No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟକ୍ଷ ରତ୍ନାକର ଜେନାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସମୋବାର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତକୁମାର ରାଉତଙ୍କଠାରୁ ଶ୍ରୀ ଜେନା ଦାୟିତ୍ୱ ନେବା ପରେ ଆଜି ତାଙ୍କ ପ୍ରକୋଷ୍ଠରେ ମହାବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା ଓ କର୍ମଚାରୀଙ୍କ ପକ୍ଷରୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।

ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ରୋଜାଲିନା ମହାନ୍ତି, ସୁମିତ୍ରା ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଅଧ୍ୟାପକ ଅରୁଣ କୁମାର ମିଶ୍ର, ସନ୍ତୋଷ କୁମାର ଜେନା, ମଳୟ କୁମାର ମଲ୍ଲିକ, ପଦ୍ମଭୁଷଣ ରାଉତରାୟ, ଅଧ୍ୟାପିକା ଯାଜେ୍ଞଶ୍ୱରୀ ପଲେଇ, ତାରିଣୀତନୟା ସର, ଝୁନୁମଣୀ ଜେନା,

ରୋଜାଲିନ ଦାସ, ଆନନ୍ଦମୟୀ ସାହୁଙ୍କ ସମେତ ଚିତରଞ୍ଜନ ମଲିକ, ପ୍ରଦୀପ କୁମାର ପରିଡା, ବିଚିତ୍ର ଦଳେଇ, ପବିତ୍ର ମୋହନ ଜେନା , ପ୍ରଶାନ୍ତ କୁମାର ଦାସ ଓ କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ମହାବିଦ୍ୟାଳୟ ପାଇଁ ସମସ୍ତେ ସମ୍ମିଳିତ ହୋଇ କାର୍ଯ୍ୟକରିବାକୁ ନିବେଦନ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result