• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଂଗ୍ରେସ କରିବ ବରଗଡ଼ ରେ ଚାଷୀ ସମାବେଶ ; ଯୋଗ ଦେବେ ଏ ଆଇ ସି ସି ସାଧାରଣ ସମ୍ପାଦକ ଚେଲା କୁମାର

Proprietor Abhimanyu Maharana by Proprietor Abhimanyu Maharana
March 16, 2021
in ଓଡ଼ିଶା, ବରଗଡ଼, ହୋମ୍
0
କଂଗ୍ରେସ କରିବ ବରଗଡ଼ ରେ ଚାଷୀ ସମାବେଶ ; ଯୋଗ ଦେବେ ଏ ଆଇ ସି ସି ସାଧାରଣ ସମ୍ପାଦକ ଚେଲା କୁମାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ବରଗଡ଼ :- ବରଗଡ଼ ରେ କଂଗ୍ରେସ ଦଳ ଏକ ବଡ ଧରଣ ର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖ ରେ ଆୟୋଜନ କରିବା କୁ ଯାଉଛି । ଓଡ଼ିଶା ରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ର ପ୍ରତିବାଦ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବଡ଼ ଧରଣ ର ଚାଷୀ ସମାବେଶ ଦଳ ଆୟୋଜନ କରିବ ବୋଲି ଆଜି ସ୍ଥାନୀୟ ହୋଟେଲ୍ ଗଣପତି ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଏହି ବିଷୟ ରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ମାନସ ଚୌଧୁରୀ । ସେ କହିଥିଲେ ଯେ ଆଜି ପ୍ରାୟ ୨୨ ଦିନ ଉପରେ ହେଲା ଟୋକନ୍ ନ ପାଇ ଚାଷୀ ମାନେ ନିଜର ଉପାର୍ଜିତ ଧାନ କୁ ବିକ୍ରୀ କରି ନ ପାରି ପଦ୍ମପୁର ରେ ଧାରଣା ରେ ବସିଥିବା ବେଳେ ଓଡିଶାର ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସଜିବା ଅତି ଦୁଃଖ ଦାୟକ ଅଟେ । ଦିଲ୍ଲୀ ରେ ଚାଷୀ ମାନଙ୍କ ଆନ୍ଦୋଳନ କୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ବେଳେ ଏଠି ଚାଷୀ ଙ୍କ କଥା ଓ ବ୍ୟଥା କୁ ରାଜ୍ୟ ସରକାର ଭ୍ରୁକ୍ଷେପ ନ କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ।ଆଜି ମଧ୍ୟ ବରଗଡ଼ ଜିଲ୍ଲାରେ ୨୦୦ ରୁ ଉର୍ଦ୍ଧ୍ବ ମାଟ୍ରିକ ଟନ ଧାନ ମଣ୍ଡି ଓ ମଣ୍ଡି ବାହାରେ ପଡ଼ି ରହିଥିବା ବେଳେ ସେହି ଧାନ କୁ ସରକାର କ୍ରୟ ନ କରି ଚାଷୀ ଙ୍କୁ କାହିଁକି ପ୍ରତାଡ଼ିତ କରିଛନ୍ତି ,ତାହା ବୁଝି ହେଉନାହିଁ ।

ଦଳ ଏହାର ଉଚିତ୍ ଜବାବ ମାଗିବ ଓ ଚାଷୀ ମାନେ ଏହା କେବେବି ଭୁଲିବେନି ଏବଂ ରାଜ୍ୟ ସରକାରଙ୍କ ଏହି ଉଦାସୀନତା ର ଉଚିତ୍ ଜବାବ ଚାଷୀକୁଳ ଠିକ୍ ସମୟରେ ଦେବେ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ଏହି ଅବସରରେ ଆଗାମୀ ୨୨ ତାରିଖ ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଏ. ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ , ଙ୍କ ସମେତ ଦଳ ର ବହୁ ତୁଙ୍ଗ ନେତା, ବିଧାୟକ ଏହି ଚାଷୀ ସମାବେଶ ରେ ଯୋଗ ଦେବା ସହ ଅତାବିରା ଠାରୁ ଏକ ବିରାଟ ଟ୍ରାକ୍ଟର ଓ ବାଇକ୍ ରାଲି ରେ ଆସି ବରଗଡ଼ ଗାନ୍ଧୀ ଛକ ଠାରେ ଉପସ୍ଥିତ ଚାଷୀ ମାନ ଙ୍କୁ ସମ୍ବୋଧିତ କରିବା ର କାର୍ଯ୍ୟକ୍ରମ ରହିଥିବାର ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ ବର୍ତ୍ତମାନ ଠିକ୍ ଖରା ଦାଉ ସାଧିବା ଆରମ୍ଭ କରିଥିବା ବେଳେ ଓ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ପ୍ରାଇଭେଟ୍ ବିଦ୍ୟୁତ୍ କମ୍ପାନୀ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ପଇଠ କର ନ ହେଲେ ଲାଇନ୍ କଟାଯିବ ବୋଲି ଧମକ ଦେବା ଅତ୍ୟନ୍ତ ଲଜ୍ଜାକର ଅଟେ।ଦଳ ଚେତାବନୀ ଦେଉଛି ଯେ କରୋନା ମାଡ ରେ ସମଗ୍ର ଓଡ଼ିଶା ର ଲୋକ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି, ସେହି ସମୟରେ ଲୋକଙ୍କ ତନଟି ଚିପି ବେକରେ ଗାମୁଛା ଦେଇ ପଇସା ଯୋର୍ ଜବରଦସ୍ତ୍ ଆଦାୟ କରା ନ ଯାଉ ବୋଲି ସେ କହିବା ସହ ଚେତାବନୀ ଦେଇ କହିଥିଲେ ଯେ ଏହା ଜାରି ରହିଲେ ଦଳ ଜନ ସାଧରଣଙ୍କୁ ସାଙ୍ଗରେ ନେଇ ରାଜ ରାସ୍ତା କୁ ଓହ୍ଲାଇବ ।

ସରକାର ଏହି ସମୟରେ ସାଧାରଣ ଲୋକଙ୍କ ତଥା ବିଶେଷ କରି ଚାଷୀ ମାନଙ୍କ ଯେଉଁ ଜଳସେଚନ ପାଇଁ ବିଦ୍ୟୁତ୍ ବ୍ୟବହାର କରି ଦେୟ ବକେୟା ରଖିଛନ୍ତି ତାହାର ବିଭିନ୍ନ ସ୍ଲାବ୍ କରି ବିଦ୍ୟୁତ୍ ଦେୟ ଆଦାୟ କଲେ ଭଲ ହୁଅନ୍ତା ବୋଲି ସରକାରଙ୍କ ପାଇଁ ପତ୍ରକାର ଙ୍କ ମାଧ୍ୟମରେ ପ୍ରସ୍ତାବ ରଖିଥିଲେ।ସେ ମହାନଦୀ ପ୍ରସଙ୍ଗରେ ଓ ବରଗଡ ଜିଲ୍ଲା ସୀମା ରେ ଛତିଶଗଡ ସରକାର ଙ୍କ ପକ୍ଷ ରୁ ଅନୁପ୍ରବେଶ ଉଦ୍ୟମ ଉପରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ କହିଥିଲେ ଯେ ପ୍ରଥମେ ପାର୍ଟି ଠାରୁ ମାଟି ବଡ , ରାଜନୈତିକ ଦଳ ଆମେ ରାଜନୀତି କରିବୁ କିନ୍ତୁ ଯେଉଁଠି ନିଜ ଜନ୍ମ ମାଟି ର ପ୍ରଶ୍ନ ଉଠିବ ସେଠାରେ ଦଳ କେବେ ଲୋକଙ୍କ ସ୍ବାର୍ଥ ସହ ସାଲିସ କରିବ ନାହିଁ । ଆମର ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କିଛି ଦିନ ପୂର୍ବରୁ ଏହି ପ୍ରସଙ୍ଗ ରେ ସେଠାକାର ସରକାର ଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ସଭାପତି ଙ୍କ ନେତୃତ୍ୱ ରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସେଠାକୁ ଗସ୍ତ କରି ଆମ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ନିଶ୍ଚିତ ଉଦ୍ୟମ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ସେ ଆହୁରି କହିଥିଲେ ଓଡ଼ିଶା ର ସ୍ବାର୍ଥ ରକ୍ଷା ପାଇଁ ସରକାର ଙ୍କ ସମସ୍ତ ପଦକ୍ଷେପ କୁ ଆମେ ଏକ ଦାୟିତ୍ଵ ସମ୍ପର୍ନ୍ନ ବିରୋଧୀ ଦଳ ଭାବରେ ନିଶ୍ଚିତ ସମର୍ଥନ କରିବୁ ।ଏହି ସାମ୍ବାଦିକ ସମ୍ମିଳନୀ କୁ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ,ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ରାଜ କିଶୋର ଷଡ଼ଙ୍ଗୀ, କଂଗ୍ରେସ ନେତା ନିପନ ଦାଶ,ପ୍ରଦୀପ ଦେବତା , ସରୋଜ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ସମୟରେ କଂଗେସ ନେତା ଯୁଗଳ ପ୍ରସାଦ ସିଂ,ବ୍ରହ୍ମା ମହାକୁଡ ,ସରୋଜ ଷଡ଼ଙ୍ଗୀ, ସୁରେଶ ଗନ୍ତାୟତ, ସତ୍ୟ ନାରାୟଣ ଦେବତା, ପାଣ୍ଡବ କର୍ଣ୍ଣ, ପ୍ରତାପ ନାୟକ, ଅଭିଳାଷ ପତି, ସୁଶାନ୍ତ ସାହୁ,ଅମିତ୍ ଆଚାର୍ଯ୍ୟ, ଆଶିଷ ବେହେରା, ଗୌରବ ପତି, ଅଭିଷେକ ନାୟକ,ଜିତୁ ଭୋଇ ,ନିହାର ବେହେରା, ଦୀପକ ରାଏ, ଜି.ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

March 15, 2026
ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version