No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର) ପଦ୍ମପୁର :- ବରଗଡ ଜିଲ୍ଲା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ରେ ଅବସ୍ଥିତ ଝାରବନ୍ଧ ବ୍ଲକର ବିଲାପୁର,ଡଭା, ଛେଟଅନକି,କୁର୍ଲୁପାଲି, ଭଁଏଷାଧରା,ଜଗଦଲପୁର,କନ୍ଦାଡଙ୍ଗର, ଭଣ୍ଡାରପୁରୀ, ଲଉଡିଧରା ଆଦି ଗ୍ରାମ ପଞ୍ଚାୟତ ମାନଙ୍କରେ ବିଜୁ କୃଷକ ଯୋଜନାରେ ଡିପ୍ ବୋରୱେଲ ଖୋଲାଯାଇ ମରୁଡି ପ୍ରବଣ ଅଞ୍ଚଳରେ ଚାଷକାର୍ଯ୍ୟ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଇଛନ୍ତି । ଚଳିତ ରବିଚାଷ କାର୍ଯ୍ଯ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ଏହି ଗ୍ରାମ ପଞ୍ଚାୟତ ମାନଙ୍କରେ ୧୧ ଶହ ହେକ୍ଟର ଜମିରେ ବର୍ତ୍ତମାନ ଚାଷୀ ମାନେ ଚାଷ କାର୍ଯ୍ଯ ଆରମ୍ଭ କରି ସାରିଛନ୍ତି । ବିଦ୍ୟୁତ ର ଲୋ ଭୋଲଟେଜ ଓ ଦିନକୁ ମାତ୍ର ୪ ଘଣ୍ଟା ବିଦ୍ୟୁତ ଉପଲବ୍ଧ ରହୁଥିବାରୁ ପ୍ରାୟ ୪୦ ଭାଗ ଚାଷ ନଷ୍ଟ ହୋଇ ସାରିଲାଣି । ଗତକାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କ୍ଷତିଗ୍ରସ୍ତ ଚାଷୀ ଜମି ଗୁଡିକୁ ଝୋଝୋନାରା,କାଶୀପାଣି,କୁର୍ଲୁପାଲି, ବଲାଙ୍ଗିର,ରାଜେନ୍ଦ୍ରପୁର,ପଲସଦା, ଜଗଦଲପୁର ଆଦି ଗ୍ରାମ ଗୁଡିକ ଯାଇ ତଦାରଖ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନାଜ କରିଥିଲେ ।

ଗତ ଖରିଫ ଚାଷୀରେ ଉତ୍ପାଦିତ ଧାନ ବିକ୍ରୀ ପାଇଁ ଚାଷୀ ମାନେ ଟୋକନ ପାଇଥିବା ବେଳେ ଚାଷୀ ଧାନ ବିକ୍ରୀ କରି ନପାରି ୧୨ ୵ ୧୩ ଶହ ଟଙ୍କାରେ ଛତିଶଗଡ କୁ ନେଇ ବିକ୍ରୀ କରିବାରେ ବାଧ୍ୟ ହୋଇଛି ପୁଣି ଏଥର ରବିଚାଷ ରେ ଚାଷୀ ମାନେ ସୋସାଇଟି ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରୁଥିବା ବେଳେ ଇଲେକ୍ଟ୍ରି ସିଟି ଯୋଗୁଁ ଧାନ ଚାଷ ମରିବାରେ ଲାଗିଲାଣି ତେବେ ଏହା ଚାଷୀଙ୍କ ଉପରେ ଟୋକନ ମାଡ ପରେ ବିଦ୍ୟୁତ ଲାଇନ ମାଡରେ ଚାଷୀ ସର୍ବଶାନ୍ତ ହେବାକୁ ବସିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ଚାଷୀଙ୍କ ଋଣ ସୁଝିବା ଚିନ୍ତାରେ ଅନ୍ଯପଟେ ମାସକୁ ୧୫ ଶହରୁ ୨ହଜାର ଟଙ୍କା ବିଦ୍ୟୁତ ବିଲ ଦେବାରେ ଚାଷୀଙ୍କ ମନୋବଳ ଭାଙ୍ଗି ଯାଇଥିବା ଶ୍ରୀ ପୁରୋହିତ ପ୍ରକାଶ କରି ତୁରନ୍ତ ବିଦ୍ୟୁତ ବିଭାଗ ଲାଇନ ନ ସଜାଡିଲେ ଶହେ ପ୍ରତିଶତ ଧାନ କ୍ଷତିଗ୍ରସ୍ତ ହେବ ବୋଲି ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଛତିଶଗଡ ରାଜ୍ଯ ଅନ୍ଯ ରାଜ୍ଯ ରୁ ଇଲେକଟ୍ରିକ୍ ସିଟି ଖରିଦ କରି ଚାଷୀଙ୍କୁ ମାସକୁ ମାତ୍ର ୩ ଶହ ଟଙ୍କା ଲାଇନ ଯୋଗାଇ ଦେଉଥିବା ବେଳେ ଓ ସେଠାରେ ଚାଷ କାର୍ଯ୍ଯ କ୍ଷତିଗ୍ରସ୍ତ ହେଉ ନଥିବାବେଲେ ଓଡ଼ିଶା ସରକାର ନିଜସ୍ବ ବିଦ୍ୟୁତ ଥିବା ବେଳେ ଚାଷୀଙ୍କ ଏ ଦୁର୍ଦ୍ଦଶା କାହିଁକି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ବିଭିନ୍ନ ଗ୍ରାମରେ ଚାଷୀ ମାନେ ହତାଶ ହେବା ସହ ତୁରନ୍ତ ବିଦ୍ୟୁତ ଠିକ୍ ଭାବରେ ଯୋଗାଇ ନଦେଲେ ଚାଷୀ ଆତ୍ମହତ୍ୟା କଲାଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଅନେକ ଚାଷୀ ହତାଶ ହୋଇ ମତ ପୋଷଣ କରିଥିଲେ । ଚାଷ କାର୍ଯ୍ଯ ପାଇଁ ବିଦ୍ୟୁତ ଦର କମାଇବା ସହ ତୁରନ୍ତ ୨୪ ଘଣ୍ଟା ଲାଇନ ର ବ୍ଯବସ୍ଥା କରିବା ପାଇଁ ଶ୍ରୀ ପୁରୋହିତ ରାଜ୍ଯ ସରକାରଙ୍କ ଠାରେ ଦାବୀ କରିଛନ୍ତି । ଚାଷୀଙ୍କୁ ମୁକ୍ତରେ ବିଦ୍ୟୁତ ଯୋଗାଇ ଦେବା ସହ ଯଦି ବିଦ୍ୟୁତ କାରଣରୁ ଚାଷ କାର୍ଯ୍ଯ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ ତେବେ ରାଜ୍ଯ ସରକାର ଚାଷୀଙ୍କୁ ସଂପୂର୍ଣ୍ଣ କ୍ଷତି ଭରଣା କରିବାକୁ ଶ୍ରୀ ପୁରୋହିତ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result