No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନ ରେ ବନ ବିଭାଗ ଚଢ଼ାଉ କରି ବାରହା ମାଂସ ସମେତ ସ୍କୁଟି, କଟୁରୀ, କେବୁଲୁ ତାର ଜବତ କରିଛି । ସୂଚନା ଅନୁଯାୟୀ ଲଡୁକିଶୋର ପୁର ଶାସନ ରେ ବାରହା ମାଂସ ବିକ୍ରୟ ସହ ରନ୍ଧା ହେଉଥିବା ଖବର ପାଇ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ ଡି ଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ବନାଞ୍ଚଳ ଅଧିକାରୀ

ସୁଧାଂଶୁ ଶେଖର ପଣ୍ଡା , ମହିତମା ଫରେଷ୍ଟର ରାକେଶ ସାହୁ , ନୂଆଗାଁ ବିଟ୍ ଫରେଷ୍ଟ ଗାର୍ଡ ଚଢ଼ାଉ କରି ବାରହା ମାଂସ ଜବତ କରିବା ସହ ହୋଣ୍ଡା ଆକ୍ ଟିଭା ସ୍କୁଟି ( ଓଡ଼ି ୩୩ ଡ଼ବ୍ଲୁ ୭୭୨୬), କଟୁରୀ, ଏବଂ କେବୁଲ୍ ତାର ଜବତ କରିଥିଲେ । ଘଟଣା ସ୍ଥଳରୁ ବେପାରୀ ଫେରାର ହୋଇଯାଇଥିବା ବେଳେ ଓ ଆର୍ କେସ ନଂ ୩୮ / ୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ସହ ରନ୍ଧା ହୋଇଥିବା ମାଂସ ଓୟୁଟି କୁ ପରୀକ୍ଷା ପାଇଁ ପଠା ଯାଇଥିବା ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result