ୱେବ ମିଡ଼ିଆର ପ୍ରଚ୍ଛଦପଟରେ ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ଆର୍ଶୀବାଦ ରହିଛି । ତେଣୁ ଉକ୍ତ ସଂସ୍ଥାରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ଦଳୀୟ ଏଜେଣ୍ଡାରେ ବନ୍ଧା ପଡିଛନ୍ତି, ଯଦି ଏଜେଣ୍ଡା ବାହାରକୁ ଯାଆନ୍ତି ତେବେ ସାମ୍ବାଦିକ ପଦ ହରାଇବାର ବି ଭୟ ଥିବା ଶୁଣିବାକୁ ମିଳିଛି ।
ଆଉ ଯେତେବେଳେ ଭୁବନେଶ୍ୱରର ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ମୁଦାଲା ନମ୍ବର ୪ ଖୋଦ୍ ବିଜେପି ନେତ୍ରୀ ରହିଛନ୍ତି ସେତେବେଳେ ସାଧାରଣ ଲୋକଙ୍କ ନ୍ୟାୟର ଲଢେଇରୁ ନିଜକୁ ଦୂରେଇ ରଖିଛନ୍ତି ନିରପେକ୍ଷ କହୁଥିବା ଉକ୍ତ ବୋଲକରା ୱେବ ମିଡ଼ିଆ ।ସେଇ ପରି ଜଣେ ବେପାରୀ ଜଣେ ବରିଷ୍ଟ ପୂର୍ବତନ ମନ୍ତ୍ରୀଙ୍କ ପ୍ରଚ୍ଛଦପଟରେ ରହି ତାଙ୍କୁ ଛୁରାଭୁସି ମାହାଙ୍ଗାରେ ତାଙ୍କୁ ତଳିତଳାନ୍ତ କଲାପରେ ଏବେ ନୂଆ ନୂଆ ନେତା ହୋଇ ବିଧାୟକ ହେବାପାଇଁ ମନବଳାଇ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବାପରେ ସେଇ ବୋଲକରା ମିଡିଆରେ ମନ୍ତ୍ରୀ ପ୍ରତାପ ଙ୍କ ବିରୁଦ୍ଧରେ ଗର୍ଜୁ ଥିବା ବେଳେ ନୟାପଲ୍ଲୀ ଘଟଣାର ଅଭିଯୁକ୍ତ ସାରଦାଙ୍କ ବିରୁଦ୍ଧରେ ପାଟି ଖୋଲୁନି, ବାବୁ କୁଆଡେ ମନ୍ତ୍ରୀଙ୍କ ବିରୁଦ୍ଧରେ ଗର୍ଜିବା ପାଇଁ ବିରୋଧୀ କୁହାଳିଆ ନେତାଙ୍କ ସହ ଭିତିରି ଡ଼ିଲ କରିଥିବା ମାହାଙ୍ଗାରେ ଚର୍ଚ୍ଚା ଜୋର ଧରିଛି, ଏହି ବେପାରୀ ନେତାଙ୍କ ଇଙ୍ଗିତରେ ଗୋଟିଏ ସଭାରେ ଜଣେ କର୍ମୀଙ୍କୁ ତାଙ୍କର କିଛି ଆନୁଗତ୍ୟ ଛୁରା ମାଡ କରିଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା କିନ୍ତୁ ପୋଲିସ ତାଙ୍କ ଆନୁଗତ୍ୟ ଙ୍କୁ ଗିରଫ କରିଥିବାବେଳେ ବେପାରୀ ନେତାଙ୍କୁ ବି ଥରଟିଏ ପଚାରିନଥିଲା, କିନ୍ତୁ ଏବେ ଏଇ ବେପାରୀ ନେତା କୁହାଳିଆ ନେତାଙ୍କ ସହ ମିଶି ବୋଲକରା ମିଡିଆରେ ଭାଷଣ ବାଜି ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ସର୍ବତ୍ର ଚର୍ଚ୍ଚା, ଦେଖିବା ଆଗକୁ କଣ ହଉଚି ଏ ବୋଲକରା ମିଡ଼ିଆ କି ଖବର ପ୍ରସାରଣ କରୁଛନ୍ତି ନା ଲାଞ୍ଜ ଜାକି ଚୁପ ହୋଇ ବସୁଛନ୍ତି,
Attachments area













